Hormuz: ହର୍ମୁଜ ପାର୍ କରିଛି ୧୫ ସାର ଜାହାଜ: ଯୁଦ୍ଧରେ ପ୍ରଭାବିତ ହୋଇନି ଯୋଗାଣ
"ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଭାରତର ସାର ଯୋଗାଣ ଶୃଙ୍ଖଳ ମୋଟାମୋଟି ପ୍ରଭାବିତ ହୋଇନାହିଁ।
୨୦ଟି ଜାହାଜ ମଧ୍ୟରୁ ୧୫ଟି ଜାହାଜ ସାର ଓ ଅନ୍ୟାନ୍ୟ କଞ୍ଚାମାଲ ଧରି ହର୍ମୁଜ ପ୍ରଣାଳୀ ସୁରକ୍ଷିତ ଭାବେ ପାର୍ ହୋଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ସେଥିରୁ ୮ଟି ଜାହାଜରେ ୩.୩୨ ଲକ୍ଷ ଟନ୍ ୟୁରିଆ ଆସିଛି।
୪ଟି ଜାହାଜରେ ୨.୫୭ ଲକ୍ଷ ଟନ୍ ଡିଏପି ଏବଂ ୩ଟି ଜାହାଜରେ ୧.୧୧ ଲକ୍ଷ ଟନ୍ର ସଲଫର୍ ଆସିଛି।
ସବୁ ଜାହାଜ ସମୟ ମୁତାବକ ଭାରତୀୟ ବନ୍ଦରକୁ ଆସୁଛି।
୫ଟି ଅଧିକ ଜାହାଜ ଆସିବାର ପୂର୍ବ ପର୍ଯ୍ୟାୟରେ ରହିଛି।
ସେଥିରୁ ଗୋଟିଏ ଜାହାଜରେ ୦.୨୫ ଲକ୍ଷ ଟନ୍ ଆମୋନିଆ ଏବଂ ଅନ୍ୟ ଗୋଟିଏରେ ୦.୪୫ ଲକ୍ଷ ଟନ୍ ୟୁରିଆ ରହିଛି।
ଦୁଇଟି ୟୁରିଆ ଜାହାଜ ଏବଂ ଗୋଟିଏ ସଲଫର୍ ଜାହାଜରେ ଏବେ ବୋଝେଇ କାର୍ଯ୍ୟ ଚାଲିଛି।Advertisment ସବୁ ଜାହାଜ ଯୋଜନା ମୁତାବକ ଆସି ପହଞ୍ଚିବା ନେଇ ଆଶା ରହିଥିବା କୁହାଯାଇଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଓ ମାଲ ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଥିଲା।
ଏହା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଠିକ୍ ସମୟରେ ଯୋଜନା ପ୍ରସ୍ତୁତ କରିବା ସହ ସମନ୍ବୟ ଓ ନିରନ୍ତର ଅନୁଧ୍ୟାନ କାରଣରୁ ସାର ଯୋଗାଣରେ ସଫଳତା ମିଳିଛି।
ଏଥିସହିତ କୂଟନୈତିକ ଆଲୋଚନା ମାଧ୍ୟମରେ ନୂଆ ସାର ଯୋଗାଣ ଉତ୍ସ ମଧ୍ୟ ବାହାର କରାଯାଇଛି।
ଆହୁରି ପଢନ୍ତୁ: Ram Mandir: ଅଭିଯୁକ୍ତଙ୍କ ସହ ଅଖିଳେଶଙ୍କ ସମ୍ପର୍କ ନେଇ ପ୍ରଶ୍ନକଲା ବିଜେପି.
