Vehicles Sold: ମେରେ ୨୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି
"ନୂଆଦିଲ୍ଲୀ: ଚଳିତ ବର୍ଷ ମେ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି।
ଅଟୋମୋବାଇଲ୍ ଡିଲର ମହାସଂଘ ଏଫ୍ଏଡିଏ ଜାରି କରିଥିବା ତଥ୍ୟ ଅନୁସାରେ ଏହି ମାସରେ ୨୫,୩୧,୦୬୭ଟି କାର୍ ବିକ୍ରି ହୋଇଛି।
ଏହା ଗତବର୍ଷ ମେରେ ବିକ୍ରି ହୋଇଥିବା ୨୩,୧୦,୪୫୧ଟି ଗାଡ଼ି ତୁଳନାରେ ୯.୫୫ ପ୍ରତିଶତ ଅଧିକ।
ଏଫ୍ଏଡିଏର ସଭାପତି ସି ଏସ୍ ବିଗ୍ନେଶ୍ବର କହିଛନ୍ତି ଯେ ଅତ୍ୟଧିକ ଗରମ, ଇନ୍ଧନ ମୂଲ୍ୟରେ ବୃଦ୍ଧି ଓ ମଧ୍ୟପ୍ରାଚ୍ୟ ଯୁଦ୍ଧ ଚାପ ସତ୍ତ୍ବେ ଭାରତୀୟ ଅଟୋମୋବାଇଲ୍ ଶିଳ୍ପ ଅଭିବୃଦ୍ଧି ହାସଲ କରିଛି।
ଚଳିତ ମେରେ ତିିନିଚକିଆ, କାର୍ ଓ ଟ୍ରାକ୍ଟର ବିକ୍ରିରେ ସର୍ବକାଳୀନ ସର୍ବାଧିକ ବୃଦ୍ଧି ଘଟିଥିବା ସେ କହିଛନ୍ତି।Advertisment ଫାଇନାନ୍ସ ପରିବେଶ ମଧ୍ୟ ସ୍ଥିର ରହିବ ଆସନ୍ତା ଜୁନ୍ରେ ଗାଡ଼ି ବିକ୍ରି ସ୍ଥିର ରହିବ କିମ୍ବା ହ୍ରାସ ରହିବା ଆଶା କରାଯାଉଛି।
ଚଳିତ ବର୍ଷ ମେ ମାସରେ କାର୍ ବିକ୍ରି ୨୩.୨୫ ପ୍ରତିଶତ ବୃଦ୍ଧି ପାଇ ୪,୦୨,୫୯୧ର ପହଞ୍ଚିଛି।
ଗତବର୍ଷ ମେ ମାସରେ ୩,୨୬,୬୫୬ ଗାଡ଼ି ବିକ୍ରି ହୋଇଥିଲା।
ଆଲୋଚ୍ୟ ମାସରେ ଦୁଇଚକିଆଯାନ ବିକ୍ରି ୭.୫୪ ପ୍ରତିଶତ ବୃଦ୍ଧି ପାଇ ୧୮,୪୪,୯୪୭ ହୋଇଛି।
ପୂର୍ବବର୍ଷ ସେହି ମାସରେ ୧୭,୧୫,୫୮୧ଟି ଗାଡ଼ିବିକ୍ରିହୋଇଥିଲା।
ଚଳିତ ବର୍ଷ ମେରେ ତିନିଚକିଆ ଗାଡ଼ି ବିକ୍ର ୩.୫୬ ପ୍ରତିଶତ ବୃଦ୍ଧି ପାଇ ୧,୧୧,୫୨୬ ହୋଇଛି ଯାହା ପୂର୍ବବର୍ଷ ୧.୦୭,୬୮୮ ଥିଲା।
ବାଣିଜ୍ୟିକ ଯାନ ବିକ୍ରି ୫.୨୯ ପ୍ରତିଶତ ବୃଦ୍ଧି ଘଟି ୮୩,୮୨୩ ହୋଇଛି ଯାହାର ବିକ୍ରି ଗତବର୍ଷ ମେ ମାସରେ ୭୯,୬୧୪ ଥିଲା।
ଶ୍ରୀ ବିଗ୍ନେଶ୍ବର କହିଛନ୍ତି ଯେ ମୌସୁମୀ ଆସିଥିବାରୁ ଚାହିଦାରେ ଉନ୍ନତି ଆଶା କରାଯାଉଛି।
ଆଗକୁ ବିବାହ ଋତୁ ଆସୁଛି।
ଖରିଫ ଚାଷ ମଧ୍ୟ ଭଲ ହେବା ଆଶା କରାଯାଉଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ହାରକୁ ୫.୨୫ ପ୍ରତିଶତରେ ସ୍ଥିର ରଖିଥିବାରୁ ଫାଇନାନ୍ସ ପରିବେଶ ମଧ୍ୟ ସ୍ଥିର ରହିବ।
ଏହି ସମସ୍ତ ବିଷୟ ପ୍ରଭାବରେ ଗାଡ଼ି ବିକ୍ରି ବଢ଼ିବା ଆଶା କରାଯାଉଛି।
ଆହୁରି ପଢ଼ନ୍ତୁ:Drug Trade: ଡ୍ରଗ୍ସ ବେପାରୀଙ୍କ ଘର ଭାଙ୍ଗିଲା ଜିଲ୍ଲା ପ୍ରଶାସନ ଆହୁରି ଦେଖନ୍ତୁ...
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।