INDIA Alliance: ଇଣ୍ଡି ମେଣ୍ଟ ରାଲିରେ ସିଜେପିର ଯୋଗଦାନକୁ ନେଇ ସସପେନ୍ସ

Oct 30, 2026 - 11:34
INDIA Alliance: ଇଣ୍ଡି ମେଣ୍ଟ ରାଲିରେ ସିଜେପିର ଯୋଗଦାନକୁ ନେଇ ସସପେନ୍ସ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲୀଲା ମୈଦାନରେ ବିରୋଧୀ ଇଣ୍ଡି ମେଣ୍ଟର ୧ ନଭେମ୍ବରରେ ହେବାକୁ ଥିବା ପ୍ରସ୍ତାବିତ ବିଶାଳ ରାଲିରେ କକ୍ରୋଚ ଜନତା ପାର୍ଟି (ସିଜେପି) ଯୋଗଦାନକୁ ନେଇ ସସପେନ୍ସ ଜାରି ରହିଛି।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ, ସିଜେପି ରାଲିରେ ଯୋଗଦେବେ ନାହିଁ।

ତେବେ ସିଜେପି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ।

Advertisment ଏହି ରାଲି ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ରଦ୍ଦ କରିବା ଦାବିରେ ଡକାଯାଇଛି।

ଅନ୍ୟପକ୍ଷରେ ଇଣ୍ଡିମେଣ୍ଟର ଦଳଗୁଡ଼ିକ ପକ୍ଷରୁ ସିଇସିଙ୍କ ବିରୋଧରେ ଜନଅଭିଯୋଗ ଶୁଣାଣି କରାଯିବ।

ଏହାପୂର୍ବରୁ କଂଗ୍ରେସ ଓ ଅଭିଜିତ ଦୀପକେ ଙ୍କ ନେତୃତ୍ୱାଧୀନ ସିଜେପି ମଧ୍ୟରେ ଯୋଗାଯୋଗ ହୋଇଥିବା ସୂଚନା ମିଳିଛି।

ତଥାପି ସିଜେପି ଏହି ରାଲିରେ ଅଂଶଗ୍ରହଣ କରିବା ନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହାନ୍ତି।

ଦୀପ୍‌କେଙ୍କ ଇଣ୍ଡି ମେଣ୍ଟ ରାଲି ସମର୍ଥନରେ ପୋଷ୍ଟ ତେବେ ଖଡ଼ଗେ ବେଙ୍ଗାଲୁରୁରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ, ସିଜେପି ଏହି ରାଲିରେ ଅଂଶଗ୍ରହଣ କରିବ ନାହିଁ।

ଅନ୍ୟପକ୍ଷରେ ଦୀପ୍‌କେ ବୁଧବାର ସାମାଜିକ ଗଣମାଧ୍ୟମରେ ଇଣ୍ଡି ମେଣ୍ଟ ରାଲି ସମର୍ଥନରେ ପୋଷ୍ଟ କରିଥିଲେ।

ରାଲିରେ ଭାଗ ନେବାକୁ ନେଇ ଏବେବି ନିଷ୍ପତ୍ତି ହୋଇନଥିବା ସିଜେପିର ଜଣେ ପ୍ରବକ୍ତା କହିଛନ୍ତି।

High Court Judges: ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟରେ ବିଚାରପତି ପାଇଁ ୯ ଆଇନଜୀବୀ ନାମ ସୁପାରିସ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)