Horoscope 2026 June 09: ଜାଣନ୍ତୁ ଆଜିର ରାଶିଫଳ...

Jun 09, 2026 - 05:51
Horoscope 2026 June 09: ଜାଣନ୍ତୁ ଆଜିର ରାଶିଫଳ...

"୯ ଜୁନ୍ ୨୦୨୬, ‌ମଙ୍ଗଳବାର।

ତିଥି: ଜ୍ୟେଷ୍ଠ (ମଳ) କୃଷ୍ଣ ନବମୀ।

ନକ୍ଷତ୍ର: ପୂର୍ବଭାଦ୍ର।

ଚନ୍ଦ୍ର: ମୀନ।

ବିର୍ସା ମୁଣ୍ଡା ସହିଦ ଦିବସ।

ସୂର୍ଯ୍ୟୋଦୟ: ୫ଟା୧୦, ସୂର୍ଯ୍ୟାସ୍ତ: ୬ଟା୨୧।

ଘାତଚନ୍ଦ୍ର: ଧନୁ।

ଘାତବାର: ମକର।

ଶୁଭବେଳା: ପ୍ରାତଃ ୫ଟା୧୦ରୁ ୬ଟା୪୯, ଦିବା ୯ଟା୩୪ରୁ ୧୨ଟା୧୨, ଦିବା ୪ଟା୪୨ରୁ ୫ଟା୨୮, ସନ୍ଧ୍ୟା ୬ଟା୨୧ରୁ ୭ଟା୪, ରାତ୍ରି ୯ଟା୩ରୁ ୯ଟା୫୭, ରାତ୍ରି ୧୨ଟା୭ରୁ ୨ଟା୧୭ ପର୍ଯ୍ୟନ୍ତ।Advertisment ମେଷ: ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ଆପଣଙ୍କୁ ଆନନ୍ଦର ଅନୁଭୂତି ହେବ।

ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ଆଗ୍ରହ ବଢ଼ିବ।

କର୍ମଜୀବୀ ମହିଳାଙ୍କର ଅଫିସରେ ଦିନଟି ଭଲରେ କଟିବ। ‌  ବୃଷ: ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।

ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ।

ବେପାରରେ ଯଥେଷ୍ଟ ଲାଭ ପାଇବେ।

ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ‌  ମିଥୁନ: ପୂଜାପାଠରେ ସମୟ ବିତିବ।

ଆପଣଙ୍କ ମନକୁ ଶାନ୍ତି ମିଳିବ।

ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ଭଲଭାବେ ପରୀକ୍ଷା ନିରୀକ୍ଷା କରି ନିଅନ୍ତୁ।

ପ୍ରିୟଜନଙ୍କର ପ୍ରେମ ଓ ସହଯୋଗ ଉଭୟ ପାଇବେ।

କର୍କଟ: ବ୍ୟବସାୟ କ୍ଷେତ୍ରରେ କୌଣସି ଲୋକଙ୍କର ସାହାଯ୍ୟ ପାଇବେ।

ନିଜକୁ ପ୍ରମାଣିତ କରିବା ଲାଗି ସୁଯୋଗ ପାଇବେ।

ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

ସିଂହ: ଜୀବନସାଥୀ ସହ କଥାବାର୍ତ୍ତାରେ କୋମଳ ରଖନ୍ତୁ।

ଲୋକେ ଆପଣଙ୍କ କଥାରେ ସହମତ ହେବେ।

ଜମି ବ୍ୟବସାୟୀଙ୍କ ଲାଗି ଭଲ ଦିନଟିଏ।

ରାଜନୀତିରେ ସଫଳତା ପାଇବେ।

କନ୍ୟା: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।

ଅଫିସରେ ଆପଣଙ୍କ ସମ୍ମୁଖକୁ ବାଧାଜନକ ଅବସ୍ଥା ଆସିପାରେ।

ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟପାନୀୟ ପ୍ରତି ସଚେତ ରହନ୍ତୁ।

ତୁଳା: ଉନ୍ନତି ପାଇଁ ନୂଆ ସାଧନ ପାଇବେ।

ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥା ଭଲଭାବେ ରଖି ପାରିବେ।

ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ଆହୁରି ପଢ଼ନ୍ତୁ- Pakistan: ଆକାଶ ମାର୍ଗରୁ ଭାରତର ଗୁଇନ୍ଦାଗିରି କରୁଛି ପାକିସ୍ତାନ: ୧୬ ମାସରେ ୬ଟି ଉପଗ୍ରହ ଉତ୍‌କ୍ଷେପଣ ବିଛା: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ।

ଅଧୁରା କାମ ପୂରା ହୋଇଯିବ।

ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ।

ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ଜୀବନରେ ଲାଗି ରହିଥିବା ଅଶାନ୍ତି ଦୂର ହେବ।

ବ୍ୟବସାୟରେ ବକେୟା ଅର୍ଥ ପାଇବେ।

ସାଥୀରେ କାମ କରୁଥିବା ଲୋକ ସାହାଯ୍ୟକାରୀ ହେବେ।

ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ମକର: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ।

କାରବାରରେ ଉନ୍ନତି ହେବ।

ପରିବାର ସହିତ ବିଶେଷ ବିଷୟରେ ଆଲୋଚନା କରିବେ।

ଛାତ୍ର ଭଲ ଖବର ଶୁଣିବେ।

କୁମ୍ଭ: ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ।

ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ।

ମୀନ: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ।

ଆପଣଙ୍କ କ୍ୟାରିୟର ଲାଗି ଭଲ ସୁଯୋଗ ଅପେକ୍ଷା କରି ରହିଛି।

ସମାଜରେ ମାନ ପ୍ରତିଷ୍ଠା ବଢ଼ିବ।

ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଅଧିକ ଦେଖନ୍ତୁ- "