Jammu and Kashmir: ସ୍ବତନ୍ତ୍ର ପାହ୍ୟା ହଟିନଥିଲେ ପିଓକେ ଜାମ୍ମୁ-କାଶ୍ମୀରରେ ମିଶିଥାନ୍ତା: ଓମାର ଅବଦୁଲ୍ଲା

Aug 15, 2026 - 18:16
Jammu and Kashmir: ସ୍ବତନ୍ତ୍ର ପାହ୍ୟା ହଟିନଥିଲେ ପିଓକେ ଜାମ୍ମୁ-କାଶ୍ମୀରରେ ମିଶିଥାନ୍ତା: ଓମାର ଅବଦୁଲ୍ଲା

"ଶ୍ରୀନଗର: ଜାମ୍ମୁ-କାଶ୍ମୀରର ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର ଏବଂ ରାଜ୍ୟପଦ ରଦ୍ଦ କରାଯାଇ ନଥିଲେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଜନସାଧାରଣ ନିଜେ ଭାରତୀୟ କାଶ୍ମୀର ସହ ମିଶିବା ପାଇଁ ଆଗେଇ ଆସିଥାନ୍ତେ ବୋଲି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଶନିବାର ସ୍ବାଧୀନତା ଦିବସ ସମାରୋହରେ କହିଛନ୍ତି।

ସ୍ରୀନଗରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ୧୯୪୭ ମସିହାରେ ପାକିସ୍ତାନୀ ଆକ୍ରମଣକାରୀଙ୍କ ବିରୋଧରେ ଲଢ଼େଇ କରି ଭାରତରେ ସାମିଲ ହେବାର ଯେଉଁ ନିଷ୍ପତ୍ତି କାଶ୍ମୀରବାସୀ ନେଇଥିଲେ, ପିଓକେର ବର୍ତ୍ତମାନର ଦୁରବସ୍ଥା ତାହାକୁ ସଠିକ୍ ସାବ୍ୟସ୍ତ କରିଛି।

ଗଣତାନ୍ତ୍ରିକ ଅଧିକାର ପାଇଁ ଦାବି କରି ପିଓକେରେ ବହୁ ଲୋକ ଜେଲ୍ ଯିବା ଓ ପ୍ରାଣ ହରାଇବା ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହ ନିଜ ଜେଜେବାପା ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ସାହସିକତାକୁ ମନେ ପକାଇଥିଲେ।Advertisment ଛତ୍ରପୁର ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ପାଳିତ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା ପୁନର୍ବାର ସ୍ପଷ୍ଟ କରିଛନ୍ତି ଯେ, ୨୦୧୯ ଅଗଷ୍ଟରେ ଛଡ଼ାଇ ନିଆଯାଇଥିବା ସାମ୍ବିଧାନିକ ଗାରେଣ୍ଟି ଏବଂ ରାଜ୍ୟପଦର ପୁନରୁଦ୍ଧାର ପାଇଁ ତାଙ୍କ ସରକାର କ୍ରମାଗତ ସଂଗ୍ରାମ ଜାରି ରଖିବ।

ସେପଟେ ଓମାର ଅବଦୁଲ୍ଲାଙ୍କ ଏହି ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା କରିଛି।

ଜାମ୍ମୁ-କାଶ୍ମୀର ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ନେତା ସୁନିଲ ଶର୍ମା ଏହାକୁ ଏକ ଅସାବଧାନ ଓ ଦାୟିତ୍ବହୀନ ବୟାନ ବୋଲି କହିଛନ୍ତି।

ସ୍ବାଧୀନତା ଦିବସ ପରି ଜାତୀୟ ପର୍ବରେ ବିକାଶ ଓ ଭବିଷ୍ୟତ ଯୋଜନା ବିଷୟରେ କହିବା ପରିବର୍ତ୍ତେ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media