WEDNESDAY
01 JULY 2026

Welcome!

Unlock your personalized experience.
Sign Up

Infertility Reasons: ବାପା-ମା’ ହେବାକୁ ଛାଡ଼ୁଛନ୍ତି କି ଚାକିରି ? ଏକ୍ସପର୍ଟ କହିଲେ ପୂରା ସତ୍ୟ

Jul 01, 2026 - 18:00
Infertility Reasons: ବାପା-ମା’ ହେବାକୁ ଛାଡ଼ୁଛନ୍ତି କି ଚାକିରି ? ଏକ୍ସପର୍ଟ କହିଲେ ପୂରା ସତ୍ୟ

ଭାରତରେ ପ୍ରଜନନ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏକ ରିପୋର୍ଟ ଅନୁସାରେ ଦେଶର ମୋଟ ପ୍ରଜନନ ହାର ୧.୯ କୁ ଖସିଆସିଛି। ଜନସଂଖ୍ୟା ସ୍ଥିର ରଖିବା ପାଇଁ ଏହି ହାର ସାଧାରଣତଃ ୨.୧ କିମ୍ବା ତା’ଠାରୁ ଅଧିକ ରହିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ତେବେ ବନ୍ଧ୍ୟାତ୍ୱ ପଛରେ ଅନେକ କାରଣ ଥିବାବେଳେ, ବର୍ତ୍ତମାନ ସମୟରେ ଆଧୁନିକ କର୍ପୋରେଟ୍ ଚାକିରି ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଦୀର୍ଘ ସମୟ ଧରି କାମ, ଅତ୍ୟଧିକ ଚାପ, ଅନିୟମିତ ଜୀବନଶୈଳୀ ଓ ନିଦ ଅଭାବ ପ୍ରଜନନ କ୍ଷମତା ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

ପ୍ରଜନନ କ୍ଷମତା କ’ଣ ?

ପ୍ରଜନନ କ୍ଷମତା ହେଉଛି ଜଣେ ବ୍ୟକ୍ତିଙ୍କର ପ୍ରାକୃତିକ ଭାବେ ସନ୍ତାନ ଜନ୍ମ ଦେବାର କ୍ଷମତା। ଗବେଷଣାରୁ ଜଣାପଡ଼ିଛି ଯେ ଆଧୁନିକ କର୍ପୋରେଟ୍ ଲାଇଫ୍‌ଷ୍ଟାଇଲ୍ ଏହି କ୍ଷମତାକୁ ପ୍ରଭାବିତ କରି ବନ୍ଧ୍ୟାତ୍ୱର ରିସ୍କ ବଢାଉଛି। ଯପେରିକି …

ଦୀର୍ଘ ସମୟ ବସି କାମ କରିବା

ଅଫିସରେ ଘଣ୍ଟା ଘଣ୍ଟା ଧରି ଗୋଟିଏ ସ୍ଥାନରେ ବସି କାମ କରିବା ଶରୀରର ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ। ବିଶେଷକରି ପେଲଭିକ୍ ଅଞ୍ଚଳରେ ରକ୍ତ ପ୍ରବାହ କମିଯିବା ଫଳରେ ପ୍ରଜନନ ଅଙ୍ଗର କାର୍ଯ୍ୟକ୍ଷମତା ଉପରେ ଖରାପ ପ୍ରଭାବ ପଡ଼ିପାରେ। ଏହା ସହିତ ପିଠି ଯନ୍ତ୍ରଣା ଓ ମାଂସପେଶୀ ଟାଇଟ ହେବାର ସମସ୍ୟା ମଧ୍ୟ ବଢ଼େ।

ସ୍କ୍ରିନ୍‌ର ନୀଳ କିରଣ ଓ ମେଲାଟୋନିନ୍

କମ୍ପ୍ୟୁଟର, ଲାପଟପ୍ ଓ ମୋବାଇଲ୍‌ରୁ ବାହାରୁଥିବା ନୀଳ କିରଣ ଶରୀରରେ ମେଲାଟୋନିନ୍ ହରମୋନ୍ ଉତ୍ପାଦନକୁ ବାଧା ଦେଇପାରେ। ମେଲାଟୋନିନ୍ କେବଳ ଭଲ ନିଦ ପାଇଁ ନୁହେଁ, ଏହା ମହିଳାଙ୍କ ଡିମ୍ବାଣୁକୁ ସୁରକ୍ଷା ଦେବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଅଧିକ କଫି ପିଇବାର ଅଭ୍ୟାସ

