29 JULY 2026

Welcome!

Unlock your personalized experience.
Sign Up

International Tiger Day: ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

Jul 29, 2026 - 07:15
International Tiger Day: ଆନ୍ତର୍ଜାତିକ ବ୍ୟାଘ୍ର ଦିବସ

ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ବ୍ୟାଘ୍ର ଉପଲବ୍‌ଧ ଥିବା ୧୩ଟି ଯାକ ଦେଶର ଅବକ୍ଷୟମୁଖୀ ବାଘ ସଂଖ୍ୟାକୁ ଦ୍ବିଗୁଣିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ୨୦୧୦ ମସିହାରେ ବ୍ୟାଘ୍ର ଦିବସର ପ୍ରଚଳନ କରିଥିଲେ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହି ସୁନ୍ଦର ତଥା ହିଂସ୍ର ବନ୍ୟଜନ୍ତୁଟିର ସଂରକ୍ଷଣ ଦିଗରେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା। ଶହେ ବର୍ଷ ତଳେ ଏସିଆ ମହାଦେଶରେ ପ୍ରାୟ ଲକ୍ଷେ ପାଖାପାଖି ବାଘ ବିଚରଣ କରୁଥିବା ବେଳେ ଅର୍ଥ ଲାଳସାରେ ଏହି ପ୍ରାଣୀଟିର ଶିକାର କରାଯାଉଥିବାରୁ ବର୍ତ୍ତମାନ ବିଶ୍ବରେ ମାତ୍ର ୪,୦୦୦ ସଂଖ୍ୟକ ବାଘ ବଞ୍ଚି ରହିଛନ୍ତି।

Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ

 ସେଥି ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବା ପାଖାପାଖି ୩,୦୦୦ଟି ବାଘ କେବଳ ଭାରତରେ ବସବାସ କରୁଛନ୍ତି। ସେହିପରି ଭୂପୃଷ୍ଠରେ ପ୍ରାୟ ୨୦ ଲକ୍ଷ ବର୍ଷ ତଳୁ ବିଚରଣ କରିଆସୁଥିବା ଏହି ସ୍ତନ୍ୟପାୟୀ ପ୍ରାଣୀର ମୋଟ ୯ଟି ପ୍ରଜାତି ବଂଶ ବିସ୍ତାର କରିଥିବା ବେଳେ ସେଥିରୁ ୩ଟି ପ୍ରଜାତି ଏବେ ସଂପୂର୍ଣ୍ଣ ବିଲୁପ୍ତ ଏବଂ ଆଉ ୬ଟି ପ୍ରଜାତି ବିଲୁପ୍ତପ୍ରାୟ। ତେବେ ଏହି ମାଂସାଶୀ ଶିକାରୀ ପ୍ରାଣୀଟି ଖାଦ୍ୟ ଶୃଙ୍ଖଳାର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଏବଂ ତାହା ପର୍ଯ୍ୟାବରଣ ପ୍ରଣାଳୀକୁ ବଜାୟ ରଖିବାରେ ସହାୟକ ହୋଇଥାଏ। ତେଣୁ ସେମାନେ ସଂପୂର୍ଣ୍ଣ ଲୋପ ପାଇଯିବା ପୂର୍ବରୁ ସେମାନଙ୍କ ସଂରକ୍ଷଣ କରିବା ଜରୁରି ହୋଇପଡ଼ିଛି।

Air India: ଏୟାର ଇଣ୍ଡିଆକୁ ସୁଧାରିବା ପାଇଁ ଏକ ଦଶନ୍ଧି ଲାଗିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।