Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ...

Aug 20, 2026 - 00:13
Horoscope 2026 August 20: ଜାଣନ୍ତୁ ଆଜିର ରାଶିଫଳ...

"‌ମେଷ: ଯେଉଁ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଚାହିବେ ତାକୁ ପୂରା କରି ରହିବେ।

ପ୍ରିୟବନ୍ଧୁ ସହିତ ସାକ୍ଷାତ‌ ସୁଖଦ ଅନୁଭୂତି ଦେବ।

ସାମାଜିକ ଗତିବିଧିରେ ଆପଣଙ୍କର ଯୋଗଦାନ ରହିବ।

ମହିଳାଙ୍କ ଲାଗି ଦିନଟି ଭଲ ରହିବ।

Advertisment ବୃଷ: କାରବାରରେ କିଛି ସମସ୍ୟା ଆସିପାରେ।

କିନ୍ତୁ ସାଥୀ ଓ ସହକର୍ମୀଙ୍କ ମାଧ୍ୟମରେ ସମସ୍ୟାର ସମାଧାନ ହୋଇଯିବ।

ଅବ୍ୟବସ୍ଥିତ ଦିନଚର୍ଯ୍ୟାରେ ସୁଧାର ଆଣିବା ଲାଗି ଚେଷ୍ଟାର ସଫଳତା ପାଇବେ।

ମିଥୁନ: ବେପାରରେ ଯୋଜନାବଦ୍ଧ ରୂପେ କାମ କଲେ ଲାଭ ପାଇବେ।

ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ଖର୍ଚ୍ଚ ଉପରେ ବ୍ୟବସ୍ଥିତ କଲେ ଆର୍ଥିକ ସ୍ଥିତି ମଜଭୁତ ହେବ।

ଚାକିରିରେ ପଦୋନ୍ନତି ଯୋଗ ଅଛି।

କର୍କଟ: କୌଣସି ପ୍ରକାର ଗତିବିଧିରେ ବ୍ୟସ୍ତରେ ରହିବେ।

ଅଜଣା ବ୍ୟକ୍ତିଙ୍କ ଉପରେ ବିଶ୍ବାସ କରିବା ଭଲ ହେବନାହିଁ।

ଆପଣଙ୍କ ଆଖପାଖର ସ୍ଥିତିକୁ ସକାରାତ୍ମକ ଦୃଷ୍ଟିକୋଣରେ ବୁଝିବେ।

ଏଥିପାଇଁ ଆହୁରି ପ୍ରଭାବଶାଳୀ ହେବେ।

ସିଂହ: ଦୃଢ଼ ନିଶ୍ଚୟ ଏବଂ ପରିଶ୍ରମରେ କୌଣସି ବିଶେଷ କାମକୁ ସଂପୂର୍ଣ୍ଣ କରିବାରେ ସଫଳତା ହାସଲ କରିବେ।

ନିଜର କ୍ରୋଧ ଉପରେ କାବୁ ରଖନ୍ତୁ।

କୌଣସି ରାଜନୀତିକ ବ୍ୟକ୍ତିଙ୍କ ସହାୟତା ପାଇବେ।

କନ୍ୟା: ଜୀବନରେ ଆପଣଙ୍କୁ ଏବେ ସୁଦ୍ଧା ଯାହା ସଫଳତା ମିଳିଛି ସେଥିପାଇଁ ଆପଣଙ୍କୁ ସ୍ଥିରତା ମିଳିବ।

ଆପଣଙ୍କର ଆତ୍ମବିଶ୍ବାସ ଓ ଆତ୍ମବଳ ମଜଭୁତ ହେବ।

ବ୍ୟବସାୟରେ ପ୍ରତିଦିନ ଅପେକ୍ଷା ଅଧିକ ଲାଭ ହେବ।

ଆହୁରି ପଢ଼ନ୍ତୁ- 4 Major Railway Projects ଭଦ୍ରକ-ହରିଦାସପୁର ୪ର୍ଥ ଲାଇନ୍‌ ସହ ଓଡ଼ିଶାର ୩ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି  ତୁଳା: ଦିନସାରା ଆପଣଙ୍କର ଶକ୍ତି ବଜାୟ ରହିବ।

ଘରର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାରେ ବ୍ୟସ୍ତତାର ରହିବେ।

ଜମିବାଡ଼ିର ସମସ୍ୟା ଲାଗି ରହିଥିଲେ ଆପୋସୀ ସହମତିରେ ସମାଧାନ ହୋଇପାରେ।

ବିଛା: ମନରେ କୌଣସ କଥାକୁ ନେଇ ନକାରାତ୍ମକ ବିଚାର ଉପରେ କାବୁ ରଖିବା ପ୍ରୟାସରେ ସଫଳ ହେବେ।

ଆଧ୍ୟାତ୍ମିକ ଗତିବିଧି ଓ ଯୋଗାସନ ଆଦିରେ ସମୟ ବିତାଇବେ।

ଅଧିକାରୀଙ୍କ ସହିତ ଭଲ ସଂପର୍କ ବଜାୟ ରଖନ୍ତୁ।

ଧନୁ: ପୈତୃକ ସଂପତ୍ତି ସମ୍ବନ୍ଧୀୟ ମାମଲାରେ ବାଧା ଲାଗି ରହିଥିଲେ ଆପୋସୀ ତାଳମେଳରେ ସମାଧାନ କରିବାକୁ ଚେଷ୍ଟା କରିବେ।

ବନ୍ଧୁ ଆପଣଙ୍କୁ ସହାୟତା କରିବାକୁ ପ୍ରସ୍ତୁତ ରହିବେ।

ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ମକର: ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ସୁଧାରିବାରେ ଆପଣଙ୍କର ବିଶେଷ ଭୂମିକା ରହିବ।

କାରବାରରେ ନିଜର ଦାୟିତ୍ବକୁ ନିର୍ବାହ କରିବା ପାଇଁ ଅଧିକ ପରିଶ୍ରମ କରିବାର ଆବଶ୍ୟକତା ଅଛି।

କୁମ୍ଭ: ଜମିବାଡ଼ି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭଲ ସମୟ।

ଆପଣଙ୍କର ନିର୍ଣ୍ଣୟକୁ ପ୍ରାଥମିକତା ଦେବେ।

କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ।

ଛୋଟମୋଟ ନକାରାତ୍ମକ କଥା ଉପରେ ଧ୍ୟାନ ଦିଅନ୍ତୁନାହିଁ।

ମୀନ: କିଛିନିକିଛି କାମକୁ ନେଇ ଆପଣଙ୍କର ବ୍ୟସ୍ତତା ଆପଣଙ୍କୁ ହାଲିଆ କରିଦେବ।

କାରବାରରେ କିଛି ଆହ୍ବାନ ରହିବ।

ଆପଣ ସମ୍ବନ୍ଧକୁ ସହଜ କରି ରଖିବେ।

କୌଣସି ସମାରେହାରେ ସାମିଲ ହେବାର ସୁଯୋଗ ପାଇବେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media