Illegal Liquor: ଚୋରା ମଦ ଗାଡ଼ିକୁ ଧରିଲା ବରୀ ପୁଲିସ

Jun 08, 2026 - 15:56
Illegal Liquor: ଚୋରା ମଦ ଗାଡ଼ିକୁ ଧରିଲା ବରୀ ପୁଲିସ

"ବରୀ(ସଂଜୟ କୁମାର ବେହେରା): ବରୀକୁ ଚାଲାଣ ହେଉଥିବା ଏକ ଚୋରାମଦ ଗାଡ଼ିକୁ ବରୀ ପୁଲିସ ଧରିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି।

ସନ୍ଥନଛକ ଠାରୁ  ଅରୁଆଳ ରାସ୍ତାଦେଇ ଯାଉଥିବା ଏକ ସ୍କୁଟିରେ ଲୋଡ୍ ହୋଇଥିବା ପେଟି ପେଟି ଚୋରାମଦକୁ ସମ୍ମୁଖ ଭାଗରୁ ଆସୁଥିବା ବରୀ ପୁଲିସ ଗାଡ଼ି ଧରିବାରେ ସଫଳ ହୋଇଛି।

ତେବେ ସ୍କୁଟିରେ ୧୦ ପେଟିରୁ ଅଧିକ ମଦଥିବା ଅନୁମାନ କରାଯାଉଛି।

Advertisment ଦେଶୀ ମଦର ସରକାରୀ କାଉଣ୍ଟର ନଥିଲା ପ୍ରତିଦିନ ଏପରି ନମ୍ବର ବିହୀନ ସ୍କୁଟିଓ ବାଇକ୍ ରେ ପେଟି ପେଟି ବରୀକୁ ଚାଲାଣ ହେଉଥିବା ବେଳେ ଆଜିର ପୁଲିସ ହାତରେ ଧରାପଡ଼ିଥିବା ଚିତ୍ର ତାହାର ସ୍ପଷ୍ଟ ପ୍ରମାଣ ଦେଇଛି।ତେବେ ବରୀ ବ୍ଲକରେ କୌଣସି ଦେଶୀ ମଦର ସରକାରୀ କାଉଣ୍ଟର ନଥିଲା ବେଳେ କେଉଁଠାରୁ ଏହି ଦେଶୀମଦ ଓ କେଉଁଠାରୁ ବିଦେଶୀ ମଦ ଚୋରାରେ ଚାଲାଣ କରାଯାଉଛି ତାହା ପୁଲିସର ତଦନ୍ତ ପ୍ରକ୍ରିୟାର ସ୍ବଚ୍ଛତା ଉପରେ ନିର୍ଭର କରେ।

ତେବେ ଏବେ ଏବେ ଧରାପଡ଼ିଥିବା ଚୋରାମଦର ସଠିକ୍ ହିସାବ ପୁଲିସ ସୂଚନା ପରେ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ:Drug Trade: ଡ୍ରଗ୍ସ ବେପାରୀଙ୍କ ଘର ଭାଙ୍ଗିଲା ଜିଲ୍ଲା ପ୍ରଶାସନ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।