IAS officer: ୭ ଆଇଏଏସ୍ ଅଧିକାରୀଙ୍କ ବଦଳି: ସଂଗ୍ରାମ ମହାପାତ୍ର ଉତ୍ତରାଞ୍ଚଳ, କୁଲାଙ୍ଗେ ଦକ୍ଷିଣାଞ୍ଚଳ ଆର୍ଡିସି
ଭୁବନେଶ୍ବର: ରାଜ୍ୟ ସରକାର ଆଜି ସାତ ଜଣ ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ବରେ ଅଦଳବଦଳ କରିଛନ୍ତି। ଦକ୍ଷିଣାଞ୍ଚଳ ଆର୍ଡିସି ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଉତ୍ତରାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି। ପୂର୍ବରୁ ସେ ଏହାର ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ। ଶ୍ରୀ ମହାପାତ୍ର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ଆର୍ଡିସି ଭାବେ ନିଯୁକ୍ତି ମିଳିଛି।
ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଅତିରକ୍ତ ଶାସନ ସଚିବ ପୋମା ଟୁଡ଼ୁଙ୍କୁ କୃଷି ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ସେ କାଜୁ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। କୃଷି ନିର୍ଦ୍ଦେଶକ ଶୁଭମ ସାକ୍ସେନାଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ବଦଳି କରାଯାଇଛି। ପୂର୍ବରୁ ବିଏମସି କମିସନର ଚଞ୍ଚଳ ରଣା ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରୁଥିଲେ। କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରିଥିବା ଗଭାଲି ପରାଗ ହର୍ଷଦଙ୍କୁ ଜାତୀୟ ସ୍ବାସ୍ଥ୍ୟ ମିସନର ମିସନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଣତି ଛୋଟରାୟଙ୍କୁ ଓମ୍ଫେଡର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେହିପରି ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡାଙ୍କୁ ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।
Cyclone Arnab: ଆରମ୍ଭ ହେଲା ବାତ୍ୟା ‘ଅର୍ଣ୍ଣବ’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା, ଜାରି ରହିବ ବର୍ଷା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