ଅନେକ ଅଧ୍ୟୟନ ଅନୁଯାୟୀ, ପ୍ରତିଦିନ ତିନି କପ୍‌ରୁ ଅଧିକ କଫି ପିଇବା ପ୍ରଜନନ କ୍ଷମତାକୁ ପ୍ରଭାବିତ କରିପାରେ। କ୍ୟାଫିନ୍ ଫାଲୋପିଆନ୍ ଟ୍ୟୁବ୍ର ସାଧାରଣ କାର୍ଯ୍ୟକୁ ବାଧା ଦେଇ ଗର୍ଭଧାରଣର ସମ୍ଭାବନା କମାଇପାରେ।

ବିଳମ୍ବିତ ବିବାହ ଓ ଗର୍ଭଧାରଣ

କ୍ୟାରିୟରକୁ ପ୍ରାଥମିକତା ଦେବା ଯୋଗୁଁ ଅନେକ ଦମ୍ପତି ବିଳମ୍ବରେ ପରିବାର ଯୋଜନା କରୁଛନ୍ତି। ବୟସ ବଢ଼ିବା ସହିତ ମହିଳାଙ୍କ ଡିମ୍ବାଣୁର ସଂଖ୍ୟା ଓ ଗୁଣବତ୍ତା କମିବାକୁ ଲାଗେ। ବିଶେଷକରି 30 ବର୍ଷ ପରେ AMH ସ୍ତର କମିବା ଫଳରେ ଗର୍ଭଧାରଣ କଠିନ ହୋଇପାରେ।

ମାନସିକ ଚାପ ବଢ଼ାଉଛି ବନ୍ଧ୍ୟାତ୍ୱର ସଂଖ୍ୟା

କାର୍ଯ୍ୟକ୍ଷେତ୍ରର ଅଧିକ ଚାପ ଶରୀରରେ କର୍ଟିସୋଲ୍ ହରମୋନ୍‌ର ସ୍ତର ବଢ଼ାଇଥାଏ। ଦୀର୍ଘ ସମୟ ଧରି କର୍ଟିସୋଲ୍ ଅଧିକ ରହିଲେ LH ଓ FSH ହରମୋନ୍ର ସନ୍ତୁଳନ ବିଗଡ଼ିଯାଏ, ଯାହା ମହିଳାଙ୍କ ଡିମ୍ବାଣୁ ନିର୍ଗମନ (Ovulation) ଓ ଋତୁସ୍ରାବ ଚକ୍ରକୁ ପ୍ରଭାବିତ କରେ।

  • ପ୍ରଜନନ କ୍ଷମତା ଭଲ ରଖିବା ପାଇଁ କଣ କରିବେ?
  • ପ୍ରତି ୩୦-୪୫​​​​​​​ ମିନିଟ୍‌ରେ ଥରେ ଉଠି ଚାଲନ୍ତୁ
  • ପ୍ରତିଦିନ ୭-୮ ଘଣ୍ଟା ଗୁଣାତ୍ମକ ନିଦ ନିଅନ୍ତୁ
  • ସ୍କ୍ରିନ୍ ସମୟ ସୀମିତ କରନ୍ତୁ
  • କଫି ଓ କ୍ୟାଫିନ୍‌ର ସେବନ ନିୟନ୍ତ୍ରଣ କରନ୍ତୁ
  • ନିୟମିତ ବ୍ୟାୟାମ ଓ ସନ୍ତୁଳିତ ଖାଦ୍ୟ ଅଭ୍ୟାସ ରଖନ୍ତୁ
  • ଅତ୍ୟଧିକ ଚାପ ରୋକିବା ପାଇଁ ଯୋଗ, ଧ୍ୟାନ କିମ୍ବା ରିଲାକ୍ସେସନ୍ ଅଭ୍ୟାସ କରନ୍ତୁ
  • ଗର୍ଭଧାରଣରେ ସମସ୍ୟା ଥିଲେ ଶୀଘ୍ର ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଅଧିକ ପଢନ୍ତୁ- ବିଶ୍ୱର ସବୁଠାରୁ ବଡ଼ ଫୁଲ ରାଫ୍ଲେସିଆ ଆର୍ନୋଲ୍ଡାଇ: ୧୧ କେଜି ଓଜନ, ପଚା ମାଂସ ଭଳି ଦୁର୍ଗନ୍ଧ, ମାତ୍ର ୫ରୁ ୭ ଦିନ ବଞ୍ଚିଥାଏ