WEDNESDAY
01 JULY 2026

Welcome!

Unlock your personalized experience.
Sign Up

୪୫% ଭାରତୀୟଙ୍କ ଘର ଇଭି ଚାର୍ଜିଂ ପାଇଁ ଅନସେଫ୍ ! ରିପୋର୍ଟରେ କୁହାଯାଇଛି ନିଆଁ ଏବଂ ଓଭରଲୋଡିଂର ବିପଦ

Jul 01, 2026 - 14:07
୪୫% ଭାରତୀୟଙ୍କ ଘର ଇଭି ଚାର୍ଜିଂ ପାଇଁ ଅନସେଫ୍ ! ରିପୋର୍ଟରେ କୁହାଯାଇଛି ନିଆଁ ଏବଂ ଓଭରଲୋଡିଂର ବିପଦ

ନୂଆଦିଲ୍ଲୀ,୧।୭: ଭାରତରେ ଇଲେକ୍ଟ୍ରିକ୍ ବାହାନ (ଇଭି)କୁ ପ୍ରୋତ୍ସାହନ ଦେବାର ନୂଆ ରିପୋର୍ଟ ଚିନ୍ତା ପ୍ରକାଶ କରିଛି। ରିପୋର୍ଟ ଅନୁସାରେ, ଦେଶର ପ୍ରାୟ ୪୫ ପ୍ରତିଶତ ଘରେ ସୁରକ୍ଷିତ ଇଭି ଚାର୍ଜିଂ ପାଇଁ ବିଜୁଳିର ମୌଳିକ ସୁବିଧାରେ ସୁଧାର ଆବଶ୍ୟକତା ରହିଛି। ଘରୋଇ ଚାର୍ଜିଂ ଇଭି ୟୁଜର୍ସଙ୍କ ମୁଖ୍ୟ ପଦ୍ଧତି ହେବାପରେ ବି ବହୁ ଘରେ ପର୍ଯ୍ୟାପ୍ତ ପରିମାଣରେ ବିଦ୍ୟୁତ ଭାର, ସଠିକ୍ ଓ୍ବେୟାରିଂ ଓ ସେଫ୍ଟି ଇକ୍ବିପମେଣ୍ଟର ଅଭାବ ରହିଛି। ଏଥିରେ ନିଆଁ ଲାଗିବା, ସର୍କିଟ୍ ଓଭରଲୋଡ୍ ଓ ବ୍ୟାଟେରୀ ଖରାପ ହେବା ଭଳି ସମସ୍ୟା ହୋଇପାରେ।

ରିପୋର୍ଟ ଅନୁସାରେ, କେବଳ ୫୫% ସମ୍ଭାବିତ କ୍ରେତାଙ୍କ ଘରେ ଚାର୍ଜିଂର ସୁବିଧା ରହିଛି। AEEE ଓ Kazam ଦ୍ବାରା ଜାରି ଏହି ରିପୋର୍ଟରେ ୮୦ ହଜାରରୁ ଅଧିକ ରେସିଡେଣ୍ଟିଆଲ ଚାର୍ଜର ଇଷ୍ଟଲେସନ୍‌ର ଡାଟା ବିଶ୍ଲେଷଣ କରାଯାଇଛି। ଇଭି ଗ୍ରହଣ କରିବାର ପଲିସ ସହିତ ଘରକୁ ଇଭି ରେଡି ତିଆରି କରିବା ପାଇଁ ତୁରନ୍ତ ପଦକ୍ଷେ ନେବାର ପରାମର୍ଶ ଦିଆଯାଇଛି। ଫଳରେ ନେଟ୍-ଜିରୋ ଟାର୍ଗେଟ ହାସଲ କରାଯାଇ ହେବ।

AEEE ଓ ଇଭି ଚାର୍ଜିଂ ପ୍ଳାଟଫର୍ମ Kazamର ମିଳିତ ରିପୋର୍ଟ ‘ଦ ନେଟ୍ ଜିରୋ ଟ୍ରାଞ୍ଜିସନ୍ ଷ୍ଟାର୍ଟ ଆଟ୍ ହୋମ୍ ଏନେବଲିଂ ଇଭି ରେଡି ରେସିଡେନ୍ସ ଇନ୍ ଇଣ୍ହିଆ’ରେ ଜଣାପଡିଛି ଯେ, ସାରା ଦେଶରେ ଟାୟର-୧, ଟାୟର-୨ ଓ ଟାୟର-୩ ସହରରେ ଇଣ୍ଡିପେଣ୍ଡେଣ୍ଟ ହାଉସ୍, ଆପାର୍ଟମେଣ୍ଟ, ବସ୍ତି ଓ ଭଡା ଘରେ ଚାର୍ଜିଂର ସୁବିଧା ଅସମାନ୍ୟ ରୂପରେ ଉପଲବ୍ଧ ରହିଛି। ବହୁ ଘର ପୁରୁଣା ବିଦ୍ୟୁତ ବ୍ୟବସ୍ଥା ଉପରେ ନିର୍ଭର କରେ, ଯାହାକି ଇଭି ଚାର୍ଜିଂ ପାଇଁ ଉପଯୁକ୍ତ ନୁହେଁ।

