Independence Day: ପତାକା ଉତ୍ତୋଳନ ପାଇଁ ଚାଲିଥିଲା ପ୍ରସ୍ତୁତି; ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଲୁହା ପାଇପ୍‌

Aug 15, 2026 - 18:32
Independence Day: ପତାକା ଉତ୍ତୋଳନ ପାଇଁ ଚାଲିଥିଲା ପ୍ରସ୍ତୁତି; ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା ଲୁହା ପାଇପ୍‌

"ନବରଙ୍ଗପୁର (ସୁରେଶ ନାଇଡୁ): ଜିଲ୍ଲା ସମୀକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ସକାଳୁ ଜାତୀୟ ପତାକା ଉତ୍ତୋଳନ ବେଳେ ଏକ ଅଭାବନୀୟ ଘଟଣା ଘଟିଛି।

ଜାତୀୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଲୁହା ପାଇପ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବେସରକାରୀ ଡ୍ରାଇଭର ଭାବେ କାର୍ଯ୍ୟରତ ଯୁବକଙ୍କର ମୃତ୍ୟୁ ଘଟିଛି।

ମୃତ ବ୍ୟକ୍ତି ହେଲେ ଚନ୍ଦନ ବେହେରା।

ସୂଚନା ଅନୁସାରେ ଆଜି ପୂର୍ବାହ୍‌ଣରେ ସ୍ବାଧୀନତା ଦିବସ ପାଇଁ ପ୍ରସ୍ତୁତି ଚାଲିଥିଲା।

ଜାତୀୟ ପତାକା ଉତ୍ତୋଳନ ପାଇଁ ଏକ ଲୁହା ପାଇପ୍‌ ପୋତାଯିବାର ଥିଲା।

ଚନ୍ଦନ ବେହେରାଙ୍କ ଦ୍ବାରା ଏହା କରାଯାଉଥିଲା।

କିନ୍ତୁ ଏହାକୁ ଗାତରେ ପୋତିବା ପୂର୍ବରୁ ବିଦ୍ୟୁତ ତାରର ସଂସ୍ପର୍ଶରେ ଆସିଥିଲା।

Advertisment ଚନ୍ଦନଙ୍କ ମୃତ୍ୟୁ ନେଇ ପରିବାର ଲୋକ ଗୁରୁତର ଅଭିଯୋଗ ଆଣିଛନ୍ତି।

ପରିବାର ଲୋକେ କହିଛନ୍ତି, ସକାଳୁ ପୁଅକୁ ତାଙ୍କ ଅଫିସର ଫୋନ୍‌ କରିବାରୁ ସେ ସେଠାକୁ ଯାଇଥିଲେ।

କିନ୍ତୁ ପରେ ସକାଳ ପ୍ରାୟ ୯ଟାରେ ଘର ଲୋକଙ୍କୁ ଫୋନ୍‌ ଯୋଗେ ଜଣେଇଲେ ବିଦ୍ୟୁତ ଆଘାତରେ ଚନ୍ଦନଙ୍କ ମୁତ୍ୟୁ ଘଟିଛି l ପରେ ପରେ ଖୋଜାଖୋଜି କରିବାରୁ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରର ଶବ ବ୍ୟବଛେଦ ଗୃହରେ ଥିବା ଚନ୍ଦନଙ୍କ ପରିବାର ଜାଣିବାକୁ ପାଇଥିଲେ।

କିନ୍ତୁ ଜିଲ୍ଲା ସମୀକ୍ଷା କାର୍ଯ୍ୟାଳୟର କୌଣସି କର୍ମଚାରୀ ସେଠାରେ ଦେଖନଥିଲା l  ପତାକା ଉତ୍ତୋଳନ ପରେ ଟଳିପଡ଼ିଲେ ପ୍ରଧାନଶିକ୍ଷକ ଚନ୍ଦନଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଘଟଣା ମିଛ, ଚନ୍ଦନଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

ମୃତ୍ୟୁର ପ୍ରକୃତ କାରଣର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ପରିବାର l ନଚେତ ରାଜରାସ୍ତାକୁ ଓଲେଇବୁ ବୋଲି ଚେତାବନୀ ଦେଇଛନ୍ତି।

ଏସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ପତାକା ଉତ୍ତୋଳନ ପୂର୍ବରୁ ଡ୍ରାଇଭର ଚନ୍ଦନ ସହଯୋଗ କରୁଥିଲେ।

ସେ ଅଫିସର ଦୀପକ ଦାଶଙ୍କ ସହିତ ପତାକା ଲଗାଉଥିଲେ।

ପତାକା ଲଗାଇବା ବେଳେ ଲୁହା ପାଇପଟି ବିଦ୍ୟୁତ ତାରରେ ଲାଗିଯାଇଥିଲା।

ଫଳରେ ସଟସର୍କିଟ ହୋଇଥିଲା ଏବଂ ଆମେ ଆସିବା ବେଳକୁ ଚନ୍ଦନ ଓ ଲିଡ଼ ଅଫିସର ତଳେ ପଡ଼ି ଛଟପଟ ହେଉଥିଲେ।

ଉଭୟଙ୍କୁ ମେଡିକାଲକୁ ନେଇକି ଯାଇଥିଲୁ।

ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା।

ଚନ୍ଦନଙ୍କ ସମ୍ପର୍କୀୟ ଅଧିକ ସଂଖ୍ୟକ ଆସିବା ପରେ ଆମେ ଭୟଭୀତ ହୋଇ ଚାଲି ଯାଇଥିଲୁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media