Daily Horoscope 29th July 2026: ଆଜି ଏହି ରାଶିରେ ଧନଲାଭର ଯୋଗ ରହିଛି, ବ୍ୟବସାୟୀ ଲାଭବାନ ହେବେ; ଜାଣନ୍ତୁ ଆପଣଙ୍କ ରାଶିଫଳ

Jul 29, 2026 - 10:51
Daily Horoscope 29th July 2026: ଆଜି ଏହି ରାଶିରେ ଧନଲାଭର ଯୋଗ ରହିଛି, ବ୍ୟବସାୟୀ ଲାଭବାନ ହେବେ; ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ-
ଅଶ୍ୱନୀ- ପ୍ରେମକୁ ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ହେବ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବଂ ସେଥିରେ ଲାଭ ମିଳିବ। ଶାରୀରିକ ପୀଡା ଭୋଗ କରି ପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ।
ଦ୍ୱିଜା- ପୂର୍ବରୁ କରିଥିବା କାମରୁ ଲାଭ ମିଳିପାରେ। ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ଶୁଭ ରହିବ। ରାଜନୀତିରେ ସମର୍ଥନ ହ୍ରାସ ପାଇବ। ଆପଣଙ୍କର ଭଲ ବ୍ୟବହାରରେ ସହକର୍ମୀ ପ୍ରଭାବିତ ହେବେ।
କୃତିକା- ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ ରହିବ। ଅଫିସରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିବ। ନୂତନ ଯାନବାହନ କ୍ରୟ କରିବା ନିମନ୍ତେ ମନ ବଳାଇ ପାରନ୍ତି।   
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ।
 
ବୃଷ-    
କୃତିକା- ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ। ରାଜନୀତି କ୍ଷେତ୍ରରେ ଇଚ୍ଛା ନଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ବିଶେଷ କାମକୁ ପ୍ରଥମେ କରିବାକୁ ଚେଷ୍ଟା କରିବେ।
ରୋହିଣୀ- ଅଧ୍ୟାପକଙ୍କ ଲାଗି ଧନର ନୂଆ ମାର୍ଗ ଖୋଲିବ। ପିଲାମାନଙ୍କ ପାଠପଢାକୁ ନେଇ ଖୁସି ରହିବେ। ଯାନବାହନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଂଶସିତ ହେବେ।    
ମୃଗଶିରା- ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବାହ୍ୟ ଶତୃମାନଙ୍କ ଠାରୁ ଦୂରେଇ ରହିବା ଭଲ। ରାଜନୀତି ବିରୋଧୀ ସମ୍ମୁଖିନ ହେଲେ ମଧ୍ୟ ବିରୋଧୀ ଦଳ କିଛି କ୍ଷତି କରି ପାରିବେ ନାହିଁ।    
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର –  ଶୁକ୍ରଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ।

ମିଥୁନ-
ମୃଗଶିରା- ଜୀବନ ସାଥିଙ୍କ ସହିତ ସମ୍ବନ୍ଧ ମଧୁର ରହିବ। ଅନ୍ୟ କାହାର ସହେଯାଗ ନ ପାଇଲେ ମଧ୍ୟ ଯେଉଁ କାର୍ଯ୍ୟ କରିବେ ତାହା ସୂଚାରୁ ରୂପେ କରି ପାରିବେ। ପ୍ରକୃତିର ଆନନ୍ଦ ନେବା ପାଇଁ ଇଛା କରିବେ। ପ୍ରଶାସନିକ କାମ ଧୌର୍ଯ୍ୟର ସହ କରନ୍ତୁ।
ଆଦ୍ରା- ପରିବାରର ସମପର୍କୀୟଙ୍କ କୈାଣସି ଘଟଣା ଯୋଗୁଁ ବ୍ୟସ୍ତ ହୋଇଯିବେ। ନୂଆ ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଧୀରସ୍ଥିର ମନଦେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ।     
ପୁନର୍ବସୁ- ସଭାସମିତିରେ ସମ୍ମାନ ପ୍ରାପ୍ତି ଘଟିବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ସାମ୍ବାଦିକତାରେ ଉଚ୍ଚ ପ୍ରଶଂସିତ ହେବେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ବୁଧଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

