06 JULY 2026

Welcome!

Unlock your personalized experience.
Sign Up

SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ

Jul 05, 2026 - 23:57
SIR: ରାୟଗଡ଼ାରେ ୯୩.୬୩% ଭୋଟର ଡିଜିଟାଲ ଭାବରେ ଅନ୍ତର୍ଭୁକ୍ତ

ରାୟଗଡ଼ା (ଶିବ ପ୍ରସାଦ ଦୋରା): ରାୟଗଡ଼ା ଜିଲ୍ଲା ପାଇଁ ଚିଠା ଭୋଟର ତାଲିକା ପ୍ରକାଶିତ ହୋଇଛି। ଏହି ଅବସରରେ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ  ନବୀନ ଚନ୍ଦ୍ର ନାୟକଙ୍କ ଅଧକ୍ଷତାରେ ହୋଇଥିବା ବେଳେ ଗଣମାଧ୍ୟମକୁ ସୂଚନା କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରମେଶ କୁମାର ଜେନା, ଡେପୁଟି କଳଲେକ୍ଟର ଇଲେକ୍ସନ ସୁଶ୍ରୀ ମାନୁଏଲା ପ୍ରିୟଦର୍ଶିନୀ, ଆସିଷ୍ଟାଣ୍ଟ କଳଲେକ୍ଟର ଇଲେକ୍ସନ ସୁଶ୍ରୀ ବିଚିତ୍ରା ସେଠି, ଅନ୍ୟାନ୍ୟ ଅଧିକାରୀ ଏବଂ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ। ଚିଠା ଭୋଟର ତାଲିକା ଉପସ୍ଥିତ ଥିବା ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ପ୍ରଦାନ କରାଯାଇଥିଲା। 

ପ୍ରକାଶିତ ଚିଠା ଭୋଟର ତାଲିକାରେ ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳିରେ  ମୋଟ ୭ଲକ୍ଷ ୧୪ ହଜାର ୭୦୦ ଭୋଟର ଅଛନ୍ତି। ସଂଗୃହିତ ତଥ୍ୟ ଅନୁସାରେ ୯୩.୬୩%  ଡିଜିଟାଲ ଭାବରେ ଯାଞ୍ଚ କରାଯାଇଥିଲା। ୬ହଜାର ୯୨୬ ଭୋଟରଙ୍କ ତଥ୍ୟ ଅସଂଗୃହିତ ରହିଛି। ଚିଠା ଭୋଟର ତାଲିକା ପ୍ରକାଶିତ ହେବା ସହ ଜିଲ୍ଳାରେ  ୧୩୭ଟି ନୂତନ ମତଦାନ କେନ୍ଦ୍ର ଚିହ୍ନଟ କରାଯାଇଛି। ଫଳରେ ଜିଲ୍ଲାରେ ୩ଟି ନିର୍ବାଚନ ମଣ୍ଡଳିର ବୁଥ ସଂଖ୍ୟା ୧,୦୩୨କୁ ପହଁଚିଛି। ୧୩୮-ଗୁଣୁପୁର ନିର୍ବାଚନ ମଣ୍ଡଳିରେ  ୩୩୮ ବୁଥ୍, ୧୩୯-ବିଷମକଟକ ନିର୍ବାଚନ ମଣ୍ଡଳିରେ ୩୪୮ ବୁଥ୍, ଏବଂ ୧୪୦-ରାୟଗଡା ନିର୍ବାଚନ ମଣ୍ଡଳିରେ  ୩୪୬ ବୁଥ୍ ରହିଥିବା ଅତିରୀକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ନବୀନ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି।

ଡ୍ରାଫ୍ଟ ଭୋଟର ତାଲିକା ବିଏଲଓ, ଇଆରଓ ଏବଂ ଡିଇଓଙ୍କ କାର୍ଯ୍ୟାଳୟ ଏବଂ ସିଇଓ, ଓଡିଶାଙ୍କ ସରକାରୀ ୱେବସାଇଟରେ ଉପଲବ୍ଧ ରହିଛି। ଚିଠା ଭୋଟର ତାଲିକା ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ, ସମସ୍ତ ରାଜନୈତିକ ଦଳ ସହିତ ଆଲୋଚନା କରାଯାଇଥିଲା। ଦୁଇ ଦଶନ୍ଧି ମଧ୍ୟରେ (୨୦୦୨ ପରଠାରୁ) ଏହା ପ୍ରଥମ ଏସଆଇଆର ଯେଉଁଥିରେ ବୁଥ୍ ସ୍ତରୀୟ ଅଧିକାରୀ ଦ୍ୱାର-ଦ୍ବାରକୁ ଯାଇ ଭୋଟର ତଥ୍ୟ ସଂଗ୍ରହରେ ୯୯.୯୭% କଭରେଜ୍ ହାସଲ କରିଛନ୍ତି।  

SIR controversy: ‘ଶଙ୍ଖାମେଦୀ’ରେ ଏସ୍‌ଆଇଆର୍‌ ବିବାଦ: ବିରୋଧ ଯୋଗୁ ଫେରିଆସିଲେ ବିଏଲ୍‌ଓ

ଏନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ନାଗରିକମାନେ ଜୁଲାଇ ୫ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ  ଦାବି ଏବଂ ଆପତ୍ତି ଦାଖଲ କରିପାରିବେ। ଧାର୍ଯ୍ୟ ତାରିଖ ଜୁନ୍ ୨୮ ପୂର୍ବରୁ ନିଜର ନାମ ଯୋଗ,ବାଦ୍ କିମ୍ବା ସଂଶୋଧନ କରିପାରିନଥିବା  ଯୋଗ୍ୟ ନାଗରିକମାନେ ବର୍ତ୍ତମାନ ନୂତନ ପଞ୍ଜୀକରଣ ପାଇଁ ଫର୍ମ ୬, ନାମ ବାଦ କରିବା ନିମନ୍ତେ ପାଇଁ ଫର୍ମ ୭ ଏବଂ ସଂଶୋଧନ ପାଇଁ ଫର୍ମ ୮ ବ୍ୟବହାର କରି ସେମାନଙ୍କର ସୂଚନା ଦାଖଲ କରିପାରିବେ। ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୬, ୨୦୨୬ ରେ ପ୍ରକାଶିତ ହେବ। ନିର୍ବାଚନ ଅଧିକାରୀମାନେ ଫର୍ମ ବଣ୍ଟନ ଏବଂ ସଂଗ୍ରହ କରିବା ପାଇଁ କ୍ଷେତ୍ର ପରିଦର୍ଶନ କରିଥିଲେ।