Electric air taxi: ୨ ବର୍ଷରେ ଉଡ଼ିବ ଇଲେକ୍ଟ୍ରିକ୍‌ ଏୟାର ଟାକ୍ସି

Aug 09, 2026 - 21:51
Electric air taxi: ୨ ବର୍ଷରେ ଉଡ଼ିବ ଇଲେକ୍ଟ୍ରିକ୍‌ ଏୟାର ଟାକ୍ସି

"ବେଙ୍ଗାଲୁରୁ: ଅଧିକ ଯାନବାହନ ଭିଡ଼ ରହୁଥିବା ସହରଗୁଡ଼ିକୁ ନଜରରେ ରଖି ଇଲେକ୍ଟ୍ରିକ୍ ଏୟାର ଟାକ୍ସି ବିକାଶ କରାଯାଉଛି।

ଗୋଟିଏ ପରେ ଗୋଟିଏ ସଂସ୍ଥା ଏହି ପ୍ରକଳ୍ପ ଉପରେ କାମ ଆରମ୍ଭ କରୁଛନ୍ତି।

ଆସନ୍ତା ଦୁଇ ବର୍ଷ ମଧ୍ୟରେ ଏଭଳି ଟାକ୍ସି ସମ୍ଭବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ କହିଛନ୍ତି।

ସର୍‌ଲା ଆଭିଏସନ୍‌କୁ ତୃତୀୟ ଇଭିଟିଓଏଲ୍‌ ଡିଜାଇନନ୍ସଂଗଠନ ମଞ୍ଜୁରି ପ୍ରଦାନ କରିବା ଅବସରରେ ସେ ଏହା କହିଛନ୍ତି।Advertisment ଇଲେକ୍ଟ୍ରିକ ଏୟାର ଟାକ୍ସିର ବିଶେଷତ୍ବ ହେଉଛି ଏହା ଗୋଟିଏ ସ୍ଥାନରୁ ସିଧାସଳଖ ଉପରକୁ ଉଠିବ ଓ ଆକାଶରେ ଉଡ଼ିବା ପରେ ସିଧା ତଳକୁ ଅବତରଣ କରିପାରିବ।

ସେଥିପାଇଁ ଏହାକୁ ଭର୍ଟିକାଲ୍‌ ଟେକ୍‌-ଅଫ୍‌ ଫ୍ଲାଇଟ୍‌ କୁହାଯାଉଛି।

ସହରାଞ୍ଚଳ ପରିବହନରେ ଏହା ବିପ୍ଳବ ଆଣିପାରିବ ବୋଲି ସରକାର ଭାବୁଛନ୍ତି।

ସୁରକ୍ଷା ଓ ସୁଲଭତା ନିଶ୍ଚିତ ହେଲେ ସରକାର ଏହାକୁ ଦୁଇ ବର୍ଷ ମଧ୍ୟରେ ବାଣିଜ୍ୟିକ ଭାବେ ମୂତୟନ କରିବା ପାଇଁ ଅନୁମତି ଦେବାକୁ ଯୋଜନା ରଖିଛନ୍ତି।

ଦେଶର ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟାକ୍ସି !

ଚାଳକ ବ୍ୟତୀତ ୨ ଜଣ ଯାତ୍ରୀ ବସିପାରିବେ ଇଲେକ୍ଟ୍ରିକ୍‌ ଏୟାର ଟାକ୍ସିର ଉଡ଼ାଣ ଓ ଅବତରଣ ପାଇଁ ଭର୍ଟିପୋର୍ଟ ନିର୍ମାଣ କରାଯିବ।

ସେଠାରୁ ଟାକ୍ସିଗୁଡ଼ିକ ପ୍ରମୁଖ ବ୍ୟବସାୟ, ପ୍ରଯୁକ୍ତି କରିଡର୍‌କୁ ଯୋଡ଼ିବ।

ଏହାଦ୍ବାରା ସହରରୁ ବିମାନବନ୍ଦରକୁ ଯାତ୍ରା ସମୟ ଅଧ ଘଣ୍ଟା କମିଯିବ।

ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଭଳି ଅତ୍ୟନ୍ତ ଭିଡ଼ ରହୁଥିବା ସହର ପାଇଁ ଏହି ଟାକ୍ସି ବେଶ ଉପଯୋଗୀ ସାବ୍ୟସ୍ତ ହୋଇପାରିବ।

ଇଲେକ୍ଟ୍ରିକ୍‌ ଏୟାର ଟାକ୍ସି ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ରହିଥିଲେ ମଧ୍ୟ ବିଭିନ୍ନ ସଂସ୍ଥା ତାହାକୁ ବ୍ୟବହାର କରିବା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବେଙ୍ଗାଲୁରୁ ବିମାନ ବନ୍ଦର ଓ ମଣିପାଲ ହସ୍ପିଟାଲ୍‌ସ ଏହି ଟାକ୍ସି ମୂୂତୟନ କରିବାକୁ ସର୍‌ଲା ଆଭିଏସନ୍‌ ସହିତ ଚୁକ୍ତି କରିଛନ୍ତି।

ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ ଇଲେକ୍ଟ୍ରିକ୍‌ ଏୟାର ଟାକ୍ସି କେବଳ ଯାତ୍ରୀବାହୀ ଯାନ ଭା‌ବେ ନୁହେଁ, ବରଂ ଏୟାର ଆମ୍ବୁଲାନ୍ସ ପାଇଁ ମଧ୍ୟ ବ୍ୟବହାର ହୋଇପାରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media