US Iran Tensions: ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ

Jun 13, 2026 - 05:49
US Iran Tensions: ଗଲ୍‌ଫ ରାଷ୍ଟ୍ରଙ୍କ ହସ୍ତକ୍ଷେପ ପରେ ଆକ୍ରମଣରୁ ଓହରିଲେ ଟ୍ରମ୍ପ

"ୱାସିଂଟନ/ତେହେରାନ: ଇରାନ ଉପରେ ଏକ ବଡ଼ ଧରଣର ସାମରିକ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ଆମେରିକା ପ୍ରଶାସନ ଆଜି ଶେଷ ମୁହୂର୍ତ୍ତରେ ନିଜ ନିଷ୍ପତ୍ତିରୁ ଓହରି ଯାଇଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ହଠାତ୍ ନୀତି ପରିବର୍ତ୍ତନ ପଛରେ ଉପସାଗରୀୟ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ହସ୍ତକ୍ଷେପ ରହିଥିବା ଜଣାପଡ଼ିଛି।

Advertisment ଆଞ୍ଚଳିକ ନେତାମାନଙ୍କ ସକ୍ରିୟ ପ୍ରୟାସ ହିଁ ଆମେରିକାକୁ ଏହି ବଡ଼ ଯୁଦ୍ଧ ନିଷ୍ପତ୍ତିରୁ ନିବୃତ୍ତ କରିଛି।

ଗତକାଲି ରାଷ୍ଟ୍ରପତି ଟ୍ରମ୍ପ ଇରାନ ଉପରେ ଭୟଙ୍କର ଆକ୍ରମଣ ଆରମ୍ଭ ହେବାକୁ ଯାଉଥିବା କହିଥିଲେ।

ଏହି ବୟାନ ପରେ ସମଗ୍ର ବିଶ୍ୱରେ ଯୁଦ୍ଧର ଆଶଙ୍କା ତେଜିଥିଲା।

ତେବେ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ କତରର ଅମିର ଶେଖ ତମିମ ବିନ ହାମାଦ ଅଲ ଥାନି ଏବଂ ୟୁଏଇ ରାଷ୍ଟ୍ରପତି ମହମ୍ମଦ ବିନ ଜାୟେଦ ଅଲ ନାହୟାନ ସିଧାସଳଖ ଟ୍ରମ୍ପଙ୍କ ସହ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: Trump warning: ସମୟସୀମା ଶେଷ ହେବା ପୂର୍ବରୁ ନୂଆ ଧମକ ଦେଲେ ଡୋନାଲ୍ଡ ଟ୍ରମ୍ପ ଏହି ଶାନ୍ତି ପ୍ରୟାସରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିର ମଧ୍ୟ ସାମିଲ ହୋଇ ଆମେରିକାକୁ ସଂଯମ ରକ୍ଷା କରିବାକୁ ଅନୁରୋଧ କରିଥିଲେ।

ଏହି ନେତାମାନେ ଟ୍ରମ୍ପଙ୍କୁ ଆଶ୍ୱାସନା ଦେଇଥିଲେ ଯେ ତେହେରାନ ସହ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଏକ ପ୍ରାଥମିକ ବୁଝାମଣା ହୋଇପାରେ।

ଟ୍ରମ୍ପ ସେମାନଙ୍କ ଅନୁରୋଧକୁ ଗ୍ରହଣ କରିବା ସହ ଇରାନ ସହିତ ଯୁଦ୍ଧର ଏକ ବଡ଼ ସମାଧାନ ଖୁବ୍‌ ଶୀଘ୍ର ଘୋଷଣା ହେବ ବୋଲି କହିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।