Packaged Food: ପ୍ୟାକେଟ୍‌ ଖାଦ୍ୟରେ ସାମ୍ନାପଟେ ଚିନି ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ କରିବାକୁ ସଂସଦୀୟ କମିଟିର ସୁପାରିସ

Jul 27, 2026 - 20:48
Packaged Food: ପ୍ୟାକେଟ୍‌ ଖାଦ୍ୟରେ ସାମ୍ନାପଟେ ଚିନି ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ କରିବାକୁ ସଂସଦୀୟ କମିଟିର ସୁପାରିସ

"ନୂଆଦିଲ୍ଲୀ: ପ୍ୟାକେଟ୍‌ରେ ବିକ୍ରି ହେଉଥିବା ଖାଦ୍ୟସାମଗ୍ରୀରେ ଥିବା ଚିନିର ପରିମାଣ ଉପଭୋକ୍ତାମାନେ ସହଜରେ ଜାଣିପାରିବା ପାଇଁ ପ୍ରତ୍ୟେକ ପ୍ୟାକେଟ୍‌ର ସାମ୍ନାପଟେ ଏହାର ସ୍ପଷ୍ଟ ସୂଚନା ଦେବାକୁ ବାଧ୍ୟତାମୂଳକ କରିବା ପାଇଁ ସଂସଦର ଏକ ସ୍ଥାୟୀ କମିଟି ସୁପାରିସ କରିଛି।

ଦେଶରେ ମଧୁମେହ, ମୋଟାପଣ ଓ ଅନ୍ୟାନ୍ୟ ଅସଂକ୍ରାମକ ରୋଗ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନେବାକୁ କମିଟି ମତ ଦେଇଛନ୍ତି।Advertisment ଆହୁରି ପଢନ୍ତୁ : Trains Cancelled ରାୟଗଡ଼ା ମଣ୍ଡଳରେ ସୁଡ଼ଙ୍ଗ ଆଧୁନିକୀକରଣ: ବୁଧବାର ଦୁଇଟି ପାସେଞ୍ଜର ଟ୍ରେନ୍ ବାତିଲ୍ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଏହାର ରିପୋର୍ଟରେ କହିଛି ଯେ, ବର୍ତ୍ତମାନ ଅଧିକାଂଶ ପ୍ୟାକେଟ୍‌ ଖାଦ୍ୟର ପଛପଟେ ପୋଷକ ତଥ୍ୟ ଛୋଟ ଅକ୍ଷରରେ ଲେଖାଯାଉଥିବାରୁ ସାଧାରଣ ଉପଭୋକ୍ତାଙ୍କ ପାଇଁ ତାହା ବୁଝିବା କଷ୍ଟକର ହେଉଛି।

ତେଣୁ ପ୍ୟାକେଟ୍‌ର ସାମ୍ନାପଟେ ସ୍ପଷ୍ଟ ଭାବେ ଚିନି, ଲୁଣ ଓ ଚର୍ବିର ପରିମାଣ ଉଲ୍ଲେଖ କରାଗଲେ ଲୋକମାନେ ଖାଦ୍ୟ କିଣିବା ପୂର୍ବରୁ ସଠିକ୍‌ ନିଷ୍ପତ୍ତି ନେଇପାରିବେ।

କମିଟି କହିଛି, ବିଶେଷକରି ଶିଶୁ ଓ କିଶୋରକିଶୋରୀଙ୍କ ମଧ୍ୟରେ ଅଧିକ ଚିନିଯୁକ୍ତ ପାନୀୟ ଓ ପ୍ରକ୍ରିୟାକୃତ ଖାଦ୍ୟର ବ୍ୟବହାର ବଢ଼ୁଥିବାରୁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି।

ଆହୁରି ପଢନ୍ତୁ : B.Ed, B.H.Ed & M.Ed Admission ପ୍ରକାଶ ପାଇଲା ୨ବର୍ଷିଆ ବିଏଡ଼, ବିଏଚ୍‌ଏଡ଼, ଏମ୍‌ଏଡ଼ ପାଠ୍ୟକ୍ରମରେ ନାମଲେଖା ବିଜ୍ଞପ୍ତି  ତେଣୁ ଉପଭୋକ୍ତାମାନଙ୍କୁ ସହଜରେ ବୁଝିହେବା ଭଳି ଭାବରେ ପ୍ୟାକେଟ୍‌ର ସାମ୍ନାପଟେ ଆବଶ୍ୟକ ପୋଷକ ସୂଚନା ଦେବା ଜରୁରୀ।

ରିପୋର୍ଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଏଆଇ)କୁ ଏହି ବ୍ୟବସ୍ଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ସୁପାରିସ କରାଯାଇଛି।

ଏହା ସହିତ ଲୋକମାନଙ୍କ ମଧ୍ୟରେ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନତା ବଢ଼ାଇବା ଓ ଅଧିକ ଚିନି ଥିବା ଖାଦ୍ୟ ଖାଇବାର କ୍ଷତି ସମ୍ପର୍କରେ ବ୍ୟାପକ ପ୍ରଚାର କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।