India Restricts Pakistan Minister's Visit: ତାଜମହଲ ବୁଲିବାକୁ ଚାହିଁଥିଲେ ପାକ୍ ମନ୍ତ୍ରୀ, ଭାରତ ସରକାର କହିଲେ ନା!
ତାଜମହଲ ଓ ନିଜାମୁଦ୍ଦିନ ଦରଘା ବୁଲିବାକୁ ଚାହୁଁଥିଲେ ପାକ୍ ମନ୍ତ୍ରୀ, ଭାରତ ସରକାର ଦେଲେନି ଅନୁମତି!
ଭାରତ ଆସିଲେ, କିନ୍ତୁ ମନଇଚ୍ଛା ବୁଲିପାରିବେନି!
ଦିଲ୍ଲୀରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO) ବୈଠକରେ ଯୋଗଦେବାକୁ ଭାରତ ଆସିଥିବା ପାକିସ୍ତାନର ଜଳବାୟୁ ମନ୍ତ୍ରୀ ମୁସାଦିକ୍ ମଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
ଭାରତରେ ରହିବା ସମୟରେ ସେ ତାଜମହଲ ଏବଂ ଦିଲ୍ଲୀର ନିଜାମୁଦ୍ଦିନ ଦରଘା ବୁଲିବାକୁ ଇଚ୍ଛା ପ୍ରକାଶ କରିଥିଲେ।
କିନ୍ତୁ ତାଙ୍କ ଏହି ଅନୁରୋଧକୁ ଭାରତ ସରକାର ଅନୁମତି ଦେଇନଥିବା NDTV ରିପୋର୍ଟରେ ସୂତ୍ରକୁ ଉଦ୍ଧୃତ କରି କୁହାଯାଇଛି।
Advertisment ସୂତ୍ର ଅନୁସାରେ, ପାକିସ୍ତାନ ମନ୍ତ୍ରୀଙ୍କୁ କେବଳ SCO କାର୍ଯ୍ୟକ୍ରମରେ ଯୋଗଦେବାକୁ ଅନୁମତି ମିଳିଛି।
ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନକୁ ଯିବା କିମ୍ବା ଅତିରିକ୍ତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦିଆଯାଇନାହିଁ।
ତେଣୁ ଆଗ୍ରାର ତାଜମହଲ ହେଉ କିମ୍ବା ଦିଲ୍ଲୀର ନିଜାମୁଦ୍ଦିନ ଦରଘା, ଏହି ଦୁଇଟି ସ୍ଥାନ ବୁଲିବାର ଯୋଜନା ଅଧାରେ ରହିଯାଇଛି।
୨୦୨୩ ପରେ ପ୍ରଥମ ଥର ଭାରତ ଆସିଲେ ପାକ୍ ମନ୍ତ୍ରୀ ନଭେମ୍ବର ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ଐତିହାସିକ ପୁରାଣା କିଲ୍ଲାରେ ପ୍ରଥମ SCO ସଭ୍ୟତା ଆଲୋଚନା ମଞ୍ଚ ଆୟୋଜିତ ହେଉଛି।
ଏଥିରେ ଯୋଗଦେବାକୁ ମୁସାଦିକ୍ ମଲିକ ଭାରତ ଆସିଛନ୍ତି।
୨୦୨୩ରେ ଗୋଆରେ ଅନୁଷ୍ଠିତ SCO ବୈଠକରେ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ଯୋଗଦେବା ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଜଣେ କେନ୍ଦ୍ରମନ୍ତ୍ରୀ ଭାରତ ଆସିଛନ୍ତି।
Advertisment ଏହା ସହ ୨୦୨୫ ମେ' ମାସରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତରେ ପାକିସ୍ତାନର ଜଣେ ନେତାଙ୍କ ଏହା ପ୍ରଥମ ଗସ୍ତ।
ଉକ୍ତ ଆକ୍ରମଣର ଜବାବରେ ଭାରତ ଅପରେସନ୍ ସିନ୍ଦୂର ଚଳାଇଥିଲା।
ପାକିସ୍ତାନକୁ ନିମନ୍ତ୍ରଣ, ବିରୋଧୀଙ୍କ ପ୍ରଶ୍ନ ଅକ୍ଟୋବର ୨୮ରେ ଭାରତ ସରକାର SCOର ସମସ୍ତ ସଦସ୍ୟ ଦେଶକୁ ନିମନ୍ତ୍ରଣ କରିଥିଲେ।
ଏଥିରେ ପାକିସ୍ତାନ ମଧ୍ୟ ସାମିଲ ଥିଲା।
ତେବେ ପାକିସ୍ତାନ ମନ୍ତ୍ରୀଙ୍କ ଗସ୍ତକୁ ନେଇ ଦେଶରେ ରାଜନୈତିକ ବିବାଦ ମଧ୍ୟ ଦେଖାଦେଇଛି।
ପହଲଗାମ ଆକ୍ରମଣ ପରେ ପାକିସ୍ତାନ ପ୍ରତି ଭାରତର ନୀତିରେ କ'ଣ ପରିବର୍ତ୍ତନ ହୋଇଛି ବୋଲି ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି।
ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ନେଇ ମୁସାଦିକ୍ ମଲିକଙ୍କ ପୂର୍ବ ଆକ୍ରମଣାତ୍ମକ ମନ୍ତବ୍ୟକୁ ମଧ୍ୟ ବିରୋଧୀ ଉଲ୍ଲେଖ କରିଛନ୍ତି।
୨୦୦୧ରେ ପ୍ରତିଷ୍ଠିତ SCOରେ ଭାରତ ଓ ପାକିସ୍ତାନ ୨୦୧୭ରେ ସ୍ଥାୟୀ ସଦସ୍ୟ ହୋଇଥିଲେ।
ତେବେ ଏହି ଆନ୍ତର୍ଜାତୀୟ ବୈଠକରେ ଯୋଗଦେବାକୁ ଆସିଥିବା ପାକିସ୍ତାନ ମନ୍ତ୍ରୀଙ୍କ ଗସ୍ତ କେବଳ ବୈଠକ ଭିତରେ ସୀମିତ ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
