LordJagannath: ଆଜି ଯୋଦ୍ଧା ସାଜିବେ ମହାପ୍ରଭୁ
"ପୁରୀ: ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ।
ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ପ୍ରାୟ ଅପରାହ୍ନ ଗୋଟାଏରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ସନ୍ଧ୍ୟା ୬ଟା ପରେ ପୁଣି ଥରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।Advertisment ପୌରାଣିକ ଉପାଖ୍ୟାନ ଅନୁସାରେ, ଦ୍ୱାପର ଯୁଗରେ ବିଦର୍ଭ ଦେଶର ଅଧିପତି ବା ମହାରାଜା ଥିଲେ ଭୀଷ୍ମକ ।
ତାଙ୍କର ଥିଲେ ପାଞ୍ଚପୁତ୍ର ଓ ଏକମାତ୍ର କନ୍ୟା ।
କନ୍ୟାର ନାମ ରୁକ୍ମିଣୀ ।
ସେ ଥିଲେ ପରମା ସୁନ୍ଦରୀ ଓ ବୁଦ୍ଧିମତୀ ।
ଶ୍ରୀକୃଷ୍ଣ ତାଙ୍କୁ ଓ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ଚାହୁଥିଲେ ମଧ୍ୟ, ରୁକ୍ମିଣୀଙ୍କ ବଡ଼ଭାଇ ରୁକ୍ମି ଚାହୁଥିଲେ, ଚେଦୀରାଜ ଶିଶୁପାଳଙ୍କ ସହ ତାଙ୍କର ବିବାହ ହେଉ ।
ଆହୁରି ପଢନ୍ତୁ: If you are not careful: "ସଜାଗ ନ ହେଲେ ମଣିଷ ପାଳି ପଡ଼ିବ" ରୁକ୍ମିଣୀ ଯେତେବେଳେ ଜାଣିଲେ ଯେ ରୁକ୍ମି ଶିଶୁପାଳଙ୍କ ସହିତ ତାଙ୍କର ବିବାହ କରାଇଦେବାକୁ ସ୍ଥିର କରିଛନ୍ତି, ସେ ଶ୍ରୀକୃଷ୍ଣଙ୍କୁ ଗୋଟିଏ ପତ୍ର ଲେଖିଲେ ।
ସେହି ପତ୍ର ପାଇ ଶ୍ରୀକୃଷ୍ଣ ଆସି ରୁକ୍ମିଣୀଙ୍କୁ ହରଣ କରିନେଲେ ।
ସେତେବେଳେ, ତାଙ୍କୁ ବିବାହ କରିବାକୁ ଆସିଥିବା ଶିଶୁପାଳ ସହ ଶ୍ରୀକୃଷ୍ଣଙ୍କର ଯୁଦ୍ଧ ହୋଇଥିଲା ଏବଂ ଶିଶୁପାଳ ପରାସ୍ତ ଓ ବନ୍ଦୀ ହୋଇଥିଲେ ।
ସେହି ରାତିରେ ରୁକ୍ମିଣୀଙ୍କ ସହ ତାଙ୍କର ବିବାହ ହେଲା ।
ଏହି ଯୁଦ୍ଧନୀତି ଶ୍ରୀମନ୍ଦିରରେ ଲୀଳାଭିନୟ ଭାବରେ ପାଳିତ ହୋଇଥାଏ ।
ଏଥିରେ ଶ୍ରୀଜଗନ୍ନାଥଙ୍କ "ବିଜେ ପ୍ରତିମା" ବା ପ୍ରତିନିଧି ମଦନମୋହନ ଯୁଦ୍ଧବେଶ ହୋଇଥାଆନ୍ତି ।"