IND-W vs ZIM-W: ଜିମ୍ବୱେ ବିପକ୍ଷରେ ୧୨୧ ରନ୍‌ରେ ଜିତିଲେ ଭାରତୀୟ ମହିଳା ଦଳ‌, ବୈଷ୍ଣବୀ ଶର୍ମା ନେଲେ ୪ ୱିକେଟ୍‌

Oct 25, 2026 - 21:53
IND-W vs ZIM-W: ଜିମ୍ବୱେ ବିପକ୍ଷରେ ୧୨୧ ରନ୍‌ରେ ଜିତିଲେ ଭାରତୀୟ ମହିଳା ଦଳ‌, ବୈଷ୍ଣବୀ ଶର୍ମା ନେଲେ ୪ ୱିକେଟ୍‌

ଭଦ‌ୋଦରା: ଗୁଜରାଟର ଭଦୋଦରାରେ ଜିମ୍ବାୱେ ବିପକ୍ଷରେ ଭାରତୀୟ ମହିଳା ଟିମ୍‌ ଦମଦାର ବିଜୟ ହାସଲ କରିଛନ୍ତି।

ଦ୍ବିତୀୟ ମୁକାବିଲାରେ ଭାରତୀୟ ମହିଳା ଟିମ୍‌ ଜିମ୍ବାୱେକୁ ୩୨୯ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା।

ଦଳର ବୋଲରମାନେ ଆକ୍ରମଣାତ୍ମକ ବୋଲିଂ କରି ଅତିଥି ଖେଳାଳିମାନଙ୍କୁ ଲକ୍ଷ୍ୟ ପୂରା ହେବାକୁ ଦେଇ ନଥିଲେ।

ଜିମ୍ବାୱେ ୪୮.୫ ଓଭରରେ ସମସ୍ତ ୱିକଟେ ହରାଇଥିଲା ଏବଂ ୨୦୭ ରନ୍‌ ସଂଗ୍ରହ କରି ପାରିଥିଲା।

ଫଳରେ ୧୨୧ ରନ୍‌ରେ ପରାସ୍ତ ହୋଇଥିଲା।

Advertisment ଜିମ୍ବାୱେ ପାଇଁ ମୋଡେଷ୍ଟର ମୁପାଚିକୱା ସର୍ବାଧିକ ୪୯ ରନ୍‌ ସଂଗ୍ରହ କରିଥିଲେ।

ଚିପୋ ମୁଗେରି ତିରିପାନୋ ୪୬ , ବିଲଭଡ ବିଜା ୩୪ , ଜୋସେଫିନ ଆନକୋମୋ ୨୦, ନ୍ୟାସା ଗ୍ବାନଜୁରା ୨୦ ରନ୍‌ କରିଥିଲେ।

ଅନ୍ୟ ଖେଳାଳିମାନଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା।

ଭାରତ ପାଇଁ ବୈଷ୍ଣବୀ ଶର୍ମା ସର୍ବାଧିକ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଦୀପ୍ତି ଶର୍ମା ଙ୍କୁ ୩ଟି ୱିକେଟ୍‌ ମିଳିଥିଲା।

ଶାୟାଲି ସତଘରେ, ଜିନ୍ତିମଣି କଲିତା ଏବଂ ଶ୍ରୀ ଚରଣୀ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ଅଧିନାୟକ ପଦ ଛାଡ଼ିବା ପରେ ପୁଣି ଥରେ ହରମନପ୍ରୀତ କୌର ଟିମ୍‌କୁ ସଂକଟ ଭିତରୁ ଭାରତକୁ ବାହାର କରି ବଡ଼ ଇନିଂସ ଖେଳିଥିଲେ।

ଅଧିନାୟକ ସ୍ମୁତି ମନ୍ଧାନା ଏବଂ ଶେଫାଳି ବର୍ମା ଶସ୍ତାରେ ଆଉଟ୍‌ ହେଲା ପରେ ଟିମ୍‌ ୧୯ ରନ୍‌ ସଂଗ୍ରହ କରିଥିଲା।

ଭାରତ ୨ଟି ୱିକେଟ୍‌ ହରାଇଲା ପରେ ସଂକଟ ପରିସ୍ଥିତି ଦେଇ ଗତି କରୁଥିଲା।

ଏହି ଭଳି ଏକ ବିପଦ ସମୟରେ ପୂର୍ବତନ ଅଧିନାୟକ ହରମନପ୍ରୀତ କୌର ଏବଂ ଉପଅଧିନାୟକ ଦୀପ୍ତି ଶର୍ମା କ୍ରିଜର ଦାୟିତ୍ବ ନେଇଥିଲେ।

ଅଡୁଆ ସମୟରେ ହରମନପ୍ରୀତ କୌର ଏବଂ ଉପଅଧିନାୟକ ଦୀପ୍ତି ଶର୍ମା ଶତକୀୟ ଇନିଂସ ଖେଳିଥିଲେ।

Cricket: ଧଳା ବଲ୍ କ୍ରିକେଟ୍‌ରେ ସୁପରଷ୍ଟାର ଏହି ୫ ଜଣ ଖେଳାଳି; ଟେଷ୍ଟରେ କରିପାରିଲେନି ଭଲ ପ୍ରଦର୍ଶନ ହରମନପ୍ରୀତ କୌର ନିଜ କ୍ୟାରିୟରର ଅଷ୍ଟମ ଶତକ ସହିତ ମହିଳା ଦିନିକିଆରେ ଭାରତ ପାଇଁ ଦ୍ବିତୀୟ ସର୍ବାଧିକ ଶତକ ରେକର୍ଡ ନିଜ ନାମରେ କରିଥିଲେ।

ପ୍ରାରମ୍ଭିକ ଝଟକା ପରେ ହରମନପ୍ରୀତ କୌର ପ୍ରତିକା ରାଓଲ (୬୧ ରନ୍‌)ଙ୍କ ସହିତ ୧୨୪ ରନ୍‌ର ଜବରଦସ୍ତ ଭାଗିଦାରୀ କରିଥିଲେ।

ପ୍ରତୀକା ଏବଂ ଜେଲ ହସନଭୀସଙ୍କ ଆଉଟ୍‌ ହେଲା ପରେ ହରମନପ୍ରୀତ ମୋର୍ଚ୍ଚା ସମ୍ଭାଳି ଥିଲେ ଏବଂ ଉପଅଧିନାୟକ ଦୀପ୍ତି ଶର୍ମାଙ୍କ ସହିତ ମିଶି ଆଉ ଏକ ଶତକୀୟ ଭାଗିଦାରୀ କରିଥିଲେ।

ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୮ ରନ୍‌ର ବିଶାଳ ସ୍କୋର କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)