If you get: ଗଜବେଶରେ ଝଟକିବେ ସାଆନ୍ତେ

Jun 29, 2026 - 07:57
If you get: ଗଜବେଶରେ ଝଟକିବେ ସାଆନ୍ତେ

"ଭୁବନେଶ୍ବର: ଆସନ୍ତାକାଲ  ଦେବସ୍ନାନ ପୂର୍ଣ୍ଣିମା।

ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ।

ଏଥିପାଇଁ  ସଜେଇ ହୋଇଛି ଭୁବନେଶ୍ବରରେ ଥିବା ସବୁ ଜଗନ୍ନାଥ ମନ୍ଦିର।

ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ସ୍ନାନପୂର୍ଣ୍ଣିମାରେ ଦର୍ଶନ ପାଇଁ ଆସିବାକୁ ଥିବାରୁ ଭିଡ଼କୁ ଆଖି ଆଗରେ ରଖି ଦର୍ଶନ ବ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି।

ସ୍ଥାନୀୟ ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏ ନେଇ ପ୍ରସ୍ତୁତି ହୋଇଛି।

ରାଜଧାନୀର ଶ୍ରୀଜଗନ୍ନାଥମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଉଛି।

କିଛି ସ୍ଥାନରେ ଛାୟାପ୍ରଦ ସେଡ୍‌ ବ୍ୟବସ୍ଥା କରାଯାଉଛି।

ତେବେ ଭୁବନେଶ୍ୱରର ପ୍ରମୁଖ ମନ୍ଦିରଗୁଡ଼ିକ ଜଗନ୍ନାଥଙ୍କ ଏହି ଅଲୌକିକ ଲୀଳା ପାଇଁ ପ୍ରସ୍ତୁତି ଶେଷ ହୋଇଛି।

ଆସନ୍ତାକାଲି ଘଣ୍ଟଘଣ୍ଟା, ଶଙ୍ଖନାଦ ଯାଇ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେବ ଗଗନ ପବନ।

Advertisment ଇସ୍କନ ଇସ୍କନ ମନ୍ଦିରରେ ମହାପ୍ରଭୁଙ୍କର ସକାଳ ସାଢ଼େ ୯ରେ ପହଣ୍ଡି ହେବ।

ପରେ ସାଢ଼େ ୧୦ରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହେବ।

୧୨ଟାରେ ଭୋଗ ଆଳତି ଓ ଦିନ ଗୋଟାଏରେ ୨ହଜାର ଭକ୍ତଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯିବ।

ପରେ ସନ୍ଧ୍ୟା ଆରତ ସାଢ଼େ ୬ରେ ସମ୍ପନ୍ନ ହେବ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ  ଆୟୋଜିତ ହେବ।

ଶେଷରେ ରାତି ୯ ତାରେ ପହଣ୍ଡି ହେଇ ମହାପ୍ରଭୁ ଅଣସର ଗୃହକୁ ବିଜେ କରିବେ।

ୟୁନିଟ୍ ୮ ସକାଳ ସାଢ଼େ ୮ରେ ଶ୍ରୀଜିଉମାନଙ୍କ ପହଣ୍ଡି ହେବ।

୧୦ରେ ସ୍ନାନ ଓ ସାଢ଼େ ୧୦ରେ ଗଜବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ।

ସାଢ଼େ ୧୧ରେ ସର୍ବସାଧାରଣ ଦର୍ଶନ ଓ ରାତି ସାଢ଼େ ୯ରେ ଶ୍ରୀଜିଉମାନେ  ଅଣସରକୁ ବିଜେ କରିବେ।

କୋଳଥିଆ ସକାଳ ୫ରେ ମଙ୍ଗଳ ଆଳତି , ସାଢ଼େ ୭ରୁ ୯ ସ୍ନାନବେଦି ପହଣ୍ଡି ହେବ।

ସାଢ଼େ ୯ରୁ ମଙ୍ଗଳ ଆଳତି ଓ ସ୍ନାନ।

ସାଢ଼େ ୧୨ ରୁ ଦିନ ଗୋଟାଏ ବଲ୍ଲଭ ଭୋଗ  ଓ ମଧ୍ୟାହ୍ନ ଧୂପ ଠାକୁରଙ୍କୁ ଲାଗି ହେବ।

ସାଢ଼େ ୪ରୁ ଗଜାନନ ବେଶରେ ମହାପ୍ରଭୁ ଦର୍ଶନ ଦେବେ।

ରାତି ୧୧ରେ ଅଣସର ଘରକୁ ବିଜେ କରିବେ।

ସୁଦର୍ଶନ ଦାରୁପୀଠ  ଆସନ୍ତାକାଲି ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ସୁଦର୍ଶନ ଦାରୁପୀଠରେ ଦେବସ୍ନାନ ନୀତି ସଂପନ୍ନ ହେବ।

ନବନିର୍ମିତ ଜଗନ୍ନାଥ ମନ୍ଦିରରେ ପ୍ରଥମ ଥର ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ନୀତିକାନ୍ତି ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି।

