Imran Khan: ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଛି!: ଦାବି କଲେ ପାକିସ୍ତାନୀ ସାମ୍ବାଦିକ
"ଇସଲାମାବାଦ: ପାକିସ୍ତାନ ସରକାରଏବଂ ସେନାର ସୂତ୍ରରୁ ଉଦ୍ଧୃତ କରି ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ୱାଜାହତ ଏସ ଖାନ ଦାବି କରିଛନ୍ତି ଯେ, ଇମ୍ରାନ ଖାନଙ୍କ ମୃତ୍ୟୁ ଘଟିଛି।
ଏହା ପରେ, ପାକିସ୍ତାନ ତେହେରିକ୍-ଏ-ଇନସାଫ (ପିଟିଆଇ)ସୋସିଆଲ ମିଡିଆ ଏକ୍ସରେ କହିଛି ଯେ, ଦଳର ପ୍ରତିଷ୍ଠାତା ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ "ଚିନ୍ତାଜନକ ଖବର" ସାରା ଦେଶରେ ଚିନ୍ତା ଏବଂ ଆତଙ୍କ ସୃଷ୍ଟି କରୁଛି।
ଦଳ ଦାବି କରିଛି ଯେ, ସରକାର ସେମାନଙ୍କୁ ଇମ୍ରାନ ଖାନଙ୍କ ସହ ସାକ୍ଷାତ କରିବାକୁ ଅନୁମତି ଦିଅନ୍ତୁ।ପିଟିଆଇ ବିବୃତିରେ କୁହାଯାଇଛି, ସରକାର ମନେ ରଖିବା ଉଚିତ୍ ଯେ, ଇମ୍ରାନ ଖାନ ଜଣେ ସାଧାରଣ ରାଜନୈତିକ କର୍ମୀ ନୁହଁନ୍ତି, ବରଂ ଲକ୍ଷ ଲକ୍ଷ ପାକିସ୍ତାନୀଙ୍କର ଜଣେ ଲୋକପ୍ରିୟ ଏବଂ ନିର୍ବାଚିତ ରାଜନୈତିକ ନେତା।
ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜନସାଧାରଣଙ୍କୁ ଆଶ୍ୱସ୍ତ କରିବା ସରକାରଙ୍କ ଦାୟିତ୍ୱ।
ଇମ୍ରାନ ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରାଜନୈତିକ ଦଳର ନେତା, ଏବଂ ତାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାକିସ୍ତାନୀଙ୍କ ଚିନ୍ତା ଏବଂ ଭାବନା ସହିତ ସିଧାସଳଖ ଜଡିତ।
ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଅନିଶ୍ଚିତତା ଦୀର୍ଘ ସମୟ ଧରି ଜାରି ରହିପାରିବ ନାହିଁ ଏବଂ ଏହା ଗ୍ରହଣୀୟ ନୁହେଁ।Advertisment ଦଳ ପକ୍ଷରୁ ଦାବି କରାଯାଇଛି, ସରକାର ତୁରନ୍ତ ଇମ୍ରାନ ଖାନଙ୍କୁ ତାଙ୍କ ପରିବାର ସଦସ୍ୟ, ବ୍ୟକ୍ତିଗତ ଡାକ୍ତର, ଆଇନଜୀବୀ ଏବଂ ଦଳର ଦାୟିତ୍ୱବାନ ରାଜନୈତିକ ନେତାଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରନ୍ତୁ।
ଏହା ମଧ୍ୟ କୁହାଯାଇଛି ଯେ ତାଙ୍କର ସମ୍ପୂର୍ଣ୍ଣ ଡାକ୍ତରୀ ପରୀକ୍ଷା ଏବଂ ଚିକିତ୍ସା ତାଙ୍କ ବ୍ୟକ୍ତିଗତ ଡାକ୍ତରଙ୍କ ତତ୍ତ୍ୱାବଧାନରେ, ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ କରାଯିବା ଉଚିତ୍।
ଫୁକେଟ୍-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ନିଦ ବଟିକା ଖାଉଥିଲେ ପାଇଲଟ୍ ଇମ୍ରାନ ଖାନଙ୍କ ଦଳ, ପିଟିଆଇର ଏହି ବିବୃତ୍ତି, ସାମ୍ବାଦିକ ୱାଜାହତ ସଇଦ ଖାନଙ୍କ ରିପୋର୍ଟ ପରେ ଆସିଛି ଯେଉଁଥିରେ ଇମ୍ରାନ ଖାନଙ୍କ ହାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଥିଲା।
ଇମ୍ରାନଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଭେଟିବାକୁ ଥିବା କଟକଣା ବିଷୟରେ ପୂର୍ବରୁ କଷ୍ଟକର ଥିଲା।
ଏହି ରିପୋର୍ଟ ଦଳର ସମର୍ଥକ ଏବଂ ପ୍ରଶଂସକମାନଙ୍କ ମଧ୍ୟରେ ନାନା କଳ୍ପାନାଜଳ୍ପନା ସୃଷ୍ଟି କରିଛି।
ଇମ୍ରାନ ୧୯୦ ମିଲିୟନ ପାଉଣ୍ଡ ଦୁର୍ନୀତି ମାମଲାରେ ଆଡିଆଲା ଜେଲରେ ସଜା କାଟୁଛନ୍ତି।
ସେ ୯ ମେ" ୨୦୨୩ର ପ୍ରତିବାଦ ସହ ଜଡିତ ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ମଧ୍ୟ ବିଚାରର ସମ୍ମୁଖୀନ ହେଉଛନ୍ତି ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