ଅନୌପଚାରିକ ଭାବରେ ନର୍ମାଲ ସର୍କିଟ, ଏକ୍ସଟେନସନ୍ କେବଲ କିମ୍ବା ସେୟାର କରାଯାଇଥିବା କନେକ୍ସନରୁ ଚାର୍ଜିଂ କଲେ ନିଆଁର ବିପଦ, ଇଲେକ୍ଟ୍ରିକ୍ ଫଲ୍ଟ, ଇକ୍ବିପମେଣ୍ଟରୁ ସମସ୍ୟା, ଭୋଲଟେଜ୍ ଫ୍ଲକଚୁଏସନ୍, ଓ୍ବେୟାରିଂ ଓଭରହିଟିଂ ଓ ଲୋକାଲ ପାଓ୍ବାର ଆଉଟେଜ୍ ଭଳି ସମସ୍ୟା ହୋଇପାରେ। ଏହାଦ୍ବାରା ଚାର୍ଜିଂର ବିଶ୍ବାସନୀୟତା କମ୍ ହେବ ଓ ଇଭି ବ୍ୟାଟେରୀ ଜଲଦି ଖରାପ ହୋଇପାରେ। ପୁରୁଣା ଘର, ଆପାର୍ଟମେଣ୍ଟ କମ୍ପଲେକ୍ସ ଓ ଅନୌପଚାରିକ ବସ୍ତିରେ ଏହି ଚ୍ୟାଲେଞ୍ଜ ଆହୁରି ଗମ୍ଭୀର ରହିଛି। ଯେଉଁଠି ପାର୍କିଂ ଓ ରେଟ୍ରୋଫିଟ୍ ଗାଇଡଲାଇନର ଅଭାବ ରହିଛି।

ରିପୋର୍ଟରେ ଘରକୁ ଇଭି-ରେଡି କରିବା ପାଇଁ ନ୍ୟୁନତମ ମାନକ ଧାର୍ଯ୍ୟ କରାଯାଇଛି। ଏଥିରେ ପର୍ଯ୍ୟାପ୍ତ ସ୍ବୀକୃତି ବିଦ୍ୟୁତ ଭାର, ଡେଡିକେଟେଡ୍ ଚାର୍ଜିଂ ସର୍କିଟ୍, କମ୍ପ୍ଲାଏଣ୍ଟ ଓ୍ବେୟାରିଂ ଓ ଆର୍ଥିଂ ଠିକ୍ ଭାବରେ ଲଗାଯାଇଥିବା ଚାର୍ଜର, ରେଟେଡ୍ MCBs,ଅର୍ଥ-ଲିକେଜ୍ ପ୍ରୋଟେକ୍ସନ ଓ ସାର୍ଟିଫାଏଡ୍ ଇଭି ସବ୍ ମିଟର ବି ରହିଛି। ଏହା ସହ ବିଲ୍ଡିଂ କୋଡ୍, ଇଲେକ୍ଟ୍ରିକ୍ ସେଫ୍ଟି ଷ୍ଟାଣ୍ଡାର୍ଡ ଓ ଇଭି ଚାର୍ଜିଂ ଗାଇଡଲାଇନ୍ସକୁ ଇଣ୍ଟିଗ୍ରେଟ୍ କରୁଥିବା ନ୍ୟାସନାଲ ଫ୍ରେମଓ୍ବାର୍କ ତିଆରି କରିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି। ଏହାଦ୍ବାରା ସୁରକ୍ଷା ବଢିବ ଓ ଅପଗ୍ରେଡ୍‌ର ଖର୍ଚ୍ଚ ଭଳି ଚିନ୍ତାର ସମାଧାନ ହେବ।

ଏହି ରିପୋର୍ଟ ଦିଲ୍ଲୀ ସରକାରଙ୍କ ନୂଆ ଇଭି ପଲିସି ସହ ଆସିଛି। ଯେଉଁଥିରେ ୨୦୨୭ ରୁ ପେଟ୍ରୋଲ ସିଏନ୍‌ଜି ଥ୍ରୀ ହ୍ବିଲର ଓ ୨୦୨୮ ରୁ ପେଟ୍ରୋଲ ଟୁ-ହ୍ବିଲରର ନୂଆ ରେଜିଷ୍ଟେ୍ରସନ୍ ବନ୍ଦ କରିବାର ନିଷ୍ପତ୍ତି ରହିଛି। ଇଭି ସମ୍ପର୍କିତ ବିଜୁଳିର ଖର୍ଚ୍ଚ ୨୦୨୪ ରେ ୦.୨ ପ୍ରତିଶତରୁ ବଢି ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୬% ପର୍ଯ୍ୟନ୍ତ ବଢିଯିବାର ଅନୁମାନ ରହିଛି। ତେଣୁ ଇନଫ୍ରାଷ୍ଟ୍ରକଚର ମଜବୁତ ହେବାର ଆବଶ୍ୟକତା ରହିଛି।

ଆହୁରି ପଢନ୍ତୁ : ଡାଟା ସେଣ୍ଟର କ'ଣ? କାହିଁକି ଏହାର ବିନା ସାହାଯ୍ୟରେ ଚାଲିପାରିବନି ୟୁପିଆଇ, ହ୍ବାଟ୍ସଆପ୍ ଏବଂ ଏଆଇ