Independence Day sadness: ସ୍ବାଧୀନତା ଦିବସର ଦୁଃଖ: ବନ୍ଧ ହୁଡ଼ାରେ ଭିଜୁଛନ୍ତି ବିପନ୍ନ, ପାଣି ଭିତରେ ଉଡ଼ିଲା ତ୍ରିରଙ୍ଗା

Aug 17, 2026 - 06:04
Independence Day sadness: ସ୍ବାଧୀନତା ଦିବସର ଦୁଃଖ: ବନ୍ଧ ହୁଡ଼ାରେ ଭିଜୁଛନ୍ତି ବିପନ୍ନ, ପାଣି ଭିତରେ ଉଡ଼ିଲା ତ୍ରିରଙ୍ଗା

"ଯାଜପୁର: ହର୍ଷୋଲ୍ଲାସ ମଧ୍ୟରେ ସାରା ଦେଶ ପାଳିଛି ୮୦ତମ ସ୍ବାଧୀନତା ଦିବସ।

ସବୁଠି ଫରଫର ହୋଇ ଉଡ଼ିଛି ତ୍ରିରଙ୍ଗା।

କିନ୍ତୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଣି ଭିତରେ ପାଳିତ ହୋଇଛି ସ୍ବାଧୀନତା ଦିବସ।

କେଉଁଠି ଅଣ୍ଟାଏ ତ କେଉଁଠି ଆଣ୍ଠୁଏ ପାଣିରେ ଉଡ଼ିଛି ଜାତୀୟ ପତାକା।

୨୦ଦିନ ଧରି ବନ୍ଧହୁଡ଼ାରୁ ଘରକୁ ଫେରିନଥିବା ବନ୍ୟା ବିପନ୍ନଙ୍କ ପାଇଁ ସ୍ବାଧୀନତା ଦିବସର ସକାଳ ଥିଲା ଅତ୍ୟନ୍ତ ଦୁଃଖଦ।

ଝିପିଝିପି ବର୍ଷାରେ ଭିଜି କିଏ ରନ୍ଧାଖାଦ୍ୟ ପାଇଁ ଧାଡ଼ି ଲଗାଇଥିଲା ତ କିଏ ପୁଣି ଗୋଖାଦ୍ୟ ପାଇଁ ନିଜ ଅଖାବ୍ୟାଗ୍‌ ଦେଖାଉଥିଲେ।

ଆଉ କାହା ମୁଣ୍ଡରେ ଥିଲା ବାଲିବସ୍ତାର ବୋଝ।

ଧସିଯାଉଥିବା ଘାଇକୁ ପୋତିବାର ଚେଷ୍ଟା।

ବନ୍ଧକୁ ସୁରକ୍ଷା ଦେଲେ, ସେମାନେ ସୁରକ୍ଷିତ ରହିବେ ଏହି ବନ୍ୟା ବିପତ୍ତିରୁ।

ତୁହାକୁ ତୁହା ବର୍ଷା ଓ ବନ୍ୟା ମଧ୍ୟରେ ବିପଦ ସଙ୍କେତରୁ ତଳକୁ ଖସୁନଥିବା ବୈତରଣୀ ଦଶରଥପୁରର ହଜାରହଜାର ପରିବାର ପାଇଁ ଏମିତି ଦୁଃଖ ଆଣିଦେଇଛି।

ଚଳିତବର୍ଷର ବନ୍ୟା ଏପର୍ଯ୍ୟନ୍ତ ସବୁଠୁ ଲମ୍ବା ସମୟ ଧରି ଚାଲିଥିବାବେଳେ ସେମାନଙ୍କୁ କନ୍ଦାଇ ଚାଲିଛି।Advertisment India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି ମୁଣ୍ଡରେ ବାଲିବସ୍ତାର ବୋଝ ବର୍ତ୍ତମାନ ସୁଦ୍ଧା ୧୯ ପଞ୍ଚାୟତର ୫୯ ଗାଁରେ ୯୧ ହଜାର ଲୋକ ଜଳବନ୍ଦି ଜୀବନ କାଟୁଛନ୍ତି।

ଅଗଷ୍ଟ ୧୫ରେ ବୈତରଣୀ ନଦୀର ଜୟନ୍ତରା ମହାପାତ୍ରସାହିରେ ଏକ ଘେରିବନ୍ଧରେ ୧୨୦ ଫୁଟର ଘାଇ ହୋଇଥିଲା।

ଏହାଛଡ଼ା କାଣୀନଦୀର ତରପଦା ପଞ୍ଚାୟତ ଡୋଭାବିଲ, ପାଟଣାଠାରେ ଦୁଇଟି ଘାଇ, କଣ୍ଟପଡ଼ାରେ ପ୍ରଥମ ବନ୍ୟାରେ ହୋଇଥିବା ମୁକୁଳା ଘାଇରେ ବନ୍ୟାପାଣି ପ୍ରବାହିତ ହୋଇଚାଲିଛି।

ଏହି ଘାଇ ବାଟ ଦେଇ ବନ୍ୟାଜଳ ବ୍ଲକର ୧୯ ପଞ୍ଚାୟତର ୫୯ ରାଜସ୍ବ ଗ୍ରାମରେ ପଶୁଛି।

ଚାଷଜମି, ଗାଁଗଣ୍ଡା ସବୁ ବୁଡ଼ିରହିଛି।

କେଉଁଠି କେତେ ପାଣି ଆକଳନ କରିବା କଷ୍ଟ।

ବୈତରଣୀ ନଦୀର ଦୁଦୁରାଅନ୍ତା ପଞ୍ଚାୟତ କୁଅଁରସାହିଠାରେ ୧୦୦ ଫୁଟ ଲମ୍ବା ୩୦ ଫୁଟ ଚଉଡ଼ା ମୁଖ୍ୟବନ୍ଧ ଧସିଛି।

କାଣୀର ତରପଦା ପଞ୍ଚାୟତ ପାଟଣା ଗ୍ରାମ ପାଖରେ ଗୋଟିଏ ୪୦ ଫୁଟ ଲମ୍ବ ୧୫ ଫୁଟ ଓସାର ଏବଂ ଦ୍ୱିତୀୟଟି ୮୦ ଫୁଟ ଲମ୍ବ ୨୦ ଓସାରରେ ବନ୍ଧ ଧସିଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଛି।

କାଠଖୁଣ୍ଟ, ଜରିପାଲ, ଜିଆଇସିଟ୍‌ ଓ ବାଲି ବସ୍ତା ପକାଯାଇ ଘାଇ ମରାମତି କରାଯାଉଛି।

Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media