GAS: ଗ୍ୟାସ୍ ଭଣ୍ଡାର ସୃଷ୍ଟି କରାଯିବ: ସଙ୍କଟ ସମୟରେ ବ୍ୟବହାର ହେବ
"ନୂଆଦିଲ୍ଲୀ: ଅଶୋଧିତ ତୈଳ ଭଳି ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ରଖିବା ଲାଗି ନୂଆ ଭଣ୍ଡାର ସୃଷ୍ଟି କରିବାକୁ ଭାରତ ସରକାର ଲକ୍ଷ୍ୟ ରଖିଛନ୍ତି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଯୋଗାଣରେ ଦେଖାଦେଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ନିଜ ପାଖରେ କିଛି ଦିନର ଗ୍ୟାସ୍ ଗଚ୍ଛିତ ରଖିବାକୁ ଚାହୁଛନ୍ତି।
ସେଥିପାଇଁ ତୈଳ କମ୍ପାନିଗୁଡ଼ିକ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି।
ଭୂତଳ ଗୁମ୍ଫା କିମ୍ବା ଭୂପୃଷ୍ଠ ଉପରେ କ୍ରାୟୋଜେନିକ ଏଲ୍ଏନ୍ଜି ଟ୍ୟାଙ୍କରରେ ଗ୍ୟାସ୍ ରହିବ।
ଖାଲି ହୋଇଯାଇଥିବା ଗ୍ୟାସ୍ କ୍ଷେତ୍ରରେ ମଧ୍ୟ ଗ୍ୟାସ୍ ଭର୍ତ୍ତି କରିବା ସମ୍ପର୍କରେ ଆଲୋଚନା କରାଯାଉଛି।
ଦେଶରେ ଅଶୋଧିତ ତୈଳ ଭଣ୍ଡାରଗୁଡ଼ିକୁ ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍ (ଆଇଏସ୍ଆର୍ପିଏଲ୍) ପରିଚାଳନା କରୁଛି।Advertisment ଆହୁରି ପଢନ୍ତୁ: Firing: ଆମେରିକା ସ୍ୱାଧୀନତା ଦିବସରେ ନ୍ୟୁୟର୍କରେ ଗୁଳିକାଣ୍ଡ; ୪ ଶିଶୁଙ୍କ ସମେତ ୮ ଆହତ ଗ୍ୟାସ୍ ଭଣ୍ଡାର ପରିଚାଳନା କରିବା ପାଇଁ ଏହି ସଂସ୍ଥା ପାଖରେ ଅଭିଜ୍ଞତା ନାହିଁ।
ତେଣୁ ଏଭଳି ଭଣ୍ଡାର ସୃଷ୍ଟି କରିବାକୁ ଆବଶ୍ୟକ ପ୍ରଯୁକ୍ତି ଓ ଢାଞ୍ଚାର ଆବଶ୍ୟକତାର ଅନୁଶୀଳନ କରାଯାଉଛି।
ଇଞ୍ଜିନିୟର୍ସ ଇଣ୍ଡିଆ ମାଧ୍ୟମରେ ସର୍ବେକ୍ଷଣ କରାଯାଇଛି।
ଭୂତଳ ଗୁମ୍ଫାରେ ଗ୍ୟାସ୍ ସଂରକ୍ଷଣ ରଖିବାର ସମ୍ଭାବନା ଉପରେ ତେଲ କମ୍ପାନିଗୁଡ଼ିକ ବିଚାର କରୁଛନ୍ତି।
ଭାରତ ଏହାର ଅଧାରୁ ଅଧିକ ଗ୍ୟାସ୍ ଆବଶ୍ୟକତା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଜରିଆରେ ପୂରଣ କରୁଛି।