ପରଂବ୍ରହ୍ମ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନାନୁସାରେ ଭୋର୍‌ ସାଢ଼ଟୋରେ ମଙ୍ଗଳା ଅର୍ପଣ, ସକାଳ ୫ଟାରେ ପହଣ୍ଡି, ସାଢ଼େ ୬ଟାରେ ମଙ୍ଗଳା ଆଳତି, ୭ଟାରେ ତଡ଼ପ ଲାଗି, ୮ଟାରେ ଅବକାଶ, ସାଢ଼େ ୯ଟାରେ ଗୋପଳ ବଲ୍ଲଭ, ସାଢ଼େ ୧୦ଟାରେ ସ୍ନାନ, ମଧ୍ୟାହ୍ନ ୧୨ଟାରେ ହାତୀବେଶ ଓ ଅପରାହ୍ଣ ୧ଟାରେ ଛେରାପହଁରା, ସାଢ଼େ ୧ଟାରେ ମଧ୍ୟାହ୍ନ ଧୂପ ଓ ରାତ୍ର ୯ ଘଟିକାରେ ମନ୍ଦିରକୁ ଠାକୁର ପହଣ୍ଡି କରାଯିବ ବୋଲି ଆଜୀବନ ନ୍ୟାସୀ ଅଶୋକ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଚକ୍ରଧର ନାୟକ କହିଛନ୍ତି।

ଜାଗମରା ସକାଳ ୫ରେ ଦ୍ୱାରଫିଟା, ଅବକାଶ, ମଙ୍ଗଳ ଆଳତି ଅନୁଷ୍ଠିତ ହେବ।

୯ଟାରେ ପହଣ୍ଡି ହେବ।

୧୨ଟାରେ ଶ୍ରୀଜିଉମାନଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହେବ।

ଏହି ଅବସରରେ ୭ ଶହ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି।

୨ଟା ପରେ ଗଜାନନ ବେଶରେମହାପ୍ରଭୁ ଦର୍ଶନ ଦେବେ।

ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ପରେ ରାତି ୧୦ ଟାରେ ଠାକୁରେ ଅଣସରକୁ ବିଜେ କରିବେ।

ଶ୍ରୀବାଣୀ କ୍ଷେତ୍ର  ସ୍ଥାନୀୟ ଅଞ୍ଚଳର ସମସ୍ତ ଜଗନ୍ନାଥ ମନ୍ଦିରରେ ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ପାଳିତ ହେବ।

କିସ୍ ଶ୍ରୀବାଣୀ କ୍ଷେତ୍ର, ପଟିଆ ଜଗନ୍ନାଥ ମନ୍ଦିର, ଶୈଳଶ୍ରୀବିହାର ଶ୍ରୀଜଗନ୍ନାଥ ମନ୍ଦିର, ମଞ୍ଚେଶ୍ବର ରେଲୱେ କଲୋନି ଶ୍ରୀଜଗନ୍ନାଥ ମନ୍ଦିର, ଆର୍‌ସିଏମ୍‌ ଶ୍ରୀଜଗନ୍ନାଥ ମନ୍ଦିର ଓ ଭିଏସ୍‌ଏସ୍‌ନଗର ଶ୍ରୀଜଗନ୍ନାଥ ମନ୍ଦିରରେ ବିଧିବିଧାନରେ ଏହି ପବିତ୍ର ସ୍ନାନନୀତି ସଂପନ୍ନ ହେବ।

ସକାଳ ପ୍ରାୟ ୫ଟା ବେଳେ ପହଡ଼ ଖୋଲାଯାଇ ଆଳତି କରାଯିବ।

ପରେ ଠାକୁରଙ୍କୁ ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯିବ।

ପହଣ୍ଡି ବେଳେ ସେବାୟତମାନେ ଚାମର, ଛତ୍ର ଓ ପଙ୍ଖାରେ ବିଞ୍ଚିବିଞ୍ଚି ଏବଂ ତୁରୀ ମହୁରୀ ବଜାଇ ସ୍ନାନ ମଣ୍ଡପକୁ ବିଜେ କରାଇବେ।

ସେଠାରେ ମଙ୍ଗଳ ଆଳତି କରାଯିବା ପରେ ପ୍ରାୟ ୬ଟାରେ ମହାସ୍ନାନ ନୀତି ଆରମ୍ଭ ହେବ।

ଠାକୁରଙ୍କୁ ପଇତା ଓ ପୋଷାକ ପିନ୍ଧାଯାଇ ‌ସାଲୁ ଲାଗି କରାଯିବ ଏବଂ ସୁନା କୂଅରୁ ୧୦୮ ଗରା ପାଣି ଆଣି ସ୍ନାନ କରାଯିବ।

ମହାସ୍ନାନ ଶେଷ ହେବା ପରେ ପ୍ରାୟ ୮ଟା ବେଳେକୁ ପ୍ରଭୁଙ୍କ ଅବକାଶ, ମଇଲମ କରାଯାଇ ସୂର୍ଯ୍ୟ ପୂଜା ଓ ଚନ୍ଦ୍ର ପୂଜା କରାଯିବ।

ଏହାପରେ ସୁଗନ୍ଧିତ ଫୁଲରେ ଠାକୁରଙ୍କୁ ଚନ୍ଦନ ଲେପ କରାଯାଇ ଗଜବେଶ ପ୍ରସ୍ତୁତି କରାଯିବ।

ମାଳି ପୂଜକମାନେ ଠାକୁରଙ୍କୁ ହାତୀବେଶ କରାଇବେ।

ସଂଧ୍ୟା ଆଳତି ପରେ ସ୍ନାନ ମଣ୍ଡପ ନିକଟରେ ଭଜନ କାର୍ଯ୍ୟକ୍ରମ ରହିଛି।

ରାତିରେ ପୁଣି ପହଣ୍ଡି କରାଯାଇ ବିଗ୍ରହମାନଙ୍କୁ ଅଣସର ଘରକୁ ନିଆଯିବ।"