Cyclone Akvan New Track: ୧୨ ଘଣ୍ଟାରେ ରୂପରେଖ ବଦଳାଇ ଦେଲା ବାତ୍ୟା; ଦକ୍ଷିଣରୁ ପୂର୍ବ ଓଡ଼ିଶା ଯାଏଁ ସତର୍କ ସୂଚନା
ମାସକ ଭିତରେ ଆସୁଛି ତୃତୀୟ ବାତ୍ୟା।
ଖାଲି ଆସୁନି ତ ଓଡ଼ିଶା ମୁହାଁ ହୋଇଛି।
୧୨ ଘଣ୍ଟା ତଳେ ଓଡ଼ିଶାର ମାଲକାନଗିରିକୁ ବାସ୍ ଛୁଇଁ ଯିବ କୁହାଯାଉଥିବା ବାତ୍ୟା ଅକୱାନ୍ ଏବେ ଓଡ଼ିଶାର ମଝିରେ ପ୍ରବେଶ କରିବ।
ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁସାରେ, ଲ୍ୟାଣ୍ଡଫଲ୍ ପରେ ଗଞ୍ଜାମ-ଗଜପତି ଜିଲ୍ଲା ଦେଇ ଆଗକୁ ବଢ଼ିବ।
Advertisment ସ୍ଥଳଭାଗ ଛୁଇଁଲା ବେଳେ ୧୦୦ କିଲୋମିଟର ଯାଏଁ ଯାଇପାରେ ପବନର ଗତି, ତାସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି।
ଉପକୂଳ ସହ ଅଧା ରାଜ୍ୟକୁ ଜାରି ହୋଇଛି ସତର୍କ ସୂଚନା।
ଆନ୍ଧ୍ର ଯାଉଥିଲା, ଓଡ଼ିଶାକୁ ମୁହାଁଇଲା।
୧୨ ଘଣ୍ଟାରେ ନିଜ ରୂପ, ନିଜ ବାଟ, ନିଜ ସ୍ଥିତି ବଦଳାଇଛି ବାତ୍ୟା ଅକ୍ଓ୍ୱାନ।
ବିଶାଖାପାଟଣା ତଳକୁ ନୁହେଁ ଉପରକୁ ଅର୍ଥାତ ଦକ୍ଷିଣ ଓଡ଼ିଶା ମୁହାଁ ବାତ୍ୟା।
ଲ୍ୟାଣ୍ଡଫଲ୍ କରିବ ବି ସେମିତି କିଛି।
ୟେ ଦୁଇଟି ମ୍ୟାପ୍ କୁ ଭଲ ଭାବେ ଦେଖନ୍ତୁ, ଗତକାଲି ରାତିରେ ଏମିତି ଥିଲା ଆଉ ଆଜି ଅପରାହ୍ନ ହେଉ ହେଉ ବାଟ ବଦଳାଇଛି।
Advertisment କଳିଙ୍ଗପଟ୍ଟନମ୍ ରୁ ଗୋପାଳପୁର ଭିତରେ ଏପରିକି ଦକ୍ଷିଣ ଓଡ଼ିଶାରୁ ଉତ୍ତର ଆନ୍ଧ୍ରରେ ସ୍ଥଳ ଭାଗ ଅକୱାନ୍ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
ଆଉ ଗଜପତି ଜିଲ୍ଲା ହେଇ ଅଧା ଓଡ଼ିଶା ଦେଇ ଗତି କରିପାରେ।
ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁଲା ବେଳେ ୟେ ବାତ୍ୟାରେ ପରିଣତ ହୋଇପାରେ।
ଆଉ ଆଗକୁ ଯେତେ ବଢ଼ିବ ସେତେ ଦୁର୍ବଳ ହେବ।
କିନ୍ତୁ ବାତ୍ୟାର ବଳୟ ଗଜପତି ଜିଲ୍ଲାରୁ ଗଂଜାମ ଓ ପୁରୀ ଜିଲ୍ଲା ଯାଏଁ ରହୁଛି।
ଆଗକୁ ବଢ଼ିଲା ବେଳେ କନ୍ଧମାଳ ହୋଇ ସମ୍ବଲପୁରରେ ପହଞ୍ଚିଲା ବେଳେ ଅବପାତରେ ପରିଣତ ହେବ।
