WEDNESDAY
01 JULY 2026

Welcome!

Unlock your personalized experience.
Sign Up

ଅମିଷା ନୁହେଁ ଏହିସବୁ ନାୟିକା ଥିଲେ ପ୍ରଥମ ପସନ୍ଦ, ଜାଣନ୍ତୁ ‘ଗଦର’ରେ କେମିତି ଅଭିନୟ କଲେ ଅମରିଶ ପୁରୀ

Jul 01, 2026 - 16:35
ଅମିଷା ନୁହେଁ ଏହିସବୁ ନାୟିକା ଥିଲେ ପ୍ରଥମ ପସନ୍ଦ, ଜାଣନ୍ତୁ ‘ଗଦର’ରେ କେମିତି ଅଭିନୟ କଲେ ଅମରିଶ ପୁରୀ

ନୂଆଦିଲ୍ଲୀ: ୨୦୦୧ ମସିହାରେ ରିଲିଜ୍ ହୋଇଥିବା ସନ୍ନି ଦେଓଲ ଏବଂ ଅମିଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦର’- ଏକ ପ୍ରେମ କଥା ଦର୍ଶକଙ୍କ ମନ ମୋହିଥିଲା । ଏହାର ଦ୍ବିତୀୟ ଭାଗ ମଧ୍ୟ ରିଲିଜ୍ ହୋଇଛି । ମାତ୍ର ଏହି ଫିଲ୍ମର କଳାକାର ଚୟନ ଏବଂ ଫିଲ୍ମ ସମ୍ପର୍କରେ ଅନେକ ଅଜଣା କଥା ସମ୍ପର୍କରେ ପ୍ରକାଶ କରିଛନ୍ତି ନିର୍ଦ୍ଦେଶକ ଅନୀଲ ଶର୍ମା । ଏୖହି ଫିଲ୍ମରେ ପ୍ରଥମେ କେଉଁ କଳାକାରଙ୍କୁ ଚୟନ କରାଯାଇଥିଲା ଏବଂ ଫିଲ୍ମ ହିଟ୍ ହେବା ପଛର ଅନେକ ଗୁମର ସମ୍ପର୍କରେ ପ୍ରକାଶ କରିଛନ୍ତି । ନିକଟରେ ଏକ ପୋଡକାଷ୍ଟରେ ଅତିଥୀଭାବେ ନଜର ଆସିଥିବାବେଳେ ଅନେକ କଥା କହିଛନ୍ତି ।

ଫିଲ୍ମର ନାୟିକା ପାଇଁ ପ୍ରଥମ ପସନ୍ଦ ଥିଲେ କାଜୋଲ । ଏହାସହ ଐଶର୍ଯ୍ୟାଙ୍କ ସହ ମଧ୍ୟ ଆଲୋଚନା ହୋଇଥିଲା । କେବଳ ଏତିକି ନୁହେଁ ଫିଲ୍ମ ସ୍କ୍ରିପ୍ଟ ଅନେକ ଜଣ ଶୁଣିଥିଲେ କିନ୍ତୁ ପ୍ରଥମେ ସେମାନେ ବୁଝିପାରିନଥିଲେ । ମୁଁ ସେମାନଙ୍କ ନାମ ନେବାକୁ ଚାହୁଁନି । ଏମିତିକି ଏହି ଫିଲ୍ମରେ କାମ କରିବା ପାଇଁ ପ୍ରଥମେ ଅନେକ ରାଜି ମଧ୍ୟ ହୋଇନଥିଲେ । ଏହାସହ ଯେତେବେଳେ ଏହି ଫିଲ୍ମ ସୁଟିଂ ହୋଇଥିଲା ଅନେକ ଫିଲ୍ମ ବିଦେଶରେ ସୁଟିଂ ହେଉଥିଲା । ବିଦେଶୀ ବଜାରେ ଅଧିକ ସମୟ ଥିଲା ।

ଏହାସହ ଏପରି ଫିଲ୍ମ ନିର୍ମାଣ କରାଯାଉଥିଲା ଯାହାକି ପାକିସ୍ତାନୀଙ୍କୁ କ୍ଷତି ପହଞ୍ଚାଇବ ନାହିଁ । ଫିଲ୍ମରେ ପାକିସ୍ତାନ ସହ ଜଡ଼ିତ ଥିବାବେଳେ ଅନେକ ରାଜି ନଥିଲେ । ଏକ ସତ୍ୟ କାହାଣୀ ଉପରେ ଆଧାରିତ ହୋଇଥିବାବେଳେ ପାକିସ୍ତାନରେ ଭାରତୀୟ ସିନେମା ଅଧିକ ଚାଲୁଥିବାବେଳେ ବିରୋଧ ହୋଇଥିବାରୁ କିଛି କଳାକାର ଅଭିନୟ କରିବା ପାଇଁ ମଧ୍ୟ ପ୍ରଥମେ ରାଜି ହୋଇନଥିଲେ । ଏହାସହ ଫିଲ୍ମର ବଜେଟକୁ ନେଇ ମଧ୍ୟ ଆମକୁ ଚ୍ୟାଲେଞ୍ଜର ଶିକାର ହେବାକୁ ପଡ଼ିଥିଲା ।

ବଜେଟ୍ ମଧ୍ୟରେ କେଉଁ କଳାକାରଙ୍କୁ ନେବୁ ଆମ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ମୋତେ ପ୍ରଥମ କୁହାଯାଇଥିଲା ଆମ ସହ ସନ୍ନି ଦେଓଲ ଅଛନ୍ତି ତାଙ୍କ ସହ ଅମରୀଶ ପୁରୀ ଏବଂ ଜଣେ ବଡ଼ ନାୟିକାଙ୍କୁ ନିଆଯାଉ । ପାକିସ୍ତାନୀ ଭାବେ ଅମରୀଶ ପୁରୀ ଅଭିନୟ କରିଥିବାବେଳେ ମୁଁ ଭାବିଥିଲି ଆମେ ଏମିତି ଜଣେ ନାୟିକାଙ୍କୁ କାଷ୍ଟ କରିବା ଯିଏ ଭଲ ନାଁ କମେଇବେ । ୪୦୦-୫୦୦ ଜଣ ଝିଅଙ୍କ ଅଡ଼ିସନ କରାଯାଇଥିବାବେଳେ ଆମେ ଅମୀଷାଙ୍କୁ ବାଛିଥିଲୁ । ସେତେବେଳେ ସେ କହୋନା ପ୍ୟାର୍ ହେ ସୁଟିଂ କରୁଥିଲେ ।

ଅନିଲ କହିଛନ୍ତି କି, ଏହି ଫିଲ୍ମ ପାଇଁ ଅମିଷା ବହୁ ପରିଶ୍ରମ କରିଛନ୍ତି । ସେ ନିଜକୁ ସକିନାରେ ପରିଣତ କରିଥିଲେ । ଏମିତିକି ଅନେକ ତାଙ୍କୁ ଆଜି ମଧ୍ୟ ଏହି ନାମରେ ଜାଣନ୍ତି । ଏହି ଫିଲ୍ମ ତାଙ୍କୁ ଅନେକ ସଫଳତା ମଧ୍ୟ ଦେଇଛି ।

ଏହାସହ ପଢ଼ନ୍ତୁ : ମାଆ ହେବେ ସାମନ୍ଥା, ସେୟାର କଲେ ବେବି ବମ୍ଫ ଫଟୋ