Indian Football League: ଇଣ୍ଡିଆନ ଫୁଟବଲ ଲିଗ୍: ବେଙ୍ଗାଲୁରୁ- ସମଲେଶ୍ବରୀ ମ୍ୟାଚ୍ ୨-୨ ଗୋଲ୍ରେ ଅମୀମାଂସିତ
ରାଉରକେଲା (ଦେବ ଗଡ଼ତିଆ): ଘରୋଇ ପଡ଼ିଆ ବିର୍ସା ମୁଣ୍ଡା ଆଥଲେଟିକ୍ ଷ୍ଟାଡିୟମରେ ଲଗାତାର ତିନିଟି ପରାଜୟ ପରେ ଆଜି (ମଙ୍ଗଳବାର) ମ୍ୟାଚ୍ରେ ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଛି।
ଇଣ୍ଡିଆନ୍ ଫୁଟବଲ୍ ଲିଗ୍ (ଆଇଏଫ୍ଏଲ୍)ରେ ମଙ୍ଗଳବାର ସମଲେଶ୍ୱରୀ ସ୍ପୋର୍ଟିଂ ଓ ବେଙ୍ଗାଲୁରୁ ୟୁନାଇଟେଡ୍ ଏଫ୍ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ବେସ୍ ରୋମାଞ୍ଚକର ହୋଇଥିଲା।
ଏହି ମୁକାବିଲାରେ ୨-୨ ଗୋଲରେ ଅମୀମାଂସିତ ରହିଛି।
ଏହାସହ ପ୍ରତିଯୋଗିତାରେ ସମଲେଶ୍ବରୀ ୧ ପଏଣ୍ଟ୍ ସହ ଖାତା ଖୋଲିଛି।
Advertisment Indian Football League: ଘରୋଇ ପଡ଼ିଆରେ ସମଲେଶ୍ୱରୀ ସ୍ପୋର୍ଟିଂର ଦ୍ଵିତୀୟ ପରାଜୟ, ଜିତିଲା ରାଜସ୍ଥାନ ୟୁନାଇଟେଡ୍ ମ୍ୟାଚ୍ର ପ୍ରଥମାର୍ଦ୍ଧରୁ ହିଁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ।
ଖେଳର ୧୭ତମ ମିନିଟରେ ବେଙ୍ଗାଲୁରୁ ପକ୍ଷରୁ ରିଭବ ସରଦେଶାଇ ପ୍ରଥମ ଗୋଲ୍ ଦେଇ ଦଳକୁ ୧-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ।
ତେବେ ୩୪ତମ ମିନିଟରେ ସମଲେଶ୍ୱରୀ ଦଳର ସମୀର ମୁର୍ମୁ ଏକ ଚମତ୍କାର ଗୋଲ୍ ଦେଇ ସ୍କୋର୍କୁ ୧-୧ ଗୋଲ୍ରେ ବରାବର କରିଥିଲେ।
ପ୍ରଥମାର୍ଦ୍ଧ ଶେଷ ହେବା ପୂର୍ବରୁ ଜର୍ଜ୍ ରୋଲାନ୍ଡୋ ପେରେରା ଡିଆଜ ସମଲେଶ୍ୱରୀ ପାଇଁ ଦ୍ୱିତୀୟ ଗୋଲ୍ (୪୩ ମିନିଟ୍) ଦେଇ ଦଳକୁ ୨-୧ରେ ଆଗୁଆ କରିଥିଲେ।
ତେବେ ମ୍ୟାଚ୍ର ୮୭ତମ ମିନିଟ୍ରେ ବେଙ୍ଗାଲୁରୁ ୟୁନାଇଟେଡ୍ ପକ୍ଷରୁ ଅକ୍ଷୁନ୍ନ ତ୍ୟାଗୀ ଗୋଲ୍ ପରିଶୋଧ କରି ସ୍କୋରକୁ ୨-୨ ଗୋଲ୍କୁ ଆଣିଥିଲେ।
ଶେଷ ପର୍ଯ୍ୟନ୍ତ ଉଭୟ ଦଳ ବିଜୟ ସୂଚକ ଗୋଲ୍ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ।
ସମ୍ପୂର୍ଣ୍ଣ ମ୍ୟାଚ୍ରେ ନିଜର ଅସାଧାରଣ ପ୍ରଦର୍ଶନ ପାଇଁ ସମୀର ମୁର୍ମୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
