Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

Aug 11, 2026 - 00:13
Horoscope 2026 August 11: ଜାଣନ୍ତୁ ଆଜିର ରାଶିଫଳ...

"ମେଷ: ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।

ଆର୍ଥିକ ସ୍ଥିତି ଭଲ ହେବ।

ବେକାରଙ୍କୁ ରୋଜଗାରର ଅବସର ମିଳିବ।

ଘରେ କୌଣସି ଧର୍ମକାର୍ଯ୍ୟ ଆୟୋଜନ କରିପାରନ୍ତି। ‌Advertisment ବୃଷ: ଜୀବନରେ ନୂଆ ଲକ୍ଷ୍ୟ ହାସଲ କରିବେ।

ସଙ୍ଗୀତ ନିର୍ଦେଶକ ଓ କଣ୍ଠଶିଳ୍ପୀଙ୍କୁ ପ୍ରସିଦ୍ଧି ମିଳିବ।

ଆପଣ କରିଥିବା ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ।‌ ମିଥୁନ: ସାରାଦିନ ମନରେ ପ୍ରସନ୍ନତା ରହିବ।

ସରାକାରୀ ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ।

ଜମି ଦଲାଲଙ୍କୁ ଆଶା ଠାରୁ ଅଧିକ ଧନଲାଭ ହେବ।

ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କର୍କଟ: ଲେଖକଙ୍କ ବିଚାରର ସମ୍ମାନ ହେବ।

ପରିବାରରେ ହସଖୁସିର ପରିବେଶ ରହିବ।

ଘରକୁ ଅନ୍ତରଙ୍ଗ ବନ୍ଧୁ ଆସି ପାରନ୍ତି।

ସାମାଜିକ ସଂଗଠନ କ୍ଷେତ୍ରରେ ଥିବା ଲୋକଙ୍କୁ ସମାଜରେ ପଦ ଓ ପ୍ରତିଷ୍ଠା ମିଳିବ।

ସିଂହ: ଆପଣଙ୍କ ମନ ଆନନ୍ଦିତ ରହିବ।

ଦୀର୍ଘ ଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ଅନ୍ତ ହେବ।

ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବେ।

ପରିବାରରେ ବାତାବରଣ ଶାନ୍ତିଦାୟକ ରହିବ।

କନ୍ୟା: ଆପଣ ଚିନ୍ତା ମୁକ୍ତ ରହିବେ।

ଚାକିରିଜୀବୀ ମାନଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା।

ନୂଆ କାମରେ ରୁଚି ବଢ଼ିବ।

କୋର୍ଟ କଚେରି ମାମଲାରେ ଆପଣ ଜିତିବେ।

ବାଣିଜ୍ୟ ଛାତ୍ରଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ- Chhattisgarh: ଖାଲିଥିବା ମୋଟ ୧,୬୫୪ଟି ଶିକ୍ଷକ ପଦବି ହେବ ପୂରଣ ତୁଳା: କୌଣସି ବନ୍ଧୁର ପରାମର୍ଶ ଆପଣଙ୍କୁ ପସନ୍ଦ ଆସିବ।

ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ।

ଘର କାମରେ ବଡ଼ଭାଇଙ୍କ ସାହାଯ୍ୟ ପାଇବେ।

ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ବିଛା: ଚିନ୍ତାମୁକ୍ତ ରହିବେ।

ବଡ଼ଙ୍କ ପରାମର୍ଶ ନିଅନ୍ତୁ ଅଧୁରା ଥିବା କାମ ପୂରା ହେବ।

ବ୍ୟବସାୟରେ ବଢ଼ାଇବା ପାଇଁ ନୂଆ ଯୋଜନା କରିବେ।

ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।

ଧନୁ: ଭାବିଥିବା କାମ ଜଲଦି ସଂପୂର୍ଣ୍ଣ କରିଦେବେ।

ଅନ୍ୟମାନେ କଥା କହୁଥିବା ବେଳେ ବଢ଼ାଇ କରି କିଛି କହନ୍ତୁନାହିଁ।

ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ‌  ମକର: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ।

ଅଫିସରେ ଅଧସ୍ତନ କର୍ମଚାରୀଙ୍କର ସହଯୋଗ ପାଇବେ।

ଜମିରେ ନିବେଶ କରନ୍ତୁ, ଯଥେଷ୍ଟ ଲାଭ ପାଇବେ।

କୁମ୍ଭ: ବ୍ୟବସାୟ ମାନ୍ଦା ଧରିପାରେ।

ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ।

ଅଫିସରେ ପରିବେଶ ମିଶ୍ରିତ ରହିବ।

ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ।

ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ମୀନ: ଅଧୁରା କାମ ସଂପୂର୍ଣ୍ଣ ହେବ।

ଧନଲାଭ ପାଇଁ କିଛି ନୂଆ ସୁଯୋଗ ପାଇବେ।

ଫିଲ୍ମ କାଳକାରଙ୍କ ଲାଗି ଭଲ ଦିନଟିଏ।

ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media