Hrithik: ପୂର୍ବ ପତ୍ନୀଙ୍କ ପ୍ରଶଂସା କଲେ ଋତିକ

Oct 31, 2026 - 05:23
Hrithik: ପୂର୍ବ ପତ୍ନୀଙ୍କ ପ୍ରଶଂସା କଲେ ଋତିକ

ବିବାହ ବିଚ୍ଛେଦ ପରେ ବି ସଂପର୍କକୁ କିପରି ନିଭାଯାଏ ତାହା ଅଭିନେତା ଋତିକ ରୋଶନଙ୍କଠାରୁ ଶିଖିବା ଉଚିତ।

ପୂର୍ବତନ ପତ୍ନୀ ସୁଜାନ ଖାଁଙ୍କ ସହ ଛାଡ଼ପତ୍ର ହେବାର ଦୀର୍ଘ ଦିନ ପରେ ବି ଋତିକ ତାଙ୍କ ସହ ସୁସଂପର୍କ ରକ୍ଷା କରି ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି।

ନିକଟରେ ସୁଜାନଙ୍କ ଜନ୍ମଦିନ ଅବସରରେ ଋତିକ ରୋଶନ ଏକ ଭାବପ୍ରବଣ ବାର୍ତ୍ତା ଦେଇଛନ୍ତି।

ପୋଷ୍ଟ୍‌ରେ ସୁଜାନଙ୍କ ଜୀବନଯାତ୍ରା, ସଂଘର୍ଷ ଓ ମା' ଭାବେ ଭୂମିକାକୁ ଋତିକ ମନଖୋଲି ପ୍ରଶଂସା କରିଛନ୍ତି।

Advertisment Ramky waste transport: ରାମ୍‌କିର ବେଆଇନ ବର୍ଜ୍ୟ ପରିବହନକୁ ବିରୋଧ ସୁଜାନଙ୍କ ଉଦ୍ଦେଶ୍ୟରେ ଋତିକ କରିଥିବା ଦୀର୍ଘ ଇନ୍‌ଷ୍ଟା ପୋଷ୍ଟ୍‌ରେ ତାଙ୍କ ପ୍ରତି ନିଜର ସମ୍ମାନ ବି ବ୍ୟକ୍ତ କରିଛନ୍ତି।

ଜୀବନର ବହୁ ଆହ୍ବାନମୂଳକ ପରିସ୍ଥିତିକୁ ସାମ୍ନା କରି ସୁଜାନ ନିଜ ବ୍ୟକ୍ତିତ୍ବକୁ ବଳିଷ୍ଠ କରିଛନ୍ତି ବୋଲି ଋତିକ ପ୍ରକାଶ କରିଛନ୍ତି।

ଅକ୍ଟୋବର ୨୬ ତାରିଖରେ ସୁଜାନ ୫୧ ବର୍ଷରେ ପଦାର୍ପଣ କରିଛନ୍ତି।

ତାଙ୍କ ଜନ୍ମଦିନର ଦୁଇ ଦିନ ପ‌ରେ ଋତିକ ନିଜର ଇନ୍‌ଷ୍ଟା ପେଜ୍‌ରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସେ ତାଙ୍କ ପୋଷ୍ଟରେ ସୁଜାନଙ୍କ ସହ ନିଜର ଓ ଦୁଇ ପୁଅଙ୍କ ଫଟୋ ବି ଅପ୍‌ଲୋଡ୍‌ କରିଛନ୍ତି।

Ban liquor sales: ୪୫୦ ଲିଟର ଦେଶୀ ମଦ ଜବତ ସହ ୩ ଗିରଫ; ୨୧୦୦ ଲିଟର ପୋଚ ନଷ୍ଟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)