IAS ଦିବ୍ୟା ମିତ୍ତଲଙ୍କ ଇସ୍ତଫା: ଗାଁ ଲୋକେ କହିଲେ- ଭୁଲି ହେବନାହିଁ ମ୍ୟାଡମ୍‌ଙ୍କ କାମ

Sep 01, 2026 - 20:53
IAS ଦିବ୍ୟା ମିତ୍ତଲଙ୍କ ଇସ୍ତଫା: ଗାଁ ଲୋକେ କହିଲେ- ଭୁଲି ହେବନାହିଁ ମ୍ୟାଡମ୍‌ଙ୍କ କାମ

"ମିର୍ଜାପୁର: ଜିଲ୍ଲାପାଳ ପଦବିରୁ ଇସ୍ତଫା ଦେଇଥିବା ଭାରତୀୟ ପ୍ରଶାସନିକ ଅଧିକାରୀ (ଆଇଏଏସ୍‌) ଦିବ୍ୟା ମିତ୍ତଲ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି।

ଉତ୍ତର ପ୍ରଦେଶର ଦେଓରିଆ ଏବଂ ମିର୍ଜାପୁର ଭଳି ଜିଲ୍ଲାରେ ଜିଲ୍ଲାପାଳ ଭାବେ ସେ କାମ କରିଛନ୍ତି।

ତାଙ୍କର ଇସ୍ତଫା ଖବର ଶୁଣି ମିର୍ଜାପୁର ବାସିନ୍ଦା ଭାବବିହ୍ବଳ ହୋଇଛନ୍ତି।

ଜିଲ୍ଲାପାଳ ଭାବେ ଦିବ୍ୟା ମିତ୍ତଲ ଯେ‌ଉଁ ସବୁ ପ୍ରକଳ୍ପଗୁଡ଼ିକର କାମ କରିଥିଲେ, ତାହା ମନେ ପକାଉଛନ୍ତି।

Advertisment ଲାଲଗଂଜ ତହସିଲସ୍ଥିତ ଡ୍ରମଣ୍ଡଗଂଜରେ ବିନ୍ଧ୍ୟ ପାହାଡ଼ ଉପରେ ଅବସ୍ଥିତ ଲହରିୟାଦହ ଗାଁରେ ପୂର୍ବତନ ଜିଲ୍ଲାପାଳ ଦିବ୍ୟା ମିତ୍ତଲଙ୍କ ସ୍ବତନ୍ତ୍ର ଉଦ୍ୟମ କାରଣରୁ ୨୦୨୩ ଅଗଷ୍ଟ ୩୧ ତାରିଖରେ ପ୍ରଥମ ଥର ପାଇଁ ପ୍ରତ୍ୟେକ ଘରକୁ ପାଣି ପହଞ୍ଚି ପାରିଥିଲା।

ପାଖାପାଖି ୮୦୦ ଲୋକ ରହୁଥିବା ଏହି ଗାଁ ଜଳସଂକଟର ସାମ୍ନା କରୁଥିଲା।

ଏହି ଗାଁର ଲୋକେ ପାହାଡ଼ର ଝରଣା କିମ୍ବା ମଧ୍ୟପ୍ରଦେଶର ହନୁମାନା ଠାରୁ ପାଣି ଆଣିବାକୁ ବାଧ୍ୟ ହେଉଥିଲେ।

ପ୍ରଶାସନ ଦ୍ବାରା ଟ୍ୟାଙ୍କର ଦ୍ବାରା ଜଣକୁ ୧୫ଲିଟର ପାଣି କାର୍ଡ ମାଧ୍ୟମରେ ଦିଆଯାଉଥିଲା।

ଦିବ୍ୟା ମିତ୍ତଲଙ୍କ ଦ୍ବାରା ଜଳ ଜୀବନ ମିସନ ଏବଂ ହର ଘର ନଳ ଯୋଜନା ବଳରେ ଲୋକଙ୍କର ଘରକୁ ପାଣି ପହଞ୍ଚିଲା ପରେ ଏବେ ତାଙ୍କର ଇସ୍ତଫା ପରେ ଗାଁ ଲୋକେ ମନେ ପକାଉଛନ୍ତି।

UP IAS Officer: IAS ଚାକିରି ଛାଡ଼ି ମନର କଥା କହିଲେ ଦିବ୍ୟା ମିତ୍ତଲ ପାହାଡ଼ିଆ ଅଞ୍ଚଳ ହୋଇଥିବା କାରଣରୁ ଲହରିୟାଦହ ଗାଁରେ ପାଣିର ସଂକଟ ଭୟଙ୍କର ଥିଲା।

ଗ୍ରୀଷ୍ମଋତୁରେ ସ୍ଥିତି ଅତି ଭୟଙ୍କର ହେଉଥିଲା।

ପାଣି ପାଇଁ ଲୋକେ ଡହଳବିକଳ ହେଉଥିଲେ।

ଗାଁର ଲଲ୍ଲନଙ୍କ କହିବା ଅନୁସାରେ ଲୋକମାନେ ଜଙ୍ଗଲରେ ରହୁଥିଲେ।

ବହୁ କଷ୍ଟରେ ପାଣି ସଂଗ୍ରହ କରୁଥିଲେ।

ମିର୍ଜାପୁରର ଜିଲ୍ଲାପାଳ ହୋଇ ଆଇଏଏସ୍‌ ଦିବ୍ୟା ମିତ୍ତଲ ଗାଁର ସମସ୍ୟାକୁ ଦେଖିଥିଲେ ଏବଂ ଜଳ ଜୀବନ ମିସନ ତଥା ହର ଘର ନଳ ଯୋଜନା ମାଧ୍ୟରେ ପାନୀୟ ଜଳ ବ୍ୟବସ୍ଥା କରିଥିଲେ।

ଏବେ ଗାଁ ଲୋକେ ପାଣି ସମସ୍ୟାରୁ ମୁକ୍ତି ପାଇଛନ୍ତି।

ଦିବ୍ୟା ମିତ୍ତଲଙ୍କ ଇସ୍ତଫାର ଖବର ପରେ ଲୋକେ ଅତୀତକୁ ମନେ ପକାଉଛନ୍ତି।

ଗାଁର ରାମକଳୀ, ଶୀଳା ଏବଂ ଚୌସରିୟାଙ୍କ କହିବା ଅନୁସାରେ ଦିବ୍ୟା ମିତ୍ତଲ ଦେବୀ ଭାବରେ ଏଠାକୁ ଆସିଥିଲେ।

ତାଙ୍କୁ ଗାଁ ଲୋକେ କେବେ ଭୁଲି ପାରିବେ ନାହିଁ।

ତାଙ୍କ ଭଳି ଅଧିକାରୀ କ୍ବଚିତ ଦେଖାଯାଆନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)