CM Mohan Charan Majhi: ଓଏନ୍ଜିସିର ଖନନ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ: ମୁଖ୍ୟମନ୍ତ୍ରୀ
"ଭୁବନେଶ୍ବର: ଭାରତର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଦିଗରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଗତିର କ୍ଷେତ୍ର ଭାବରେ ଉଭା ହେଉଛି।
ମହାନଦୀ ଅବବାହିକାରେ ଓଏନ୍ଜିସିର ପ୍ରଥମ ଗଭୀର ସମୁଦ୍ର ଅନୁସନ୍ଧାନମୂଳକ ଖନନର ଶୁଭାରମ୍ଭ ଓଡ଼ିଶା ଉପକୂଳରେ ଥିବା ବ୍ୟାପକ ହାଇଡ୍ରୋକାର୍ବନ ସମ୍ଭାବନାକୁ ଉନ୍ମୁକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।Advertisment ଆହୁରି ପଢନ୍ତୁ : Packaged Food: ପ୍ୟାକେଟ୍ ଖାଦ୍ୟରେ ସାମ୍ନାପଟେ ଚିନି ପରିମାଣ ଉଲ୍ଲେଖ ବାଧ୍ୟତାମୂଳକ କରିବାକୁ ସଂସଦୀୟ କମିଟିର ସୁପାରିସ ସେ ଜଣାଇଛନ୍ତି ଯେ ଉତ୍କଳ ଓ କୋଣାର୍କ କ୍ଷେତ୍ରର ଆବିଷ୍କାର ସଫଳତା ଆଧାରରେ ଏହି ମହତ୍ତ୍ୱାକାଂକ୍ଷୀ ଅଭିଯାନ ଭୂତାତ୍ତ୍ୱିକ ଅନୁସନ୍ଧାନକୁ ସୁଦୃଢ଼ କରିବ, ଘରୋଇ ଶକ୍ତି ଉତ୍ପାଦନକୁ ବୃଦ୍ଧି କରିବ ଏବଂ ଭବିଷ୍ୟତର ବାଣିଜ୍ୟିକ ବିକାଶ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଏହି ପରିବର୍ତ୍ତନମୂଳକ ପଦକ୍ଷେପ ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଓ ଶକ୍ତି କ୍ଷେତ୍ରରେ ସ୍ୱାଧୀନତା ହାସଲ କରିବା ପାଇଁ ଦେଶର ଦୃଢ଼ ସଂକଳ୍ପକୁ ପ୍ରତିଫଳିତ କରୁଛି ବୋଲି ସେ କହିଛନ୍ତି।
ସମୁଦ୍ର ମନ୍ଥନ ଅଭିଯାନକୁ ଆଗକୁ ବଢ଼ାଇବା ଓ ଓଡ଼ିଶାକୁ ଭାରତର ପରବର୍ତ୍ତୀ ପ୍ରମୁଖ ଶକ୍ତି କ୍ଷେତ୍ରର କେନ୍ଦ୍ରବିନ୍ଦୁରେ ପରିଣତ କରିଥିବାରୁ ସେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଓଏନ୍ଜିସି ଟିମ୍କୁ ପ୍ରଶଂସା କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।