କର୍କଟ-

ପୁନର୍ବସୁ- ଗଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ। କଠିନ ପରିଶ୍ରମ କରିବା ଦ୍ୱାରା ଯଶ ମାନ ସମ୍ମାନ ମିଳିବ। ପରିବାର ସଦସ୍ୟଙ୍କ ସହିତ ଆପଣଙ୍କର ଆଚରଣ ଭଲ ରହିବ ।
ପୁଷ୍ୟା- ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିବେ। ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ପ୍ରଂଶସିତ ହେବେ।
ଅଶ୍ଳେଷା- ନୂଆ ବାହାନ କିଣିବାର ଆଶା ପୂରଣ ହୋଇପାରେ। ଆପଣଙ୍କ ସକାରତ୍ମକ ବିଚାରରେ ଲୋକ ପ୍ରଭାବିତ ହେବେ। ସାମୟିକ ଭାବରେ ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ବଗଳାମୁଖିଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ସିଂହ-
ମଘା- କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ। ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ। ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇ ନେବେ।
ପୂ,ଫାଲଗୁନି- କ୍ୟାରିୟରରେ ସଫଳତା ମିଳିବ। ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ ହେବ। ଆଶା କରୁଥିବା ଦିଗରୁ ଅର୍ଥ ଲାଭ କରିପାରନ୍ତି। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ।
ଉ,ଫାଲଗୁନି- ମାଲିମକଦ୍ଦମା ସମସ୍ୟାର ସମାଧାନ କରିବେ। ନୂଆ ଅଧ୍ୟାପନା ଲାଗି ସୁଯୋଗ ଆସିବ। ଲକ୍ଷ୍ୟକୁ ନେଇ ଯାତ୍ରା ସମ୍ପର୍ଣ୍ଣ କରିବେ। ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର – ଶ୍ରୀ ମାତଙ୍ଗୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ।

କନ୍ୟା-
ଉ- ଫାଲ୍‌ଗୁନୀ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସି ଶାରୀରିକ କଷ୍ଟ ଦୂର ହେବ। ପିଲାମାନଙ୍କ ପଢାକୁ ନେଇ ମନ ଖୁସି ରହିବ ସାମାଜିକ କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଆନନ୍ଦିତ ହେବେ। ବ୍ୟବସାୟରେ ଭାଗିଦାରୀଙ୍କ ସହ ମତାନ୍ତର ଦୂରେଇ ଯିବ।
ହସ୍ତା- କାରବାରରେ ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ସାମ୍ବାଦିକମାନେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ।
ଚିତ୍ରା- ସମାଜ ସେବା କାର୍ଯ୍ୟରେ ଯୋଗ ଦେବେ। ଅଚିହ୍ନା ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ପୁରାତନ ଜିନିଷ ଓ ଗହଣା ଉପରେ ନିବେଶ କଲେ ବହୁତ ଲାଭ ଓ ଉନ୍ନତି ହୋଇପାରେ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ନୃସିଂଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ।

ତୁଳା-
ଚିତ୍ରା- ବ୍ୟବସାୟରେ ଆଶା କରାଯାଉଥିବା ସଫଳତା ପାଇବାର ସମ୍ଭାବନା ରହିଛି। ପାରିବାରିକ କାର୍ଯ୍ୟରେ ଯୋଗଦେବାକୁ ସୁଯୋଗ ପାଇପାରନ୍ତି। ପ୍ରେମ ବୃଦ୍ଧି ପାଇବ ଏବଂ ପରସ୍ପର ପ୍ରତି ସମନ୍ୱୟର ଭାବନା ମଧ୍ୟ ରହିବ।
ସ୍ୱାତୀ- ଦୂର ଜାଗାକୁ ଭ୍ରମଣରେ ଯାଇ ପାରନ୍ତି। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା କରିବା ପାଇଁ ସୁଯୋଗ ମିଳିବ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ।
ବିଶାଖା- ମନରେ ଦବି ରହିଥିବା କଥା ସମ୍ମୁଖକୁ ଆଣନ୍ତୁ। ଭଲ କଥା କହି ବନ୍ଧୁ ମନରେ ବିଶ୍ୱାସ ଆଣିବେ। କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ। ଜମିକୁ ନେଇ ଭାଇ ବିରୋଧୀ ହୋଇପାରନ୍ତି।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬    
ପ୍ରତିକାର – କମଳାଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।
 
