01 NOVEMBER 2026

Welcome!

Unlock your personalized experience.
Sign Up

Indian Railways: ବନ୍ଦେ ଭାରତ ଟ୍ରେନ୍‌ ରପ୍ତାନି ହେବ

Nov 01, 2026 - 20:48
Indian Railways: ବନ୍ଦେ ଭାରତ ଟ୍ରେନ୍‌ ରପ୍ତାନି ହେବ

ବେଙ୍ଗାଲୁରୁ: ଆସନ୍ତା ତିନିରୁ ଚାରି ବର୍ଷ ମଧ୍ୟରେ ବନ୍ଦେ ଭାରତ ଟ୍ରେନ୍‌ ରପ୍ତାନି କରିବାକୁ ଭାରତ ସରକାର ଯୋଜନା ରଖିଛନ୍ତି। ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି, ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି ଟ୍ରେନ୍‌ରେ ପ୍ରଦର୍ଶନ ବେଶ୍‌ ସନ୍ତୋଷଜନକ ରହିଛି। ଏହାର ପୂର୍ବ ଭର୍ସନ ତୁଳନାରେ ସେଥିରେ ଉନ୍ନତି ମଧ୍ୟ ଅଣାଯାଇଛି। ପ୍ରତିଟି ନୂଆ ଟ୍ରେନ ସହିତ ଭାରତୀୟ ରେଳ ସେଥିରେ ଅଧିକରୁ ଅଧିକ ଉନ୍ନତ ସେବା ସାମିଲ କରୁଛନ୍ତି। ମଝି ଓ ଉପର ବର୍ଥ ବ୍ୟବହାର କରୁଥିବା ଯାତ୍ରୀମାନଙ୍କ ସୁବିଧାକୁ ନଜରରେ ରଖି ଟ୍ରେନ୍‌ର ସ୍ଲିପର୍‌ ଭର୍ସନ ପ୍ରସ୍ତୁତ କରାଯାଇଛି। ଯାତ୍ରା ସମୟରେ ହେଉଥିବା ଝଟକାକୁ ହ୍ରାସ କରିବା ଓ ଯାତ୍ରୀଙ୍କୁ ଅଧିକ ଆରାମ ଦେବା ଲାଗି ଅତ୍ୟାଧୁନିକ କପ୍‌ଲର୍‌ ବ୍ୟବହାର କରାଯାଇଛି। କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଥିଲେ, ବିମାନ ସେବାର ଏକ ସୁଲଭ ବିକଳ୍ପ ଭାବେ ଏହା ସେବା ପ୍ରଦାନ କରିବ। ବିଶେଷ କରି ବିମାନ ଟିକଟ ଦାମ୍‌ ଅଧିକ ରହୁଥିବା ସମୟରେ ଏହା ଉପଯୋଗୀ ହୋଇପାରିବେ। କଲେଜ ଛାତ୍ରଛାତ୍ରୀ ଓ ସ୍ବଳ୍ପ ରୋଜଗାର କରୁଥିବା ଲୋକମାନେ ଏଥିରେ ଆରାମରେ ଯାତ୍ରା କରିପାରିବେ ଓ ଏଥିରେ ଥିବା ଭଲ ସୁବିଧାସୁଯୋଗଗୁଡ଼ିକୁ ଉପଯୋଗ କରିପାରିବେ।

