Jeypore Excise Raid ଗଡ଼ପଦର ଜଙ୍ଗଲରେ ଅବକାରୀ ଚଢ଼ାଉ, ୧୪୦୦ ଲିଟର ପୋଚ ଓ ୨୬୦ ଲିଟର ଦେଶୀ ମଦ ନଷ୍ଟ

Oct 25, 2026 - 21:37
Jeypore Excise Raid ଗଡ଼ପଦର ଜଙ୍ଗଲରେ ଅବକାରୀ ଚଢ଼ାଉ, ୧୪୦୦ ଲିଟର ପୋଚ ଓ ୨୬୦ ଲିଟର ଦେଶୀ ମଦ ନଷ୍ଟ

ଜୟପୁର (ଦେବାଶିଷ ସାହୁ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡ଼ପଦର ଜଙ୍ଗଲରେ ଜୟପୁର ଅବକାରୀ ବିଭାଗ ପକ୍ଷରୁ ଆଜି (ରବିବାର) ଚଢ଼ାଉ କରାଯାଇଛି।

ଚଢ଼ାଉରେ ଏକ ବେଆଇନ ମଦଭାଟି ଭଙ୍ଗାଯାଇଥିବା ବେଳେ ସେଥିରୁ ମିଳିଥିବା ବିପୁଳ ମଦ ‌ଓ ପୋଚକୁ ନଷ୍ଟ କରାଯାଇଛି।

Advertisment ବାଲେଶ୍ୱରରେ ଅବକାରୀ ଚଢ଼ାଉ: ୫୦୯୦ ଲିଟର ମଦ ସହ ବୋତଲ, ବାସନକୁସନ, କାଠ ଓ ଅନ୍ୟ ସାମଗ୍ରୀ ଜବତ ଓ ୭ ଅଭିଯୁକ୍ତ ଗିରଫ ।

ଏନେଇ ଜୟପୁର ଅବକାରୀ ଥାନା ଅଧିକାରୀ ସୁବ୍ରତ କେଶରୀ ହିରଣ ସୂଚନା ଦେଇ କହିଛନ୍ତି, ଜଙ୍ଗଲରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ସହ ବିପୁଳ ପରିମାଣରେ ମଦ ଲୁଚାଇ ରଖାଯାଇଥିବା ନେଇ ସୂଚନା ପାଇ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା।

ଅବକାରୀ ବିଭାଗର ଚଢ଼ଉ ସମ୍ପର୍କରେ ସୂଚନା ପାଇ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଫଳରେ କେହି ଗିରଫ ହୋଇନାହାନ୍ତି।

ଅବକାରୀ ଚଢ଼ାଉ: ୪୪୫୦ ଲିଟର ପୋଚ ନଷ୍ଟ, ୫୪୦ ଲିଟର ଦେଶୀ ମଦ ଜବତ ତେବେ ଅବକାରୀ କର୍ମଚାରୀମାନେ ଜଙ୍ଗଲରେ ଥିବା ଏକାଧିକ ମଦ ଭାଟି ଭାଙ୍ଗିବା ସହ ୧୪୦୦ ଲିଟର ମଦ ପ୍ରସ୍ତୁତି ପାଇଁ ରଖାଯାଇଥିବା ପୋଚ ଓ ୨୬୦ ଲିଟର ଦେଶୀ ମଦ ଜବତ କରି ନଷ୍ଟ କରିଥିଲେ।

ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ଡ୍ରମ୍‌ ସମେତ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଜବତ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)