Arrest the culprit: ‘ଦୋଷୀଙ୍କୁ ବାନ୍ଧ, ବିଡିଓ ଓ ଆଇଆଇସିଙ୍କୁ ନିଲମ୍ବନ କର’

Jun 25, 2026 - 08:19
Arrest the culprit: ‘ଦୋଷୀଙ୍କୁ ବାନ୍ଧ, ବିଡିଓ ଓ ଆଇଆଇସିଙ୍କୁ ନିଲମ୍ବନ କର’

"କେନ୍ଦ୍ରାପଡ଼ା: ନ୍ୟାୟ ଦାବି କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଆଜି ଏସ୍‌ପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି।

ମହାକାଳପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ତାଙ୍କ ପ୍ରତି ହୋଇଥିବା ଅମାନବୀୟ ଅତ୍ୟାଚାର ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ବିଡିଓ ରବିନାରାୟଣ ଆଚାର୍ଯ୍ୟ ଓ ଆଇଆଇସି ମାନସ ମଲ୍ଲିକଙ୍କ ନିଲମ୍ବନ ଦାବି କରି ଚାମେଲି ଆନ୍ଦୋଳନକୁ ଓହ୍ଲାଇଥିଲେ।

ଗରାପୁର ଡାକବଙ୍ଗଳା ନିକଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଦେଇ ସମର୍ଥକଙ୍କ ସହ ସେ ପଦଯାତ୍ରାରେ ଯାଇଥିଲେ।

ପ୍ରାୟ ଦୁଇ କିଲୋମିଟର ଚାଲିଚାଲି ଯାଇ ଚାମେଲି ଏସ୍‌ପି ଅଫିସ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିବା ସହିତ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ତିନିଦଫା ଦାବିପତ୍ର ପ୍ରଦାନ କରିଥିଲେ।Advertisment Private transformer: ସରକାରୀ ଜମିରେ ଘରୋଇ ଟ୍ରାନ୍ସଫର୍ମର The fastest Lego car: କିମାଶ୍ଚର୍ଯ୍ୟମ୍‌: ସବୁଠୁ ବେଗବାନ୍‌ ଲେଗୋ କାର୍‌ ଚାମେଲି କହିଛନ୍ତି ଯେ ଗତ ୧୧ତାରିଖରୁ ଘଟଣା ଘଟିଲାଣି।

ଘଟଣାକୁ ୧୫ଦିନ ବିତିଯାଇଥିଲେ ବି ସମ୍ପୃକ୍ତ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ଛଅ ଅଭିଯୁକ୍ତ ପ୍ରଶାନ୍ତ ସେଠୀ, ହରୀଶ ଲେଙ୍କା, କ୍ରୀଷ୍ଣପଦ ମଣ୍ଡଳ, ଚନ୍ଦ୍ରକାନ୍ତ ସ୍ବାଇଁ, ମାନସ ମହାନ୍ତି, ରୋହିତ ରାଉତଙ୍କୁ ଏଯାଏଁ ଗିରଫ କରାଯାଇନାହିଁ।

ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କ ନାଁରେ ଏତଲା ଦେଇଥିଲେ ବି ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ନାହିଁ।

ତାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କୁ ବି ମାମଲାରୁ ଖସାଇ ଦିଆଯାଇଛି।

ଏଯାଏଁ ଯେଉଁ ଚାରିଜଣଙ୍କୁ ଗିରଫ କରାଯାଇଛି, ସେମାନଙ୍କ ଭିତରୁ ଦୁଇଜଣ ଜେଲ୍‌ ଯାଇଥିଲା ବେଳେ ଅନ୍ୟ ଦୁଇଜଣ ଗିରଫ ପରେ ପରେ ଜାମିନ୍‌ ପାଇଯାଇଛନ୍ତି।

ଜାମିନ୍‌ ପାଉଥିବା ଅଭିଯୁକ୍ତଙ୍କ ପ୍ରତି ପୁଲିସର କୋହଳ ଦଫାକୁ ନେଇ ଚାମେଲି ପ୍ରଶ୍ନ କରିଛନ୍ତି।

ତୁରନ୍ତ ମହାକାଳପଡ଼ା ବିଡିଓ ଓ ଆଇଆଇସିଙ୍କୁ ନିଲମ୍ବନ କରାଯିବା ସହିତ ମାମଲାରେ ସମ୍ପୃକ୍ତ ଅନ୍ୟ ଛଅ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସେ ଦାବି କରିଥିଲେ।

ଏହି ଅବସରରେ ଚାମେଲି ମହାକାଳପଡ଼ା ବିଧାୟକ ଚଳାଇଥିବା ଅନ୍ୟାୟ, ଅନୀତିକୁ ନେଇ ବର୍ଷିଥିଲେ।

ସେ ଅଭିଯୋଗ କରିଥିଲେ ଯେ, ମୁଖ୍ୟ ଅଭିଯୁକ୍ତମାନେ ହେଉଛନ୍ତି ବିଧାୟକଙ୍କ ଡାହାଣ ଓ ବାମ ହାତ।

ସେଥିପାଇଁ ପୁଲିସ ସେମାନଙ୍କୁ ଧରୁନାହିଁ।

ଯେପର୍ଯ୍ୟନ୍ତ ମହାକାଳପଡ଼ା ବିଡିଓ, ଆଇଆଇସିଙ୍କୁ ନିଲମ୍ବନ ସହିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ, ସେପର୍ଯ୍ୟନ୍ତ ଅନ୍ୟାୟ ବିରୋଧରେ ତାଙ୍କ ଲଢ଼େଇ ଜାରି ରହିବ ବୋଲି ଚାମେଲି ଚେତାବନୀ ଦେଇଛନ୍ତି।

ତାଙ୍କ ସହିତ ଗଣଧାରଣାରେ ଅନେକ ମହିଳା, ଜିଲ୍ଲା ସରପଞ୍ଚ ସ˚ଘର ସଦସ୍ୟମାନେ ସାମିଲ ହୋଇଥିଲେ।

ଅତିରିକ୍ତ ଏସ୍‌ପି ସୁଧାକର ସାହୁ ଧାରଣାସ୍ଥଳକୁ ଆସି ଚାମେଲିଙ୍କଠୁ ଦାବିପତ୍ର ଗ୍ରହଣ କରିବା ସହିତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।"