ବିଛା-
ବିଶାଖା- ଅଧିକ ଚିନ୍ତା କରିଲେ ମାନସିକ ଶାନ୍ତି ଭଙ୍ଗ ହେବ। ପ୍ରେମ ଜୀବନ ଭଲ ରହିବ। ଦୀର୍ଘଦିନ ଧରି ପ୍ରୟାସ କରି ଆସୁଥିବା କାମରେ ସଫଳ ହେବେ। ଚାକିରିରେ କ୍ରୋଧର ବଶବର୍ତ୍ତୀ ହୁଅନ୍ତୁ ନାହିଁ।
ଅନୁରାଧା- ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ। ଶିକ୍ଷାର୍ଥୀ ଏକାନ୍ତରେ ପାଠ ପଢିବା ପାଇଁ ଚେଷ୍ଟା କରନ୍ତୁ। ରାଜନୀତିରେ କିଛି ସମସ୍ୟା ଆପଣଙ୍କୁ ବିଚଳିତ କରିପାରେ।
ଜ୍ୟୋଷ୍ଠା- ପୈତୃକ ସମ୍ପତିକୁ ନେଇ ନିଜ ଲୋକ କ୍ଷତି କରିବା ପାଇଁ ଚେଷ୍ଟା କରିବେ। ମହିଳାମାନେ ଉଚ୍ଚମନା ରହିବେ। ମନୋରଞନ କାର୍ଯ୍ୟରେ ବା କଳାସଙ୍ଗୀତ ଓ ନୃତ୍ୟ ଗୀତରେ ମଜ୍ଜି ରହିବେ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର – ମା ମଙ୍ଗଳା ମନ୍ତ୍ର ପାଠ କରନ୍ତୁ।

ଧନୁ-
ମୂଳା- ଶାରିରୀକ ଦୁର୍ବଳତା ଦେଖାଦେବ। ବନ୍ଧୁମାନଙ୍କ ପରିସର ବୃଦ୍ଧି ପାଇବ। କାରବାର ବୃଦ୍ଧି ପାଇଁ ଉପାୟ ଫଳପ୍ରଦ ହେବ। ପ୍ରେମରେ ସଫଳତା ଅନୁଭବ କରିବେ।
ପୂ,ଷାଢା- ରାଜନୈତିକ ସମର୍ଥନ ପାଇବେ। ପଢାପଢିରେ ଶୁଭଫଳ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଏଭଳି ସୁଯୋଗ ପାଇବେ, ଯାହା ଦ୍ୱାରା ଭବିଷ୍ୟତ ଉଜ୍ଜଳ ହେବ। ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ।
ଉ,ଷାଢା- ବଡ ଯୋଜନାର ଶୁଭାରମ୍ଭ କରିପାରନ୍ତି। ବାକି କାମରେ ବନ୍ଧୁ ସାହାଯ୍ୟ କରିବେ। ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ଶ୍ରୀ ରାମଙ୍କ ବୀଜ ମନ୍ତ୍ର ପାଠ କରନ୍ତୁ।

