Gambhir: ସୋସିଆଲ୍‌ ମିଡିଆରେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା

Jun 29, 2026 - 12:13
Gambhir: ସୋସିଆଲ୍‌ ମିଡିଆରେ ଗମ୍ଭୀରଙ୍କୁ କଡ଼ା ସମାଲୋଚନା

"ବେଲ୍‌ଫାଷ୍ଟ:ଆୟର୍ଲାଣ୍ଡରେ ଭାରତର ଲଜ୍ଜାଜନକ ଶୃଙ୍ଖଳା ପରାଜୟ ପରେ ସୋସିଆଲ୍‌ ମିଡିଆରେ ଭାରତୀୟ ଦଳକୁ କଡ଼ା ସମାଲୋଚନା କରାଯାଉଛି।

ସବୁଠାରୁ ଅଧିକ ସମାଲୋଚନା କରାଯାଉଛି ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ।

ଏପରିକି କେତେକ ପୂର୍ବତନ କ୍ରିକେଟ୍‌ର ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି।Advertisment କ୍ରିକେଟ୍‌ ଘଟଣାବଳୀ ଉପରେ ସୋସିଆଲ୍‌ ମିଡିଆରେ ମଜାଦାର ମତାମତ ଲେଖୁଥିବା ଆଇସ୍‌ଲାଣ୍ଡ କ୍ରିକେଟ୍‌ ଲେଖିଛି, “ଗମ୍ଭୀରଙ୍କୁ ଆମ ପ୍ରଶିକ୍ଷଣ ଦଳରେ ସାମିଲ କରିବାକୁ ଆମର କୌଣସି ଇଚ୍ଛା ନାହିଁ, ଯଦିଓ ତାଙ୍କର ଦକ୍ଷତା ଥିବାପରି ଲାଗୁଛି।

ଏତେ ଶକ୍ତିଶାଳୀ ଭାରତୀୟ ଦଳକୁ ନେଇ ଆୟରଲ୍ୟାଣ୍ଡ ବିପକ୍ଷରେ ଏଭଳି ଖରାପ ଫଳାଫଳ କରିବା ପାଇଁ ସତରେ ଅସାଧାରଣ ''ପ୍ରତିଭା'' ଦରକାର।"" ଶୁବମନ ଗିଲ୍‌ଙ୍କ ପରି ବ୍ୟାଟର୍‌ ଆବଶ୍ୟକ ପୂର୍ବତନ କ୍ରିକେଟ୍‌ର ସଂଜୟ ମଂଜରେକର କହିଛନ୍ତି ଯେ କାମଚଳା ଅଲ୍‌ରାଉଣ୍ଡର ବଦଳରେ ଭାରତୀୟ ଦଳକୁ ପୂର୍ଣ୍ଣକାଳୀନ ଅଲ୍‌ରାଉଣ୍ଡର ଆବଶ୍ୟକ।

ଏକ ଟିଭି ଆଲୋଚନାରେ ଭାଗନେଇ ସେ କହିଛନ୍ତି ଯେ ଭାରତରେ ଥିବା ବ୍ୟାଟିଂ ପିଚ୍‌ ବଦଳରେ ବୋଲରଙ୍କୁ କିଛିଟା ସହାୟତା ପ୍ରଦାନ କରୁଥିବା ପିଚ୍‌ରେ ଭାରତୀୟ ଦଳର ଦୁର୍ବଳତା ବାହାରିଆସୁଛି।

ଏପରି କଷ୍ଟକର ପିଚ୍‌ ଗୁଡ଼ିକରେ ଶୁବମନ ଗିଲ୍‌ଙ୍କ ପରି ବ୍ୟାଟର୍‌ ଆବଶ୍ୟକ।

ସେହିପରି ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳା ନଯିବାକୁ ନେଇ ଗୌତମଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍‌ ମହମ୍ମଦ କୈଫ୍‌।

ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ସାଧାରଣ ୟୁଜରମାନେ ବି ଗମ୍ଭୀରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

Debasnana Purnima: ସ୍ନାନ ପୂର୍ଣ୍ଣିମାରେ ରଥଖଳାରେ ଅସମ୍ଭାଳ ଭିଡ଼: ବ୍ୟାରିକେଡ୍ ଭାଙ୍ଗି ରଥଖଳାରେ ଧସେଇ ପଶିଲେ ଭକ୍ତ "