India LPG Import: ଆଲଜେରିଆରୁ ତୃତୀୟ ସର୍ବାଧିକ ଗ୍ୟାସ କିଣିଲା ଭାରତ

Aug 28, 2026 - 14:58
India LPG Import: ଆଲଜେରିଆରୁ ତୃତୀୟ ସର୍ବାଧିକ ଗ୍ୟାସ କିଣିଲା ଭାରତ

"ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଯୁଦ୍ଧ ଓ ହର୍ମୁଜ୍‌ ପ୍ରଣାଳୀରେ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବା ଯୋଗୁଁ ଭାରତରେ ଏଲପିଜି ଯୋଗାଣ ଉପରେ ଚାପ ବଢ଼ିଛି।

ଏହି ସମୟରେ ଭାରତ ଅନ୍ୟ ଦେଶରୁ ଏଲପିଜି ଆଣିବା ବଢ଼ାଇଛି।

ଆଲଜେରିଆ ଏବେ ଭାରତକୁ ଏଲପିଜି ପଠାଇବାରେ ତୃତୀୟ ବଡ଼ ଦେଶ ହୋଇଛି।

ଅଗଷ୍ଟରେ ଆଲଜେରିଆ ଭାରତକୁ ୧.୧ ଲକ୍ଷ ଟନ୍‌ରୁ ଅଧିକ ଏଲପିଜି ପଠାଇଛି।Advertisment ଏହି ସମୟରେ ଆମେରିକା ଭାରତକୁ ସବୁଠାରୁ ଅଧିକ ଏଲପିଜି ଯୋଗାଇଛି।

ଅଗଷ୍ଟରେ ଆମେରିକାରୁ ୬.୨୨ ଲକ୍ଷ ଟନ୍‌ ଏବଂ ୟୁଏଇରୁ ୧.୪୦ ଲକ୍ଷ ଟନ୍‌ ଏଲପିଜି ଆସିଛି।

ଆଲଜେରିଆରୁ ଜୁନ୍‌ ଓ ଜୁଲାଇରେ ମାତ୍ର ପ୍ରାୟ ୨୨ ହଜାର ଟନ୍‌ ଏଲପିଜି ଆସିଥିଲା।

କିନ୍ତୁ ଅଗଷ୍ଟରେ ଏହା ହଠାତ୍‌ ବଢ଼ିଛି।

ଭାରତରେ ପ୍ରତିବର୍ଷ ପ୍ରାୟ ୩.୩ କୋଟି ଟନ୍‌ ଏଲପିଜି ଆବଶ୍ୟକ ହୋଇଥାଏ।

ଏହାର ପ୍ରାୟ ୬୫% ଅନ୍ୟ ଦେଶରୁ ଆମଦାନି କରାଯାଏ।

ଏଥିରୁ ଅଧିକାଂଶ ଏଲପିଜି ପଶ୍ଚିମ ଏସିଆରୁ ଆସୁଥିବାରୁ ବର୍ତ୍ତମାନର ଯୁଦ୍ଧ ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଛି।

ଏହାକୁ ଦେଖି ସରକାର ଘରୋଇ ଏଲପିଜି କିଣା ଉପରେ କିଛି ସୀମା ଲଗାଇବା ସହ ନୂଆ ଏଲପିଜି ସଂଯୋଗ ଦେବା ମଧ୍ୟ କମାଇଛନ୍ତି।

ନୂଆ ଦେଶରୁ ଏଲପିଜି ଆଣିବା ଉପରେ ଗୁରୁତ୍ୱ ଭବିଷ୍ୟତରେ ଏଭଳି ସମସ୍ୟା କମାଇବା ପାଇଁ ଭାରତ ନୂଆ ଦେଶରୁ ଏଲପିଜି ଆଣିବା ଉପରେ ଗୁରୁତ୍ୱ ଦେଉଛି।

ଏହି କ୍ରମରେ ଇଣ୍ଡିଆନ୍ ଅଏଲ୍ ଆଲଜେରିଆର ସୋନାଟ୍ରାକ ସହ ୨୦୨୭ରେ ପ୍ରତିମାସ ୫୫ ହଜାର ଟନ୍ ଏଲପିଜି କିଣିବା ପାଇଁ ଚୁକ୍ତି କରିଛି।

ଏହା ଦ୍ୱାରା ପଶ୍ଚିମ ଏସିଆ ଉପରେ ଭାରତର ଏଲପିଜି ନିର୍ଭରତା କମିବ ଏବଂ ଦେଶରେ ରନ୍ଧନ ଗ୍ୟାସ୍‌ ଯୋଗାଣକୁ ସୁରକ୍ଷିତ ରଖିବାରେ ସହାୟତା ମିଳିବ।

China Earthquake: ଚୀନ୍‌ରେ ୫.୧ ତୀବ୍ରତା ଭୂମିକମ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)