WhatsApp Username ଫିଚର୍ସକୁ ନେଇ ସରକାର ଗମ୍ଭୀର, ମେଟାକୁ ପଠାଇ ପାରନ୍ତି ନୋଟିସ୍
ନୂଆଦିଲ୍ଲୀ,୧।୭:ହ୍ୱାଟସଆପ୍ ଦ୍ୱାରା ମୋବାଇଲ୍ ନମ୍ବର ବଦଳରେ‘ୟୁଜରନେମ୍’ଫିଚର୍ ପ୍ରଚଳନ କରିବା ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତା ଉପରେ ସରକାର ଚିନ୍ତା ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ଏହି ଫିଚର୍ ସମୀକ୍ଷା କରିପାରନ୍ତି ଏବଂ ଆବଶ୍ୟକ ହେଲେ,ହ୍ୱାଟସଆପର ମୂଳ କମ୍ପାନୀ ମେଟାକୁ ନୋଟିସ୍ ଜାରି କରିପାରନ୍ତି। ସରକାର ଆଶଙ୍କା କରୁଛନ୍ତି ଯେ ହ୍ୱାଟସଆପ୍ ୟୁଜର ଆଇଡି ଅନଲାଇନ୍ ଠକେଇ ବୃଦ୍ଧି କରିପାରେ।
କେନ୍ଦ୍ର ସରକାର ହ୍ୱାଟ୍ସଆପର ‘ୟୁଜରନେମ୍’ ଫିଚରର ତଦନ୍ତ କରିବେ। ଏହି ତଦନ୍ତ ଦୁଇଟି ପ୍ରମୁଖ ଦିଗ ଉପରେ ଧ୍ୟାନ ଦେବ: ସୁରକ୍ଷା ଏବଂ ଗୋପନୀୟତା। ସରକାର ତଦନ୍ତ କରିବେ ଯେ ଏହି ଫିଚର ଲକ୍ଷ ଲକ୍ଷ ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷା ଦିଏ କି ନାହିଁ। ଏହା ମଧ୍ୟ ତଦନ୍ତ କରିବ ଯେ ୟୁଜର ଆଇଡି ସମ୍ଭାବ୍ୟ ଭାବରେ ବ୍ୟକ୍ତିଗତ ସୂଚନା ଲିକ୍ କରିପାରେ କି ନାହିଁ। ଏହା ବ୍ୟତୀତ, ଏହା ଅନଲାଇନ୍ ଠକେଇର କାରଣ ହୋଇପାରେ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ଫିଚରର ସୁରକ୍ଷା ଦିଗକୁ ମଧ୍ୟ ଯାଞ୍ଚ କରାଯିବ। ସରକାରଙ୍କୁ ଆଶଙ୍କା ରହିଛି ହ୍ବାଟସଆପ୍ ୟୁଜରନେମ୍ ଫିଚର କାରଣରୁ ଅନଲାଇନ୍ ଫ୍ରଡ୍ ମାମଲା ବଢିପାରେ। ଏଥିପାଇଁ ସରକାର ଯାଞ୍ଚରେ ଏଭଳି କିଛି ପାଇଛନ୍ତି ତାହା ମେଟାକୁ ନୋଟିସ୍ ପଠାଇବା ଉପରେ ମଧ୍ୟ ବିଚାର କରିପାରେ।
ପ୍ରାଇଭେସୀ ଓ ସୁରକ୍ଷାକୁ ନେଇ ଜାରି ବିବାଦ ଭିତରେ ବିଶେଷଜ୍ଞଙ୍କ ମତରେ ସାଇବର ଅପରାଧିଙ୍କୁ ନିଜର ପରିଚୟ ଲୁଚାଇ ଠକିବାର ନୂଆ ରାସ୍ତା ମିଳିପାରେ। ଆଇନ ପାଇଁ ତାଙ୍କ ପାଖରେ ପହଁଞ୍ଚିବା ମଧ୍ୟ କଷ୍ଟକର ହୋଇପାରେ। ସିନିୟର ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରା କହିଛନ୍ତି, ହ୍ବାଟସଆପ୍ର ‘ୟୁଜରନେମ୍ ବେସଡ୍ ପରିଚୟ’ ଥିବା ଫିଚର ପୋଲିସ ଓ ତଦନ୍ତକାରୀ ଏଜେନ୍ସି ପାଇଁ ବଡ ଚ୍ୟାଲେଞ୍ଜ ହୋଇପାହେର। ସେ ଟେଲିଗ୍ରାମ୍ର ଆଲୋଚନା କରି କହିଛନ୍ତି, ଏଭଳି ଫିଚର କାରଣରୁ ଟେଲିଗ୍ରାମ୍ ଆଜି ଇନଭେଷ୍ଟମେଣ୍ଟ ସ୍କାମ୍ ଓ ସାଇବର କ୍ରାଇମ୍ର ତଦନ୍ତରେ ବଡ଼ ମୁଣ୍ଡବ୍ୟଥାର କାରଣ ପାଲଟିଛି।
ଆହୁରି ପଢନ୍ତୁ :ସିନ୍ଧୁ ଜଳ ବିବାଦକୁ ନେଇ ଭାରତ ବିରୋଧରେ ବିଷ ଓଗାଳିଲେ ବିଲାୱଲ, ଦେଲେ ପରମାଣୁ ଯୁଦ୍ଧ ଧମକ