Horoscope 2026 June 23: ଜାଣନ୍ତୁ ଆଜିର ରାଶିଫଳ

Jun 23, 2026 - 06:23
Horoscope 2026 June 23: ଜାଣନ୍ତୁ ଆଜିର ରାଶିଫଳ

"ମେଷ: ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ।

ଧାର୍ମିକ କାର୍ଯ୍ୟରେ ରୁଚି ନେବେ।

କୌଣସି ମାମଲାରେ ବୁଦ୍ଧିମତ୍ତାରେ କାମ କରିବାକୁ ହେବ।

ଅବିବାହିତଙ୍କର ଲାଗି ରହିଥିବା ବିବାହ କଥା ଫାଇନାଲ ହେବ।ବୃଷ: ବ୍ୟବହାର ମାର୍ଜିତ କରିବାକୁ ଚେଷ୍ଟା କରିବେ।

ଜୀବନସାଥୀ ଆପଣଙ୍କୁ ଖୁସି ହେବାର ସୁଯୋଗ ଦେବେ।

ଆପଣଙ୍କର କିଛି କାର୍ଯ୍ୟରେ ଅଧିକ ସମୟ ଲାଗିବା ଯୋଗୁଁ ଅଫିସରେ ଅଧିକ ସମୟ ରହିବେ। ‌ ମିଥୁନ: ନିଜର କାମ ପୂରା କରିବା ଲାଗି କଠିନ ପରିଶ୍ରମ କରିବାକୁ ହେବ।

ଦାମ୍ପତ୍ୟ ଜୀବନ ଭଲ ରହିବ।

ପିଲାଙ୍କ ପଢ଼ିବା ଜିନିଷ କିଣିବା ଲାଗି ବଜାରକୁ ଯିବେ।

ଆର୍ଥିକ ସ୍ଥିତିରେ ସ୍ଥିରତା ବଜାୟ ରହିବ।

କର୍କଟ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ।

ଆପଣଙ୍କ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ।

ଅଫିସରେ ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ।

ଟେକ୍ନୋଲୋଜି ଛାତ୍ରଙ୍କ ଲାଗି ଦିନଟି ଭଲ।

ସିଂହ: ଆପଣ ନିଜର ଦୁର୍ବଳତାକୁ ଜାଣି ସୁଧାରିବାକୁ ଚେଷ୍ଟା କରନ୍ତୁ।

ସନ୍ତାନ ପକ୍ଷରୁ କୌଣସି ଶୁଭ ଖବର ପାଇବେ।

କାର୍ଯ୍ୟକ୍ଷେତ୍ରରେ କତୃପକ୍ଷ ଯାହା କହୁଛନ୍ତି ତାକୁ ଗମ୍ଭୀରତାରେ ଗ୍ରହଣ କରନ୍ତୁ।

ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା: ଆପଣଙ୍କର ଆଧ୍ୟାତ୍ମିକତାରେ ଅଧିକ ମନ ଲାଗିବ।

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦୋହାରଇବା ପାଇଁ ଏକାଗ୍ରତା ବଜାୟ ରଖନ୍ତୁ।

ପ୍ରତ୍ୟେକ କାମ ଧୈର୍ଯ୍ୟ ଓ ବୁଦ୍ଧିମତ୍ତାରେ ପୂରା କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ବୁଲାବୁଲିରେ ଅଧିକ ସମୟ ବ୍ୟୟ କରିବେ।

ବ୍ୟବସାୟରେ ଆଶାଠୁ ଅଧିକ ଧନଲାଭ ହେବ।

ପରିବାର ଲୋକ ଆପଣଙ୍କୁ ଭଲ ମତ ଦେବେ।

ଚାକିରି ବଦଳାଇବାକୁ ଚାହୁଁଥିଲେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ବିଛା: ପୂରା ଧ୍ୟାନ କାମରେ ସୁଧାର କରିବାର ରହିବ।

ନୂଆ କାମ କରିବା ପୂର୍ବରୁ ବଡ଼ଙ୍କର ପରାମର୍ଶ ନିଅନ୍ତୁ।

ମାମୁଲି କଥାରେ କାହାରି ସହିତ ଝଗଡ଼ା କରନ୍ତ ନାହିଁ।

ଜମି ସମ୍ବନ୍ଧୀୟ ମାମଲା ସମାଧାନ ହୋଇଯିବ।

ଧନୁ: ଟଙ୍କାପଇସା ମାମଲାରେ ସତର୍କତା ଅବଲମ୍ବନ କରନ୍ତୁ।

ନିକଟ ସଂପର୍କିୟଙ୍କ ଠାରୁ କୌଣସି ଲାଭକାରୀ ପରାମର୍ଶ ପାଇବେ।

ଆପଣଙ୍କ କାମ ଦେଖି କତୃପକ୍ଷ ଖୁସି ହେବେ।

ପ୍ରେମ ସମ୍ବନ୍ଧ ମଧୁର ହେବ।

ମକର: ବ୍ୟବସାୟରେ କିଛି ପରିବର୍ତ୍ତନ କରିବେ।

ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହେବ।

ନବ ବିବାହିତ ଦମ୍ପତ୍ତି ଜଣେ ଅନ୍ୟଜଣଙ୍କୁ ଭଲଭାବେ ବୁଝିବେ।

ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିପାରେ।

କୁମ୍ଭ: କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ।

ପରିବାର ଲୋକଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।

ଟଙ୍କାପଇସା ସଂପର୍କରେ ବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

ଛାତ୍ରୀଙ୍କ ଲାଗି ଦିନଟି ଭଲ।

ମୀନ: ବେପାରରେ ଅଧିକ ଲାଭ ହେବ।

ପାରିବାରିକ ଚିନ୍ତାରୁ ଆପଣଙ୍କୁ ମୁକ୍ତି ମିଳିବ।

କାହାରିକୁ ଦେଇଥିବା ଧାର ଫେରସ୍ତ ପାଇବେ।

ଚାକିରି ଖୋଜୁଥିବା ଲୋକଙ୍କ ପାଇଁ କୌଣସି ବଡ଼ କଂପାନିରୁ କୋଲ୍ ଆସିବ।

Advertisment "