ମକର
ଉ, ଷାଢା- ଧନ ପ୍ରାପ୍ତିର ଯୋଗ ଓ ବ୍ୟବସାୟରେ ଉନ୍ନତି ରହିବ। ସାମୟିକ ଦେହପିଡା, ଓ ବନ୍ଧୁ ବିୟୋଗ ଦେଖାଦେବ। କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ ଓ କାର୍ଯ୍ୟରେ ବ୍ୟସ୍ତତା ଯୋଗୁଁ  ହଇରାଣ ହୋଇ ପାରନ୍ତି।
ଶ୍ରବଣା-  ଆର୍ଥିକ ଲାଭ ତଥା ଭୂମି, ସୁନା ଆଦି ଲାଭ କରିବେ। ଶତୃମାନେ ପରାଜିତ ହେବେ ଏବଂ ସରକାରୀ ସହୟତା ପାଇବେ। ବନ୍ଧୁ ପରିଜନଙ୍କ ଠାରୁ ପ୍ରଶଂସିତ ହେବେ।
ଧନିଷ୍ଠା- ବିଦ୍ୟାର୍ଥୀମାନେ ଉତ୍ତମ ଫଳ ପାଇବେ।  ଚାକିରି କ୍ଷେତ୍ରରେ ଚକ୍ରାନ୍ତ ବଶବର୍ତ୍ତୀ ହୋଇ କ୍ଷୋଭ କରିବେ। ମାଲିମକଦ୍ଦମାର ଶୁଣାଣି ଆପଣଙ୍କ ବିପକ୍ଷରେ ଯିବା ସହିତ ଦଣ୍ଡବିଧାନ ହୋଇ ନ ପାରେ। ଅନ୍ୟମାନଙ୍କ ସହ ଭାବିଚିନ୍ତି କଥା କୁହନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ମା ଶାରଳାଙ୍କର ପୂଜାର୍ଚ୍ଚନା କରନ୍ତୁ।

କୁମ୍ଭ-
ଧନିଷ୍ଠା- ଆୟ ଖୁବ୍ ଭଲ ହେବ ଓ ବ୍ୟୟ ସାମାନ୍ୟ ବଢିବ। ଅନେକ ଦିନରୁ ଲାଗି ରହିଥିବା ଦେହ ପିଡାରୁ ମୁକ୍ତ ରହିବେ। ପାରିବାରିକ ଜୀବନ ଖୁସିରେ କଟିବ। କୈାଣସି ସମ୍ବନ୍ଧକୁ ନେଇ ଅଧିକ ଭାବପ୍ରବଣ ରହିବେ। କାମରେ ଭାଇ,ଭଉଣୀଙ୍କ ସହଯୋଗ ପାଇବେ।
ଶତଭିଷା- ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନିତ କରିବେ। ମନ ପ୍ରଫୁଲ୍ଲିତ ରହିବ। ପଢାପଢିରେ ସମ୍ପୂର୍ଣ୍ଣ ଅବହେଳା ଘଟିବ ଓ ପଛେଇଯିବା ମହିଳାମାନେ ପୂଜାପାଠରେ ମନ ଲଗାଇବେ। ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ।
ପୂ,ଭାଦ୍ରପଦ- ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ମାଲିମକନ୍ଦମାରେ ସଫଳତା ହାସଲ କରିବେ। ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – ଶନିଙ୍କର ଗାୟତ୍ରୀ ପାଠ କରନ୍ତୁ।

ମୀନ
ପୂ, ଭାଦ୍ରପଦ- ଭାଗ୍ୟ ଉଦ୍ୟୋଗୀ ହେବା ସହିତ, ବ୍ୟବସାୟ – ବାଣିଜ୍ୟରେ ଲାଭ ମିଳିବ। ପରିବାରରେ ସୁଖ - ପ୍ରୀତି ବୃଦ୍ଧି ପାଇବ। ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ। ଧର୍ମ ଭାବନାରୁ ମନ ଦୂରେଇ ରହିବ।
ଉ, ଭାଦ୍ରପଦ- ପଢାପଢିରେ ସମ୍ପୂର୍ଣ୍ଣ ଅବହେଳା କରିବେ। ଉପରିସ୍ଥ କର୍ମଚାରୀଙ୍କ ନେତୃତ୍ୱରେ କାର୍ଯ୍ୟ ସମ୍ପାଦନା କରିବେ। ବନ୍ଧୁ ମିଳନ ହୋଇପାରେ। ଆର୍ଥିକ ଲାଭ ସହିତ ସମ୍ପତ୍ତି ବୃଦ୍ଧି ହେବ।
ରେବତୀ-  ଘରକୁ ଜିନିଷ କିଣି ଅଧିକ ପଇସା ଖର୍ଚ୍ଚ କରିପାରନ୍ତି। ଜୀବନରେ ନୂଆ ସଂକେତ ମିଳିପାରେ। ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ।
 ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର –  ବୃହସ୍ପତିଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।