Head and neck cancer: ଦେଶରେ ବୃଦ୍ଧି ପାଉଛି: ମଥା ଓ ଗଳା କର୍କଟ
"ଅଣଧୂମପାନକାରୀଙ୍କ ସମେତ ଦେଶର ଯୁବଗୋଷ୍ଠୀଙ୍କ ମଧ୍ୟରେ ମଥା ଓ ଗଳା କର୍କଟରୋଗ ବୃଦ୍ଧି ପାଉଥିବା କଥା ଡାକ୍ତରମାନେ ସତର୍କ କରାଉଛନ୍ତି।
ନ ଶୁଖୁଥିବା ପାଟି ଘା", ଭଲ ନ ହେଉଥିବା ତଣ୍ଟିଦରଜ, ଗଳାରେ ଆବୁ ଅଥବା ଗିଳିବାରେ କଷ୍ଟ ହେବା ଆଦି ମଥା ଓ ଗଳା କର୍କଟରୋଗର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ ବୋଲି ଅଙ୍କୋେଲାଜିଷ୍ଟ୍ମାନେ କହିଛନ୍ତି।
ଏସବୁ ଲକ୍ଷଣ ଥିଲେ କାହା ପ୍ରତି ଅଧିକ ବିପଦ ଅଛି ଅଥବା କି ଧରଣର ଚିକିତ୍ସା ଲୋଡ଼ା ସେମାନେ ବତାଇ ପାରିବେ।ଦୀର୍ଘଦିନ ଧୂମପାନ, ତମାଖୁ ସେବନ ଓ ମଦ୍ୟପାନ କରୁଥିବା ବୃଦ୍ଧମାନେ ସାଧାରଣତଃ ମଥା ଓ ଗଳା କର୍କଟ ରୋଗଦ୍ବାରା ଆକ୍ରାନ୍ତ ହୁଅନ୍ତି ବୋଲି ଦଶନ୍ଧି ଦଶନ୍ଧି ଧରି ବିବେଚନା କରାଯାଉଥିଲା।
କିନ୍ତୁ, ସେ ଧାରଣା ଭୁଲ୍ ବୋଲି ଏବେ ସାବ୍ୟସ୍ତ ହୋଇଛି।
ସମଗ୍ର ଭାରତ ଏବଂ ବିଶ୍ବବ୍ୟାପୀ ଡାକ୍ତରମାନେ ଦେଖୁଛନ୍ତି ଯେ ଆଦୌ ଧୂମପାନ କରୁ ନ ଥିବା ଅଥବା ତମାଖୁ ସେବନ କରୁ ନ ଥିବା ଯୁବଗୋଷ୍ଠୀଙ୍କ ଠାରେ ମୁଖ, ତଣ୍ଟି, ଟନ୍ସିଲ୍ ଓ ଜିହ୍ବା କର୍କଟେରାଗ ଦେଖାଯାଉଛି।
ଏତାଦୃଶ ପରିବର୍ତ୍ତନ କର୍କଟରୋଗ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
ସର୍ଭିକାଲ୍ କ୍ୟାନ୍ସର୍ କରାଉଥିବା ସାଧାରଣ ଭୂତାଣୁ "ହ୍ୟୁମାନ୍ ପାପିଲୋମା ଭାଇରସ୍" ବା "ଏଚ୍ପିଭି" ଅଧିକାଂଶ ଯୁବ-ରୋଗୀଙ୍କଠାରେ ସଂକ୍ରମଣ କରାଇ କର୍କଟରୋଗ ସୃଷ୍ଟି କରୁଥିବା କଥା ଜଣାପଡୁଛି।
