Horoscope 2026 November 19: ଜାଣନ୍ତୁ ଆଜିର ରାଶିଫଳ...
ମେଷ: ବାପାଙ୍କ ଆଶୀର୍ବାଦ ପାଇବେ।
ବିଶେଷ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ।
ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
ପାରିବାରିକ ଜୀବନ ସୁଖମୟ ରହିବ।
Advertisment ବୃଷ: ଅଫିସର କୌଣସି କାମରେ ଯାତ୍ରା କରିବାକୁ ପଡ଼ିପାରେ।
କାହାରି ସହିତ ମିଶି କିଛି ନୂଆ ଶିଖିବାକୁ ପାଇବେ।
ତରବରିଆରେ ଆସି କୌଣସି ନିର୍ଣ୍ଣୟ ନିଅନ୍ତୁ ନାହିଁ।
ଦାମ୍ପତ୍ୟ ଜୀବନରେ ନୂଆ ଖୁସି ଆସିବ। ମିଥୁନ: ସବୁ ଅଶାନ୍ତି ଦୂର ହେବ।
ଘରର ବଡ଼ଙ୍କର ସହଯୋଗ ପାଇବେ।
ବ୍ୟବସାୟରେ ଯଥେଷ୍ଟ ଲାଭ ହେବ।
ଅଫିସରେ ନିଜର କାମ ମନପ୍ରାଣ ଢ଼ାଳି କରିବେ।
କୌଣସି ବନ୍ଧୁ ସହିତ ମିଶି ବହୁତ ଖୁସି ହେବେ।
କର୍କଟ: ପାରିବାରିକ ଜୀବନରେ ସୌଭାଗ୍ୟ ବୃଦ୍ଧି ହେବ।
ଧନଲାଭର ମଉକା ହାତକୁ ଆସିବ।
ବଡ଼ ଦାୟିତ୍ବ ନିର୍ବାହ କରିବାକୁ ପଡ଼ିପାରେ।
ଇଂଜିନିୟର ଛାତ୍ରଛାତ୍ରୀ ଆଗକୁ ବଢ଼ିବାର ସୁଯୋଗ ପାଇବେ।
ସିଂହ: ବେପାରବଣିଜରେ ଆଶାଠୁ ଅଧିକ ଲାଭ ପାଇବେ।
ସନ୍ଧ୍ୟାରେ ବନ୍ଧୁ ସହିତ ଅଧିକ ସମୟ ବିତାଇବେ।
ଛାତ୍ରଛାତ୍ରୀ ଲେଖାପଢ଼ା ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ।
କନ୍ୟା: ନିତିଦିନିଆ କାମରେ ଅଧିକ ସମୟ ଲାଗିପାରେ।
କାରବାରରେ ନିବେଶ ପୂର୍ବରୁ ବଡ଼ଙ୍କର ମତ ନିଅନ୍ତୁ।
ପିଲାର ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ।
କଳା କ୍ଷେତ୍ରରେ ଥିବା ଲୋକଙ୍କର ଭଲ ଲାଭ ହେବ।
ଆହୁରି ପଢ଼ନ୍ତୁ- 🔴Cyclone Akvan: ସ୍ଥଳଭାଗ ମୁହାଁ ବାତ୍ୟା 'ଅକଭାନ', ବାତ୍ୟା ପାଇଁ ଅଧିକାରୀଙ୍କୁ ଦାୟିତ୍ବ ୧୯ରୁ ୨୧ ଯାଏ ଗଜପତି ଜିଲ୍ଲାର ସମସ୍ତ ବିଦ୍ୟାଳୟ ବନ୍ଦ ତୁଳା: ବିନା କାରଣରେ ଆରମ୍ଭ ହୋଇଥିବା ସମସ୍ୟା ସମାପ୍ତ ହେବ।
ରାଜ୍ୟ ବାହାରରେ ବେପାର କରିବା ପାଇଁ ଯୋଜନା କରିବେ।
କାମ ନିର୍ଦ୍ଧାରିତ ସମୟରେ ପୂରା କରିବାର ସଫଳ ହେବେ।
ବନ୍ଧୁ ଘରୁ ଖୁସି ଖବର ପାଇବେ। ବିଛା: ଦୀର୍ଘ ଦିନ ପରେ ପରିବାର ସହିତ ସମୟ ବିତାଇବେ।
ସ୍ଥଗିତ ଥିବା କାମରେ ପ୍ରଗତି ହେବ।
ଡିପ୍ଲୋମା କରୁଥିବା ଛାତ୍ରଛାତ୍ରୀ ନିଜର ସିନିୟରଙ୍କ ଠାରୁ ମହତ୍ବପୂର୍ଣ୍ଣ ସୂଚନା ପାଇବେ।
ପ୍ରେମ ଜୀବନ ଭଲ ରହିବ।
ଧନୁ: କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।
ଦାମ୍ପତ୍ୟ ଜୀବନରେ ଆପୋସୀ ତାଳମେଳ ବଢ଼ିବ।
କାହାରି ଠୁ ନେଇଥିବା ଋଣ ପରିଶୋଧ କରିବେ।
ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ରୁଚି ବଢ଼ିବ।
ମକର: ମହତ୍ବପୂର୍ଣ୍ଣ ଫଇସଲା ନେଇ ପାରନ୍ତି।
ନିବେଶ ମାମଲାରେ ଘରର ବଡ଼ଙ୍କଠାରୁ ନୂଆ ପରାମର୍ଶ ନେବେ।
ଯାହା ଆର୍ଥିକ ସ୍ଥିତି ଓ ଘରର ବ୍ୟବସ୍ଥାକୁ ଠିକ୍ ରଖିବାରେ ସହାୟକ ହୋଇପାରେ।
କୁମ୍ଭ: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।
ଯୋଜନାରେ ସଫଳତା ମିଳିବାର ସମ୍ଭାବନା ଅଛି।
ପ୍ରିୟବନ୍ଧୁ ସହିତ ସାକ୍ଷାତ ହେବ।
ଖେଳ ଜଗତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ବିପରୀତ ପରିସ୍ଥିତିରେ ଧୈର୍ଯ୍ୟ ଧରି ରହନ୍ତୁ।
ପୁରୁଣା ଭୁଲ୍ ପାସୋରି ଆଗକୁ ବଢ଼ିବେ।
ବିରୋଧୀ ଆପଣଙ୍କ ସଂପର୍କରେ ମିଥ୍ୟା ପ୍ରଚାର କରିପାରନ୍ତି।
ମାନସିକ ଶାନ୍ତି ଓ ସ୍ଥିରତା ପାଇଁ ଧ୍ୟାନଯୋଗ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
