Protest: ବ୍ୟାରିକେଡ୍ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ଘର ଅଭିମୁଖେ ମାର୍ଚ୍ଚ; ଯୋଗଦେଲେ ଜେନ୍-ଜେଡ୍ ପ୍ରତିବାଦକାରୀ
"ଭୋପାଳ: ମଧ୍ୟପ୍ରଦେଶରେ କୃଷକ ଆନ୍ଦୋଳନ ତୀବ୍ର ରୂପ ନେଇଛି।
ପ୍ରାୟ ୨ ହଜାର କୃଷକ ପୁଲିସ ବ୍ୟାରିକେଡ୍ ଭାଙ୍ଗି ରାଜଧାନୀ ଭୋପାଳରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ କରିଛନ୍ତି।
ଏହି ଆନ୍ଦୋଳନରେ ଜେନ୍-ଜେଡ୍ ପ୍ରତିବାଦକାରୀମାନେ ମଧ୍ୟ ସାମିଲ ହୋଇଥିଲେ।Advertisment କୃଷକମାନେ ମୁଖ୍ୟତଃ ମୁଗ ଫସଲର ୧୦୦ ପ୍ରତିଶତ ସରକାରୀ କ୍ରୟ, ନ୍ୟୂନତମ ସମର୍ଥନ ମୂଲ୍ୟ (ଏମ୍ଏସ୍ପି) ନିଶ୍ଚିତ କରିବା ଏବଂ କୃଷି ସମ୍ବନ୍ଧୀୟ ଅନ୍ୟାନ୍ୟ ଦାବି ପୂରଣ ପାଇଁ ଆନ୍ଦୋଳନ କରୁଛନ୍ତି।
ମଙ୍ଗଳବାର ନର୍ମଦାପୁରମ୍ରୁ ଭୋପାଳ ଅଭିମୁଖେ ଆସୁଥିବା କୃଷକମାନେ ରାଜଧାନୀରେ ପହଞ୍ଚିବା ପରେ ପୁଲିସ ଲଗାଇଥିବା ବ୍ୟାରିକେଡ୍ ହଟାଇ ଆଗକୁ ବଢ଼ିଥିଲେ।
ପ୍ରତିବାଦକାରୀମାନଙ୍କୁ ରୋକିବା ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।
ଭୋପାଳର ହୋଶଙ୍ଗାବାଦ ରୋଡ୍ ନିକଟରେ ବହୁ ସଂଖ୍ୟକ କୃଷକ ଏକାଠି ହୋଇଥିଲେ।
ଆନ୍ଦୋଳନ ଯୋଗୁଁ ସହରର ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିବା ବେଳେ କିଛି ସ୍କୁଲ୍ ମଧ୍ୟ ବନ୍ଦ ରହିଥିଲା।
କୃଷକ ଆନ୍ଦୋଳନ ଜାରି ରହିଥିବା ବେଳେ ସରକାରଙ୍କୁ କୁସ୍ତିଯୋଦ୍ଧାଙ୍କ ଚେତାବନୀ କୃଷକ ଆନ୍ଦୋଳନ ସହ ଜେନ୍-ଜେଡ୍ ପ୍ରତିବାଦକାରୀଙ୍କ ଯୋଗଦାନ ଏହାକୁ ଆହୁରି ବ୍ୟାପକ କରିଛି।
ଶିକ୍ଷା ଓ ଯୁବ ସମସ୍ୟା ସମ୍ପର୍କିତ ପ୍ରସଙ୍ଗରେ ଆନ୍ଦୋଳନ କରୁଥିବା କିଛି ଯୁବ ପ୍ରତିବାଦକାରୀ ମଧ୍ୟ କୃଷକଙ୍କ ଦାବିକୁ ସମର୍ଥନ କରି ରାସ୍ତାକୁ ଓହ୍ଲାଇଥିଲେ।
କୃଷକ ନେତାମାନେ କହିଛନ୍ତି ଯେ ଫସଲର ଉଚିତ ମୂଲ୍ୟ ନ ମିଳିବାରୁ ଚାଷୀମାନେ ଆର୍ଥିକ ସମସ୍ୟାରେ ପଡ଼ୁଛନ୍ତି।
ତେଣୁ ସରକାର ତୁରନ୍ତ ଦାବି ଉପରେ ବିଚାର କରିବା ଦରକାର।
ସେମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଦାବି କରିଛନ୍ତି।
ଏପଟେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।
କୌଣସି ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ଭୋପାଳର ବିଭିନ୍ନ ସ୍ଥାନରେ ଅତିରିକ୍ତ ପୁଲିସ ବଳ ମୁତୟନ କରାଯାଇଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।