ଚଳିତ ବର୍ଷ ଫେବ୍ରୁଆରିରେ ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ଗ୍ୟାସ୍ ସଂରକ୍ଷଣର ସମ୍ଭାବନାର ଅନୁଶୀଳନ କରିବାକୁ ଏକ କମିଟି ଗଠନ କରାଯାଇଥିଲା।
ଭାରତ ଉଭୟ ତରଳୀକୃତ ପ୍ରାକୃତିକ ଗ୍ୟାସ୍ (ଏଲ୍ଏନ୍ଜି) ଓ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲ୍ପିଜି) ସଂରକ୍ଷିତ ରଖିବାକୁ ଚାହୁଛି।
ଯୁଦ୍ଧ ପରେ ବାଣିଜ୍ୟ, ଯୋଗାଣ ଶୃଙ୍ଖଳା ଓ ପରିବହନରେ ଦେଖାଦେଇଥିବା ଆହ୍ବାନ ଭଳି ସ୍ଥିତିକୁ ଭବିଷ୍ୟତରେ କିଭଳି ଠିକ୍ ଭାବେ ମୁକାବିଲା କରାଯାଇପାରିବ ତାହା ଜାଣିବା ପାଇଁ ସାତଟି ସଚିବମାନଙ୍କ କ୍ଷମତାସମ୍ପ୍ନନ କମିଟି ଗଠନ କରାଯାଇଥିଲା।
ଆହୁରି ପଢନ୍ତୁ: SIR: ଏସ୍ଆଇଆର୍: ଓଡ଼ିଶା ସମେତ ୪ ରାଜ୍ୟରେ ଚିଠା ଭୋଟର ତାଲିକାରୁ ବାଦ୍ ପଡ଼ିଲା ୨୨ ଲକ୍ଷ ଭୋଟରଙ୍କ ନାଁ ତେବେ ଗ୍ୟାସ୍ ଭଣ୍ଡାରରେ କେତେ ଦିନର ଆବଶ୍ୟକତା ପୂରଣ ଲାଗି ଗ୍ୟାସ୍ ରଖାଯିବ ତାହା ଉପରେ ମଧ୍ୟ ବିଚାର କରାଯାଉଛି।
ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୪-୫ ବର୍ଷର ଆବଶ୍ୟକତାକୁ ବିଚାରକୁ ନିଆଯିବ।
ଷ୍ଟ୍ରାଟେଜିକ୍ ରିଜର୍ଭରେ କେତେ ଓ ବାଣିଜ୍ୟିକ ଭାବେ କେତେ ଗ୍ୟାସ୍ ସଂରକ୍ଷିତ ରଖାଯିବ ତାହା ମଧ୍ୟ ଆଲୋଚନାର ବିଷୟ ହୋଇଛି।
ଚୀନ ନିଜର ବିଶାଳ ଅଶୋଧିତ ତୈଳ ଭଣ୍ଡାର ଗଠନ କରିଛି।
ସେହି ଢାଞ୍ଚାକୁ ଆପଣାଇବାର ସମ୍ଭାବନା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି।
ନିକଟରେ କାଉନ୍ସିଲ୍ ଅନ୍ ଏନର୍ଜି, ଏନଭାର୍ଣ୍ଣମେଣ୍ଟ୍ ଆଣ୍ଡ ୱାଟର (ସିଇଇଡବ୍ଲ୍ୟୁ) ଏକ ରିପୋର୍ଟରେ କହିଥିଲା ଯେ ଆବଶ୍ୟକତାର ଅଧାରୁ ଅଧିକ ଗ୍ୟାସ୍ ଆମଦାନି କରାଯାଉଥିବା ସତ୍ତ୍ବେ ପ୍ରାକୃତିକ ଗ୍ୟାସ୍ ପାଇଁ କୌଣସି ଗଚ୍ଛିତ ଭଣ୍ଡାର ସୃଷ୍ଟି କରାଯାଇନଥିବାରୁ ଯୋଗାଣରେ ବିଭ୍ରାଟ ଦେଖାଦେଲେ ଭାରତ ପ୍ରଭାବିତ ହେଉଛି।
"