ଗତ ମାର୍ଚ୍ଚରେ ଲୋକସଭାରେ ଶ୍ରୀ ବୈଷ୍ଣବ କହିଥିଲେ, ଯାତ୍ରୀ-କିମି ହିସାବରେ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ର ଭଡ଼ା ନିର୍ଦ୍ଧାରଣ କରାଯାଉଛି। ଏସି ଟାୟାର-୩ର ଭଡ଼ାକୁ କିମି ପିଛା ୨ ଟଙ୍କା ୪୦ ପଇସା ରଖାଯାଇଛି। ଏଥିରେ ଜିଏସ୍‌ଟି ଯୋଡ଼ାଯାଇନାହିଁ। ସେହି ଦର ଅନୁସାରେ ୧୦୦୦ କିମି ଯାତ୍ରା ପାଇଁ ଟିକଟ ଦାମ୍‌ ୨୪୦୦ ଟଙ୍କା ରହିବ। ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ରେ ରିଜର୍ଭେସନ ଏଗେନ‌ଷ୍ଟ କ୍ୟାନସଲେସନ (ଆର୍‌ଏସି) ସୁବିଧା ନାହିଁ। ବ‌ନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ର କିମି ପିଛା ଭଡ଼ା ୨ ଟଙ୍କା ୪୦ ପଇସାରୁ ୩ ଟଙ୍କା ୮୦ ପଇସା ମଧ୍ୟରେ ରହିଛି। ଏହା ଚୀନ, ଜାପାନ ଓ ଫ୍ରାନ୍ସର ସମାନ ଧରଣର ସେବା ତୁଳନାରେ କମ୍‌ ରହିଛି।

ବୁଲେଟ୍ ଟ୍ରେନ୍ ନିର୍ମାଣ ଅଗ୍ରଗତି ସମୀକ୍ଷା
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବେଙ୍ଗାଲୁରୁସ୍ଥିତ ଆଦିତ୍ୟ ଉତ୍ପାଦନ କାରଖାନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେଉଥିବା ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍-ବି୨୮ର ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ସେ ବଗିର ତଳ ଅଂଶ, ପାର୍ଶ୍ୱ କାନ୍ଥ ଓ ଛାତ ନିର୍ମାଣ, ବିଭିନ୍ନ ଅଂଶର ସଂଯୋଗ, ପୃଷ୍ଠଭାଗର ପ୍ରସ୍ତୁତି ଓ ଏହାର ସୁରକ୍ଷାମୂଳକ ଉପଚାର ଆଦି ନିର୍ମାଣ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ। ଏହା ସହିତ ସେ ‘ସ୍କୁଇଜ୍ ଟେଷ୍ଟ’ ପ୍ରଦର୍ଶନ ଦେଖିଥିଲେ। ଏହି ପରୀକ୍ଷଣରେ ଟ୍ରେନ୍ ବଗି ଉପରେ ନିୟନ୍ତ୍ରିତ ଭାବେ ସଙ୍କୋଚନ ଓ ପ୍ରସାରଣ ବଳ ପ୍ରୟୋଗ କରି ଏହାର ଗଠନାତ୍ମକ ଦୃଢ଼ତା, ସ୍ଥିରତା ଓ ମାପର ସଠିକତା ଯାଞ୍ଚ କରାଯାଏ। ସେ ଯାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଆସନଗୁଡ଼ିକୁ ମଧ୍ୟ ଯାଞ୍ଚ କରିବା ସହ ଦ୍ରୁତଗତିରେ ଯାତ୍ରା ସମୟରେ ମିଳିବାକୁ ଥିବା ଆରାମ ଓ ସୁବିଧା ପରଖିଥିଲେ। ଏଥିସହ ଟ୍ରେନ୍ର ଶୀତତାପ ନିୟନ୍ତ୍ରଣ ଓ ବାୟୁ ଚଳାଚଳ ବ୍ୟବସ୍ଥା, କପଲର୍ ଓ ଅନ୍ୟାନ୍ୟ ରେଳ ଉପକରଣ ଓ ଆସେମ୍ବଲିର କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରିଥିଲେ। ବଗିର ପାର୍ଶ୍ୱ ଓ ରୁଫ୍ ମଡ୍ୟୁଲର ନିର୍ମାଣ କାର୍ଯ୍ୟ ସହ ସେଗୁଡ଼ିକର ସଂଯୋଗ ଓ ଆସେମ୍ବଲି ପ୍ରକ୍ରିୟା ମଧ୍ୟ ରେଳମନ୍ତ୍ରୀ ଦେଖିଥିଲେ। 

Vande Bharat: ବନ୍ଦେ ଭାରତ ଏକ୍ସପ୍ରେସ: ଏହି ଆଧୁନିକ ଟ୍ରେନ୍ କେତେ ବିଜୁଳି ଖର୍ଚ୍ଚ କରେ ଏବଂ କେତେ ଆସେ ବିଜୁଳି ବିଲ୍?

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)