ବିଶେଷଜ୍ଞମାନେ ମଧ୍ୟ କହୁଛନ୍ତି ଯେ "ଏଚ୍ପିଭି" ତଣ୍ଟି ଓ ମଥାର ଅନ୍ୟାନ୍ୟ ଭାଗରେ କର୍କଟରୋଗ ବୃଦ୍ଧି କରୁଥିବାରୁ ଏବେ ଟିକାକରଣ ଓ ପ୍ରାକ୍-ସଚେତନତା ପୂର୍ବାପେକ୍ଷା ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି।ଭାରତରେ ଲୋକଙ୍କୁ ମଥା ଓ ଗଳା କର୍କଟରୋଗ ଆକ୍ରାନ୍ତ କରିବାର ମୁଖ୍ୟ କାରଣ ହେଉଛି ତମାଖୁ ସେବନ।
ତା"ଛଡ଼ା, ଧୂମପାନ, ତମାଖୁ ଚର୍ବଣ, ଅତ୍ୟଧିକ ମଦ୍ୟପାନ ଓ ଗୁଆ ଖାଇବା ଯୋଗୁଁ ମଧ୍ୟ ଅନେକେ କର୍କଟରୋଗ ଭୋଗୁଛନ୍ତି।
ଏସବୁ ସାଧାରଣ କାରଣ ହୋଇଥିବା ବେଳେ ସମ୍ପ୍ରତି ଏ ରୋଗ ନିମନ୍ତେ ପ୍ରଧାନ କାରଣ ଭାବେ ଉଭା ହୋଇଛି "ଏଚ୍ପିଭି" ସଂକ୍ରମଣ।Advertisment Vedanta Aluminium: ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କଲା ବେଦାନ୍ତ ଆଲୁମିନିୟମ "ଏଚ୍ପିଭି" ହେଉଛି ଯୌନକ୍ରିୟା ଦ୍ବାରା ବ୍ୟାପୁଥିବା ଭୂତାଣୁ।
ସେଥିରୁ ଅଧିକ ବିପଦ ପ୍ରବଣ ପ୍ରଜାତି, ବିଶେଷକରି "ଏଚ୍ପିଭି-୧୬" କୌଣସି ଉପସର୍ଗ ନ ଦେଖାଇ ଶରୀର ମଧ୍ୟରେ ବର୍ଷ ବର୍ଷ ଧରି ରହିପାରେ।
କାଳକ୍ରମେ ଏହି ଭୂତାଣୁ ତଣ୍ଟି, ଟନ୍ସିଲ୍, ଜିହ୍ବା ମୂଳରେ ଅସ୍ବାଭାବିକ ଭାବେ ଜୀବକୋଷ ପରିବର୍ତ୍ତନ କରିଥାଏ।
ଜୀବଦ୍ଦଶାରେ କଦାପି ଧୂମପାନ ଅଥବା ତମାଖୁ ସେବନ କରି ନ ଥିଲେ ବି ଅନେକଙ୍କ ଠାରେ "ଏଚ୍ପିଭି" ସମ୍ବନ୍ଧିତ ମଥା ଓ ଗଳା କର୍କଟ ରୋଗାକ୍ରାନ୍ତ ହେଉଛନ୍ତି।"ଏଚ୍ପିଭି" ଟିକା କେବଳ ଝିଅ ଓ ମହିଳାଙ୍କୁ ହେଉଥିବା କର୍କଟରୋଗ ପ୍ରତିରୋଧ କରେ ବୋଲି ଅନେକଙ୍କର ଧାରଣା।
କିନ୍ତୁ, ଏ ଟିକା ତରୁଣମାନଙ୍କ ପାଇଁ ମଧ୍ୟ ସମଗୁରୁତ୍ବ ବହନ କରେ ବୋଲି ସମ୍ପ୍ରତି ଡାକ୍ତରମାନେ ଗୁରୁତ୍ବାରୋପ କରୁଛନ୍ତି।
Soumyaranjan Death: ଡିଏଫ୍ଓ ଜେଲ୍ ଗଲେ, ମନ୍ମଥ କେଉଁଠି?
