Internet: ୫୦ହଜାର ଗାଁରେ ପହଞ୍ଚିବ ଇଣ୍ଟରନେଟ୍
"ଭୁବନେଶ୍ବର: ରାଜ୍ୟରେ ଇଣ୍ଟରନେଟ୍ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଏକ ଡିଜିଟାଲ ଓଡ଼ିଶା ଗଠନ ସ୍ବପ୍ନ ସାକାର କରିବା ଲକ୍ଷ୍ୟ ନେଇ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ, ଭାରତ ସରକାରଙ୍କ ଟେଲିକମ୍ ବିଭାଗ ଓ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷର ହୋଇଛି।
ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ୍)ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଡ.
ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ମୋଟ୍ ଦୁଇଟି ବୁଝାମଣା ହୋଇଛି।
ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, ରାଜ୍ୟର ୬୭୯୯ଟି ଗ୍ରାମ ପଞ୍ଚାୟତକୁ ଆଇପି-ଏମ୍ପିଏଲ୍ଏସ୍ ପ୍ରଯୁକ୍ତି ସହ ରିଙ୍ଗ୍ ଟପୋଲୋଜିରେ ଅପ୍ଗ୍ରେଡ୍ କରାଯିବ।Advertisment ଆହୁରି ପଢନ୍ତୁ: Literature: Book Review: ଭଳିକିି ଭଳି ପୁସ୍ତକଗୁଡ଼ିକର ସମୀକ୍ଷା ପଢ଼ନ୍ତୁ ବହି ଚର୍ଚ୍ଚାରେ...
ଗାଁରେ ଫାଇବର୍ ଟୁ ହୋମ୍ (ଏଫ୍ଟିଟିଏଚ୍) ସଂଯୋଗ ପହଞ୍ଚିବ।
ଏଥିରେ ବ୍ଲକ୍ଗୁଡ଼ିକ ହେବେ ଡାଟା ଏକ୍ସଚେଞ୍ଜ ସେଣ୍ଟର ଓ ଗ୍ରାମ ପଞ୍ଚାୟତ ଲୋଏଷ୍ଟ ଡାଟା ଏକ୍ସଚେଞ୍ଜ ସେଣ୍ଟର।
ଏହାଦ୍ବାରା ଡିଜିଟାଲ ଶିକ୍ଷା, ଟେଲି ମେଡିସିନ୍, ଡିଜିଟାଲ ବ୍ୟାଙ୍କିଂ, ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି), ଗ୍ରାମୀଣ ଉଦ୍ୟମିତା, ରୋଜଗାର ଓ ଆର୍ଥିକ ବିକାଶ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।
ଏହା ମାଧ୍ୟମରେ ୫୦ହଜାରରୁ ଅଧିକ ଗାଁକୁ ଇଣ୍ଟରନେଟ୍ ସେବା ଯୋଗାଇଦିଆଯିବ।
ସଂଶୋଧିତ ଡିଜିଟାଲ ଭାରତ ନିଧି (ଡିବିଏନ୍) ଅଧୀନରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପରେ ୩୩୮୪ କୋଟି ଟଙ୍କା ଖର୍ଚ୍ଚ ହେବ।
ଆଗାମୀ ୩ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଆହୁରି ପଢନ୍ତୁ: Gill: ଗିଲ୍ ପୁଣି ୧ନଂ ଦିନିକିଆ ବ୍ୟାଟର୍: ଟ୍ବେଣ୍ଟି-୨୦ରେ ସୂର୍ଯ୍ୟବଂଶୀଙ୍କ ବଡ଼ ଲମ୍ଫ ସେହିପରି, ଉଦୀୟମାନ ପ୍ରଯୁକ୍ତି, ଗବେଷଣା ଓ ଡିଜିଟାଲ ଶାସନ କ୍ଷେତ୍ରରେ ସହଯୋଗ ପାଇଁ ଓକାକ୍ ଓ ସେଣ୍ଟର ଫର୍ ଡେଭେଲପ୍ମେଣ୍ଟ୍ ଅଫ୍ ଆଡ୍ଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍) ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଥିଲା।
ଏହା ଅଧୀନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ), ସାଇବର ନିରାପତ୍ତା କ୍ଷେତ୍ର ସହ ନାଗରିକ ସେବା ଅଧିକ ଦ୍ରୁତ, ପାରଦର୍ଶୀ, ସୁରକ୍ଷିତ ଓ ସୁଗମ ହେବ ବୋଲି ଡ.
ମହାଲିଙ୍ଗ କହିଛନ୍ତି।
ଏହି ଅବସରରେ ଆଇଟି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।