ପ୍ରିୟଙ୍କାଙ୍କୁ ଘେରିଲା ଭିଏଚ୍ପି ଓମାନ, ମାଲେସିଆ, ଭିଏତନାମ୍, ଜର୍ଜିଆ, ନାଇଜେରିଆ, ରୁଷ୍, ଫିନ୍ଲାଣ୍ଡ୍, ଇଜିପ୍ଟ, ଆଲଜେରିଆ, ତୁର୍କୀ ଏବଂ ନେଦରଲାଣ୍ଡ୍ସରୁ ୟୁରିଆ ଯୋଗାଡ଼ କରାଯାଇଛି।
ରୁଷ୍, ମରକ୍କୋ, ଇଜିପ୍ଟ, ଯୁକ୍ତରାଷ୍ଟ୍ର ଆମେରିକା, ଜୋଡାର୍ନ, ଦକ୍ଷିଣ କୋରିଆ, ଟ୍ୟୁନିସିଆ ଏବଂ ସାଉଦି ଆରବରୁ ଲୋହିତ ସାଗର ଦେଇ ଡିଏପି ଓ ଏନ୍ପିକେ ଅଣାଯାଇଛି।
ଯୁଦ୍ଧ ସମୟରେ ସାର କାରଖାନାଗୁଡ଼ିକୁ ପ୍ରାକୃତିକ ଗ୍ୟାସ ଯୋଗାଣ ପାଖାପାଖି ୬୫ ପ୍ରତିଶତ ସ୍ତରକୁ ହ୍ରାସ ପାଇଥିଲା।
ବର୍ତ୍ତମାନ ପ୍ରାକୃତିକ ଗ୍ୟାସ ଯୋଗାଣ ୧୦୦ ପ୍ରତିଶତ ସ୍ତରରେ ପହଞ୍ଚିଛି।
ଫଳରେ ଦେଶରେ ସବୁ ୟୁରିଆ କାରଖାନା ୧୦୦ ପ୍ରତିଶତ କ୍ଷମତାରେ ଚାଲିପାରିବେ।
ଆହୁରି ପଢନ୍ତୁ: Firing: ଆମେରିକା ସ୍ୱାଧୀନତା ଦିବସରେ ନ୍ୟୁୟର୍କରେ ଗୁଳିକାଣ୍ଡ; ୪ ଶିଶୁଙ୍କ ସମେତ ୮ ଆହତ ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଦେଶରେ ୟୁରିଆ ଉତ୍ପାଦନ ଟାର୍ଗେଟ୍ ୬୭.୮୬ ଲକ୍ଷ ଟନ୍ ରଖାଯାଇଥିବାବେଳେ ଏହା ୭୧.୫୫ ଲକ୍ଷ ଟନ୍ ହୋଇଛି।
ସେହିଭଳି ଡିଏପି ଉତ୍ପାଦନ ଲକ୍ଷ୍ୟ ୮.୬୧ ଲକ୍ଷ ଟନ୍ ରଖାଯାଇଥିବାବେଳେ ଏହା ୯.୮୪ ଲକ୍ଷ ଟନ୍ରେ ପହଞ୍ଚିଛି।
ଏନ୍ପିକେ ଉତ୍ପାଦନ ୨୦.୭୭ ଲକ୍ଷ ଟନରେ ଏବଂ ଏସ୍ଏସ୍ପି ଉତ୍ପାଦନ ୧୩.୫୦ ଲକ୍ଷ ଟନ ସ୍ତରରେ ରହିଛି।
ଦେଶରେ ବାର୍ଷିକ ସାର ଆବଶ୍ୟକତା ୩୮୩.୯ ଲକ୍ଷ ଟନ୍ ହୋଇଥିବାବେଳେ ସେଥିରୁ ୧୯୭.୫୬ ଲକ୍ଷ ଟନ୍ ସାର ସଂଗ୍ରହ କରାଯାଇ ସାରିଛି।
ଜୁଲାଇ ୨ ତାରିଖ ସୁଦ୍ଧା ଦେଶରେ ୬୯.୦୮ ଲକ୍ଷ ଟନ୍ ୟୁରିଆ, ୧୬.୬୪ ଲକ୍ଷ ଟନ୍ ଡିଏପି, ୮.୯୦ ଲକ୍ଷ ଟନ ଏମ୍ଏପି, ୪୫.୬୪ ଲକ୍ଷ ଟନ୍ ଏନ୍ପିକେ ଏବଂ ୨୩.୦୯ ଲକ୍ଷ ଟନ ଏସ୍ଏସ୍ପି ଗଚ୍ଛିତ ରହିଛି।
ଫଳରେ ମୋଟ ସାର ଉପଲବ୍ଧତା ୧୬୩.୩୫ ଲକ୍ଷ ଟନ୍ରେ ରହିଛି।
"