Energy Drinks: ପାନୀୟକୁ ‘ଏନର୍ଜି ଡ୍ରିଙ୍କ’ କହି ବିକିବା ମନା -ଲେଖା ହଟାଇବାକୁ ୯୦ ଦିନର ମହଲତ

Jul 27, 2026 - 21:47
Energy Drinks: ପାନୀୟକୁ ‘ଏନର୍ଜି ଡ୍ରିଙ୍କ’ କହି ବିକିବା ମନା -ଲେଖା ହଟାଇବାକୁ ୯୦ ଦିନର ମହଲତ

"ନୂଆଦିଲ୍ଲୀ: କେତେକ ନିର୍ଦ୍ଦିଷ୍ଟ ପ୍ରକାର ପାନୀୟକୁ ଏନର୍ଜି ଡ୍ରିଙ୍କ ଦର୍ଶାଇ ବିକ୍ରି କରୁଥିବା ସଂସ୍ଥାଗୁଡ଼ିକ ବିରୋଧରେ "ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ କର୍ତ୍ତୃପକ୍ଷ" (ଏଫ୍‌ଏସ୍‌ଏସ୍‌ଏଆଇ) କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଏନର୍ଜି ଡ୍ରିଙ୍କ ଓ ସେହି ଧରଣର ଶବ୍ଦକୁ ୯୦ ଦିନ ଭିତରେ ହଟାଇବାକୁ ପେପ୍‌ସି, ରେଡ୍‌ବୁଲ୍‌, ମନଷ୍ଟର୍‌ ବେଭରେଜେସ୍‌, ରିଲାଏନ୍ସ ଓ ହେଲ୍‌ ଏନର୍ଜିକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଏଫ୍ଏସ୍‌ଏସ୍‌ଏଆଇ କହିଥିଲା ଯେ "ଏନର୍ଜି ଡ୍ରିଙ୍କ" ପାଇଁ ଭାରତରେ କୌଣସି ନିର୍ଦ୍ଦିଷ୍ଟ ମାନକ ନାହିଁ।Advertisment ଆହୁରି ପଢନ୍ତୁ : Shravan Month : ଆସୁଛି ଶ୍ରାବଣ ମାସ, ଶିବ ଭକ୍ତଙ୍କ ଓଃ କି ଆନନ୍ଦ  ଶରୀର ଓ ମନକୁ ସତେଜ କରିବା ଓ ଦୁର୍ବଳତା ଦୂର କରିବା ଭଳି ଶବ୍ଦ ବ୍ୟବହାର କରି କମ୍ପାନିଗୁଡ଼ିକ ଗ୍ରାହକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି।

ଦେଶରେ ପେପ୍‌ସିର ଷ୍ଟିଙ୍ଗ୍‌, ରିଲାଏନ୍ସର କାମ୍ପା ଏନର୍ଜି ଓ ରେଡ୍‌ବୁଲ୍‌କୁ ଏନର୍ଜି ଡ୍ରିଙ୍କ ଭାବେ ବିକ୍ରି କରାଯାଉଛି।

କୌଣସି ପାନୀୟକୁ ଏନର୍ଜି ଡ୍ରିଙ୍କ୍‌ ଭାବେ ପ୍ରଚାର ନ କରିବାକୁ ଇ-କମର୍ସ ସଂସ୍ଥା ଆମାଜନ, ଫ୍ଲିପ୍‌କାର୍ଟ, ବ୍ଲିଙ୍କଇଟ୍‌ ଓ ସ୍ବିଗି ଇନଷ୍ଟାମାର୍ଟକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଶିଳ୍ପ ପ୍ରତିନିଧିମାନଙ୍କ ସହ ଏକ ବୈଠକରେ ଏଫ୍‌ଏସ୍‌ଏସ୍‌ଏଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ରଜିତ ପୁନହାନି ଏହି ନିଷ୍ପତ୍ତି ବିଷୟରେ କହିଥିଲେ।

ଏହାଦ୍ବାରା କମ୍ପାନିଗୁଡ଼ିକର ବ୍ୟବସାୟ ହାନି ହେବା ଆଶଙ୍କାକୁ ସେ ଖାରଜ କରିଥିଲେ।

କମ୍ପାନିଗୁଡ଼ିକ ଚାହିଲେ ନିଷ୍ପତ୍ତି ବିରୋଧରେ ଅଦାଲତ ଯାଇପାରିବେ ବୋଲି ମଧ୍ୟ ସେ ସ୍ପଷ୍ଟ କରିଥିଲେ।

ତେବେ ଏହି ନିର୍ଦ୍ଦେଶକୁ ମାନିବାକୁ କମ୍ପାନିଗୁଡ଼ିକ ରାଜି ହୋଇଯାଇଛନ୍ତି।

ସେମାନଙ୍କୁ ସେଥିପାଇଁ ୯୦ ଦିନର ସମୟ ଦିଆଯାଇଛି।

ଆହୁରି ପଢନ୍ତୁ : Amit Shah: ସଂସଦ ବାହା‌ରେ ହାଇଡ୍ରାମା: ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ ତେବେ ଭାରତୀୟ ପାନୀୟ ସଂଘ ପକ୍ଷରୁ କୁହାଯାଇଛି ଯେ ଏଭଳି କଠୋର ନିଷ୍ପତ୍ତି ଶୁଣାଇବା ପୂର୍ବରୁ ଅଧିକ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା।

କାରଣ ଏଭଳି ସାର୍ବଜନୀନ ନୋଟିସ୍‌ କମ୍ପାନିଗୁଡ଼ିକର ଭାବମୂର୍ତ୍ତି ଖରାପ କରିବା, ବ୍ୟବସାୟ ବାଧାପ୍ରାପ୍ତ ହେବା ଓ ଗ୍ରାହକମାନେ ଦ୍ବନ୍ଦ୍ବରେ ପଡ଼ିବା ଆଶଙ୍କା ରହିଛି।

ତେଣୁ ନିୟମିତ ଆଲୋଚନା କରିବାକୁ ସଂଘ ସରକାରଙ୍କୁ ପ୍ରସ୍ତାବ ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।