ଜାମିନବିହୀନ ପରୱାନାକୁ ଦୁଇ ବର୍ଷ ହେଲା ଏହି ଟିକା ନେବା ଦ୍ବାରା ଭବିଷ୍ୟତରେ ସେମାନେ "ଏଚ୍ପିଭି"ଜନିତ ମଥା ଓ ଗଳା କର୍କଟରୋଗରେ ଆକ୍ରାନ୍ତ ହେବାର ବିେଶଷ ଆଶଙ୍କା ରହେନାହିଁ।
ସେଥିପାଇଁ ବିଶେଷଜ୍ଞମାନେ ସୁପାରିସ କରିଛନ୍ତି ଯେ ୯ରୁ ୧୨ ବର୍ଷ ବୟସ ମଧ୍ୟରେ ରୁଟିନ୍ ଟିକାକରଣ ଜରୁରି।
ସେହିପରି, ଯେଉଁମାନେ ପୂର୍ବରୁ ନେବାକୁ ଥିବା ଟିକା ଡୋଜ୍ କୌଣସି କାରଣରୁ ନେଇ ପାରି ନ ଥିବେ ସେମାନେ ୨୬ ବର୍ଷ ବୟସ ପର୍ଯ୍ୟନ୍ତ କ୍ୟାଚ୍-ଅପ୍ ଟିକାକରଣ କରାଇପାରିବେ।
ତା"ଛଡ଼ା ୨୭ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିମାନେ ମଧ୍ୟ ଡାକ୍ତରଙ୍କ ସହିତ ନିଜ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ପରାମର୍ଶ କରି ଏହି ଟିକା ନେଇପାରିବେ।
ସର୍ଭିକଲ୍ କ୍ୟାନ୍ସର୍ ପରି ସମ୍ପ୍ରତି ମଥା ଓ ଗଳା କର୍କଟ ନିମନ୍ତେ ସମସ୍ତଙ୍କ ପାଇଁ ସ୍କ୍ରିନିଙ୍ଗ୍ ପ୍ରୋଗ୍ରାମ୍ ନାହିଁ।
କିନ୍ତୁ, ତମାଖୁ ସେବନକାରୀ, ମାତ୍ରାଧିକ ମଦ୍ୟପାନକାରୀ ବ୍ୟକ୍ତି, ଗୁଆ ଖାଉଥିବା ବ୍ୟକ୍ତି, ଆଗରୁ ମଥା ଓ ଗଳା କର୍କଟରୋଗ ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତି।
ଲ୍ୟୁକୋପ୍ଲାକିଆ ଅଥବା ଓରାଲ୍ ସବ୍ମ୍ୟୁକସ୍ ଫାଇବ୍ରୋସିସ୍ ଭଳି ମୁଖ ଗହ୍ବରରେ ପ୍ରାକ୍-କର୍କଟରୋଗ ଲକ୍ଷଣ ଦେଖାଯାଉଥିବା ଲୋକମାନେ ନିୟମିତ ମୁଖ ଗହ୍ବର ପରୀକ୍ଷା କରାଇନେବା ଉଚିତ ବୋଲି ଡାକ୍ତରମାନେ ସୁପାରିସ କରିଛନ୍ତି।
ସାଧାରଣତଃ, ଦନ୍ତରୋଗ ବିଶେଷଜ୍ଞ ଓ ଡାକ୍ତରମାନେ ମୁଖ ଓ ଗଳାର ରୁଟିନ୍ ଚେକ୍-ଅପ୍ କରନ୍ତି।
ଯଦି କୌଣସି କ୍ଷତ ବା ଘା" ଦୁଇ ସପ୍ତାହ ମଧ୍ୟରେ ଶୁଖୁ ନ ଥାଏ ତା"ହେଲେ ସେମାନେ ବାୟୋସ୍ପି ନିମନ୍ତେ ସୁପାରିସ କରିପାରିବେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।