Hostel Assault ବିସ୍କୁଟ୍ ନଦେବାରୁ ହୋଷ୍ଟେଲ୍ ସହପାଠୀଙ୍କୁ ନିସ୍ତୁକ ମାଡ଼
"ନୟାଗଡ଼: ନୟାଗଡ଼ର ଏକ ଜଣାଶୁଣା ଘରୋଇ ସ୍କୁଲର ଛାତ୍ରାବାସରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କୁ ତିନି ଜଣ ଦଶମ ଓ ତାରର ଜଣେ ସହପାଠୀ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
ଏନେଇ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
Advertisment Berhampur engineering student death ହୋଷ୍ଟେଲ୍ରେ ଇଂଜିନିୟରିଂ ଛାତ୍ରୀ ଆତ୍ମହତ୍ୟା ଘଟଣା: ମନ୍ତ୍ରୀଙ୍କ ପୁତୁରା ଗିରଫ ପୀଡ଼ିତ ଛାତ୍ରଙ୍କ ପିତାଙ୍କ ଅଭିଯୋଗ ଅନୁସାରେ ବିଳମ୍ବିତ ରାତିରେ, ଅଭିଯୁକ୍ତ ୪ଜଣ ତାଙ୍କୁ ବିସ୍କୁଟ୍ ଓ ବାରମଜା ମାଗିଥିଳେ।
ସେ ନଦେବାରୁ ସେମାନେ ମିଳିମିଶି ବାଡ଼େଇଥିଲେ।
ଏହି କଥା କାହାରିକୁ କହିଲେ ଆହୁରି ମାଡ଼ର ଭୟ ଦେଖାଇଥିଲେ।
ଏନେଇ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ତାଙ୍କ ପୁଅ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ।
Education: ପ୍ରଧାନଶିକ୍ଷକ, ହୋଷ୍ଟେଲ ଅଧୀକ୍ଷକଙ୍କୁ ଜିଲ୍ଲାପାଳଙ୍କ କାରଣ ଦର୍ଶାଅ ନୋଟିସ୍ ଖଣ୍ଡପଡ଼ାର ବାସିନ୍ଦା ବର୍ତ୍ତମାନ କଟକ ଶେଖ ବଜାରରେ ରହୁଛନ୍ତି।
ତାଙ୍କ ପୁଅକୁ ଏହି ଘରୋଇ ସ୍କୁଲରେ ପାଠ ପଢ଼ାଉଛନ୍ତି।
ସ୍କୁଲ ଛୁଟି ଥିବାରୁ ଗତକାଲି (ଶନିବାର) ସେ ତାଙ୍କ ପୁଅକୁ ଘରକୁ ନେବାକୁ ଆସିଥିଲେ।
ଏହି ସମୟରେ ପୁଅର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ହୋଇଥିବା ସେ ଦେଖିବାକୁ ପାଇଥିଲେ।
ପୁଅକୁ ପଚାରିବାରୁ ସେ ମିଛରେ ଗାଧୁଆ ଘରେ ପଡ଼ି ଯାଇଥିବା କହିଥିଲେ।
ତେବେ ଘରେ ପହଞ୍ଚିବା ପରେ ଅନେକ ଥର ପଚାରିବାରୁ ସମସ୍ତ କଥା କହିଥିଲା।
ଜ୍ୟୋତିବିହାରରେ ଅଧ୍ୟାପକ-ଛାତ୍ର ମାଡ଼ପିଟ୍ ଚଳିତ ମାସ ଚାରି ତାରିଖ ବିଳମ୍ବିତ ରାତିରେ ଦଶମ ଶ୍ରେଣୀର ତିନି ଜଣ ଓ ଅଷ୍ଟମ ଶ୍ରେଣୀର ଜଣେ ଛାତ୍ର ବିସ୍କୁଟ୍ ଓ ବାରମଜା ଖାଇବାକୁ ମାଗିଥିଲେ।
ତେବେ ପୀଡ଼ିତ ଛାତ୍ରଜଣକ ଖାଇବା ପାଇଁ ଦେଇନଥିଲେ।
ଫଳରେ ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ଏକ ଲୁହା ପାଇପ ଓ ହାତରେ ମାଡ଼ ମାରିଥିଲେ।
ଫଳରେ ଛାତ୍ରଙ୍କ ମୁହଁ, ପିଠି ଓ ଶରୀରର ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ସୃଷ୍ଟି ହୋଇଥିଲା।
କେବଳ ସେତିକି ନୁହେଁ, ଏହି କଥା କାହା ସାମ୍ନାରେ ପ୍ରକାଶ ନକରିବାରୁ ମଧ୍ୟ ଏହି ଛାତ୍ରମାନେ ସେମାନଙ୍କୁ ଧମକ ଦେଇଥିଲେ।
ମାଡ଼ରେ ଛାତ୍ର ଜଣକ ଏତେ ଭୟଭୀତ ହୋଇଯାଇଥିଲେ ଯେ, ଦେହରେ ପ୍ରବଳ ଯନ୍ତ୍ରଣା ହେଉଥିଲେ ମଧ୍ୟ ସେ କାହାରିକୁ କିଛି କହି ଚୁପ୍ ରହିଯାଇଥିଲା।
ନେତାଙ୍କ ଜନ୍ମଦିନ ପାଳନରୁ ବିବାଦ, ଗୋଟିଏ ଗୋଷ୍ଠୀର ଦୁଇଛାତ୍ରଙ୍କୁ ମାଡ଼ ଏ ନେଇ ଟାଉନ ଥାନା ଇନସପେକ୍ଟର ରଶ୍ମୀ ରଞ୍ଜନ ପ୍ରଧାନ କହିଛନ୍ତି, ଘଟଣା ସମ୍ପର୍କରେ ଅଭିଯୋଗ ମିଳିଛି।
ତଥାପି ଉଭୟ ଗୋଷ୍ଠୀଙ୍କୁ ଥାନାକୁ ଡକାଯାଇ ଆଲୋଚନା କରାଯାଉଛି।
ଯଦି କିଛି ଫଳ ନିମିଳେ ସିଡବ୍ଲୁସିକୁ ଘଟଣାକୁ ହସ୍ତାନ୍ତର କରାଯିବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
