19 AUGUST 2026

Welcome!

Unlock your personalized experience.
Sign Up
block-728

FCAS: ଷଷ୍ଠ ପିଢ଼ିର ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତର ପ୍ରୟାସ

Aug 09, 2026 - 22:06
FCAS: ଷଷ୍ଠ ପିଢ଼ିର ଯୁଦ୍ଧବିମାନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଭାରତର ପ୍ରୟାସ

ନୂଆଦିଲ୍ଲୀ: ଆଧୁନିକ ଯୁଦ୍ଧ କୌଶଳରେ ଭାରତୀୟ ବାୟୁସେନାର ସାମରିକ ସାମର୍ଥ୍ୟ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ଷଷ୍ଠ ପିଢ଼ିର ଯୁଦ୍ଧବିମାନ ବିକାଶ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଫ୍ରାନ୍ସ ସରକାରଙ୍କ ନେତୃତ୍ୱରେ ପରିଚାଳିତ ‘ଫ୍ୟୁଚର୍ କମ୍ବାଟ୍ ଏୟାର୍ ସିଷ୍ଟମ୍’ (ଏଫ୍‌ସିଏସ୍‌) କାର୍ଯ୍ୟକ୍ରମରେ ଯୋଗଦେବା ଏବଂ ଏଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ହାସଲ କରିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରୋଡ୍‌ମ୍ୟାପ୍ ପ୍ରସ୍ତୁତି ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ସଂସଦରେ ଉପସ୍ଥାପିତ ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟରେ ଏହି ସୂଚନା ଦିଆଯାଇଛି।

ଆହୁରି ପଢନ୍ତୁ: State Junior Athletics Championship ୭୨ତମ ରାଜ୍ୟସ୍ତରୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ, କଟକ ଚାମ୍ପିଅନ

ଆଧୁନିକ ଆକାଶମାର୍ଗୀୟ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଷଷ୍ଠ ପିଢ଼ିର (୬ଜି) ଯୁଦ୍ଧବିମାନ ବିକାଶ ଏବଂ ସେଗୁଡ଼ିକର କ୍ରୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ କମିଟି ମନ୍ତ୍ରଣାଳୟକୁ ସୁପାରିସ କରିଛି। ୧୮ଶ ଲୋକସଭାର ପ୍ରତିରକ୍ଷା ସ୍ଥାୟୀ କମିଟିର ୨୦ତମ ରିପୋର୍ଟ ‘୨୦୨୬-୨୭ ବର୍ଷ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁଦାନ ଦାବି (ସ୍ଥଳସେନା, ବାୟୁସେନା, ନୌସେନା, ଯୁଗ୍ମ କର୍ମଚାରୀ, ପ୍ରାକ୍ତନ ସୈନିକ ସ୍ୱାସ୍ଥ୍ୟ ଯୋଜନା ଏବଂ ସଶସ୍ତ୍ର ବାହିନୀ ଚିକିତ୍ସା ସେବା ମହାନିର୍ଦ୍ଦେଶାଳୟ)’ ଉପରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି। କମିଟିକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ୱରେ ଦୁଇଟି ବଡ଼ ସଂଗଠନ (କନସୋର୍ଟିୟମ୍) ଷଷ୍ଠ ପିଢ଼ିର ଯୁଦ୍ଧବିମାନ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି। ଏଥିମଧ୍ୟରୁ ଗୋଟିଏ ବ୍ରିଟେନ୍, ଇଟାଲୀ ଓ ଜାପାନର ମିଳିତ ସଂଗଠନ ହୋଇଥିବା ବେଳେ ଅନ୍ୟଟି ଫ୍ରାନ୍ସ, ଜର୍ମାନୀ ଓ ସ୍ପେନର ଭାଗିଦାରୀରେ ଗଠିତ ସଂଗଠନ।

ଆହୁରି ପଢନ୍ତୁ: Subhendu Adhikari: ଆର୍‌ଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲେ ଶୁଭେନ୍ଦୁ ଅଧିକାରୀ

ଅତ୍ୟାଧୁନିକ ଯୁଦ୍ଧବିମାନ ହାସଲ କରିବା ଲକ୍ଷ୍ୟରେ ଭାରତୀୟ ବାୟୁସେନା ଯେପରି ପଛରେ ନ ରହେ, ସେଥିପାଇଁ ଏହି ଦୁଇଟି ମଧ୍ୟରୁ ଯେକୌଣସି ଏକ ସଂଗଠନ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ବାୟୁସେନାର ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ଯୁଦ୍ଧବିମାନଗୁଡ଼ିକର ବୈଷୟିକ ନବୀକରଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସଂସଦୀୟ କମିଟି ପ୍ରକାଶ କରିଛି। ଅନ୍ୟପକ୍ଷରେ, ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ପଞ୍ଚମ ପିଢ଼ିର ‘ଏଡଭାନ୍ସଡ୍ ମିଡିୟମ୍ କମ୍ବାଟ୍ ଏୟାର୍‌କ୍ରାଫ୍ଟ’ (ଏଏମ୍‌ସିଏ)ର ଡିଜାଇନ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସଂସଦୀୟ କମିଟିକୁ ଆଶ୍ୱାସନା ଦିଆଯାଇଛି ଯେ ଫ୍ରାନ୍ସ ସରକାରଙ୍କ ନେତୃତ୍ୱାଧୀନ ‘ଫ୍ୟୁଚର କମ୍ବାଟ୍ ଏୟାର୍ ସିଷ୍ଟମ୍’ (ଏଫ୍‌ସିଏସ୍‌) କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମନ୍ୱିତ ପ୍ରୟାସ ଜାରି ରହିଛି। ଏହି ଷଷ୍ଠ ପିଢ଼ିର ଯୁଦ୍ଧବିମାନ ହାସଲ ଓ ଏହାର ବିକାଶ ସମ୍ପର୍କିତ ସମ୍ପୂର୍ଣ୍ଣ ସ୍ଥିତି ରିପୋର୍ଟ ସହିତ ସମ୍ଭାବ୍ୟ ସମୟସୀମାର ଏକ ରୋଡ୍‌ମ୍ୟାପ୍ କମିଟିର ପରବର୍ତ୍ତୀ ସମୀକ୍ଷା ସମୟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media