ଚିନ୍ତା ଏଥିପାଇଁ ବଢ଼ିଛି କି ଯେଉଁ ବାତ୍ୟା ମାଲକାନଗିରିକୁ ଛୁଇଁ ଯିବା ନେଇ ପୂର୍ବାନୁମାନ ହେଉଥିଲା ରାତିକ ଭିତରେ ପ୍ରାୟ ୩୦୦ କିଲୋମିଟର ନିଜ ଗତିପଥ ପରିବର୍ତ୍ତନ କରିଛି।
ଆହୁରି ବି ଗତିପଥ ପରିବର୍ତ୍ତନ କରିପାରେ।
ବେଶ୍ ଧିମା ଗତିରେ ବଢ଼ୁଛି ଏପରିକି ୩ରୁ ୭ କିଲୋମିଟର୍ ବେଗରେ ଆସୁଛି, ବେଳେ ବେଳେ ଅଟକି ବି ଯାଉଛି।
ତେଣୁ ଆକଳନ କରିବା, ପୂର୍ବାନୁମାନ କରିବା ଏତେଟା ସହଜ ହେଉନି।
କିନ୍ତୁ ଆଶ୍ବସ୍ତିକର ଖବର ଏୟା କି ବାତ୍ୟା ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୦୦ କିଲୋମିଟର୍ ପବନ ବେଗ ରହିପାରେ।
ପବନର ବେଗ ନବଢ଼ିବାରୁ କ୍ଷୟକ୍ଷତି କମ ହେବ ବୋଲି ଅନୁମାନ କରାଯାଉଛି।
ବାତ୍ୟା ସମ୍ଭାବନା ପରେ ୟେ ହେଉଛି ଗଂଜାମରୁ ପୁରୀ ଜିଲ୍ଲା ଯାଏଁ ସତର୍କତା।(ମାଇକରେ ଘୋଷଣାର ଭିଜୁଆଲ୍)।
ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଉଛି, ସ୍ଥାନୀୟ ଲୋକଙ୍କୁ ପ୍ରଶାସନ ସଜାଗ କରିଛି।
ଆସନ୍ତାକାଲି ଓ ୨୦ ତାରିଖ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ।
୧୯ ତାରିଖ ପାଇଁ ଗଂଜାମ, ଗଜପତି, କନ୍ଧମାଳ ସମେତ ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଭଳି ୩ ଉପକୂଳ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ମାଲକାନଗିରି, ରାୟଗଡ଼ା, କୋରାପୁଟ ବ୍ୟତିତ ଉତ୍ତର ଓଡ଼ିଶାର ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।
ତାସହ ୨୦ ତାରିଖରେ ଗଂଜାମ, ଗଜପତି, କନ୍ଧମାଳ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ସମେତ ୧୨ ଜିଲ୍ଲାକୁ ଅରେଞ୍ଜ ଏବଂ ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ବାତ୍ୟା ଅର୍ଣ୍ଣବ ମାଲକାନଗିରି ଦେଇ ଯିବା ନେଇ ପୂର୍ବାନୁମାନ ଥିଲା କିନ୍ତୁ ବର୍ଷାର ପରିମାଣ ଗଞ୍ଜାମ-ଗଜପତିରେ ବଢ଼ିଥିଲା।
ଏଥର ଗଂଜାମ-ଗଜପତି ଦେଇ ଆଗକୁ ବଢ଼ିବ ବାତ୍ୟା ଅକୱାନ୍।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
