India vs Nes Zealand: ୱେଲିଂଟନ୍‌ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ଝଟକା; ଆଇସିସି କାଟିଲା ୩୫% ଫି’

Nov 18, 2026 - 20:29
India vs Nes Zealand: ୱେଲିଂଟନ୍‌ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଟିମ୍‌କୁ ବଡ଼ ଝଟକା; ଆଇସିସି କାଟିଲା ୩୫% ଫି’

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବା ପୂର୍ବରୁ ଭାରତୀୟ ଟିମ୍‌କୁ ବଡ଼ ଝଟକା ଲାଗିଛି।

ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଭାରତୀୟ ଟିମ୍‌ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭାରତୀୟ ଖେଳାଳିମାନଙ୍କର ୩୫ ପ୍ରତିଶତ ଫି' କାଟିଛି।

ଏହି କାର୍ଯ୍ୟାନୁଷ୍ଠାନ ନ୍ୟୁଜିଲାଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଦିନିକିଆରେ ମନ୍ଥର ଗତି ପାଇଁ ନିଆଯାଇଛି।

Advertisment ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମୁକାବିଲା ଗତ ୧୫ ତାରିଖ ଦିନ ମାଉଣ୍ଟ ମାଉଗାନୁଇରେ ଖେଳା ଯାଇଥିଲା।

ଆଇସିସି କହିବା ଅନୁସାରେ ଭାରତୀୟ ଟିମ୍‌ ନିର୍ଦ୍ଧାରିତ ସମୟରେ ୭ ଓଭର ପଛୁଆ ଥିଲଶ।

ସମୟର ରିହାତିକୁ ସାମିଲ କରିବା ପରେ ଏହାର ବ୍ୟବଧାନ ବାହାର କରାଯାଇଥିଲା।

Olympics 2028: କେମିତି ଅଲମ୍ପିକ ପଡ଼ିଆରେ ପହଞ୍ଚି ପାରିବ ଭାରତୀୟ ପୁରୁଷ କ୍ରିକେଟ ଦଳ?

ବୁଝନ୍ତୁ ପ୍ରକ୍ରିୟା View this post on Instagram ଆଇସିସିର ଅଚାରଣ ବିଧି ଧାରା ୨.୨୨ ଅନୁଯାୟୀ ଖେଳାଳି ଏବଂ କର୍ମଚାରୀଙ୍କ ଉପରେ ମନ୍ଥର ଗତି ପାଇଁ ଜରିମାନା ବ୍ୟବସ୍ଥା ରହିଛି।

ଏହି ଅନୁସାରେ ନିର୍ଦ୍ଧାରିତ ସମୟରେ ପ୍ରତ୍ୟେକ ଓଭର କମ ରହିବା କାରଣରୁ ଖେଳାଳିଙ୍କ ଉପରେ ୫ ପ୍ରତିଶତ ଜରିମାନା ଲାଗୁ କରାଯାଇଥାଏ।

ଏହାର ସର୍ବାଧିକ ସୀମା ୫୦ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ।

ଭାରତ ମାମଲାରେ ୭ ଓଭର କମ ରହିଥିବା କାରଣରୁ ଖେଳାଳିମାନଙ୍କ ଉପରେ ମୋଟ ୩୫ ପ୍ରତିଶତ ମ୍ୟାଚ୍‌ ଫି' ଜରିମାନା ଲାଗୁ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)