Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ରେମାଳ ଡ୍ୟାମରେ ପ୍ରବଳ ପାଣି ଆସିଛି l ଆଜି ଅପରାହ୍ନ ୩ଟା ରେ ୩ଟି ଗେଟ ଖୋଲା ଯାଇଥିବା ବେଳେ ୫ଟାରେ ୪ଟି ଗେଟ ଖୋଲା ଯାଇଛି l ଡ୍ୟାମ ପାଣି ଛାଡି ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି l ବିଭାଗ ପକ୍ଷରୁ ଲୋକ ମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି l
Hirakud dam: ୬୦୦.୬୫ ଫୁଟରେ ହୀରାକୁଦ: ଶୁଖୁଛି ମହାନଦୀ, କମିଲା ବିଜୁଳି ଉତ୍ପାଦନ
ରେମାଳ ଡ୍ୟାମର ବିପଦ ସଂକେତ ୧୨୦ ମିଟର ହୋଇଥିବା ବେଳେ ରାତି ୮ଟାରେ ୧୧୯. ୬୭ ମିଟର ଓ ରାତି ୯ଟାରେ ୧୧୯. ୪୦ ମିଟର ରହିଛି l ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା ରୁ ରାତିରେ ଜଳପତ୍ତନ ବୃଦ୍ଧି ପାଇବା ସମ୍ଭାବନା ରହିଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି l
'Baimundi' dam: ଐତିହାସିକ ‘ବାଇମୁଣ୍ଡି’ ବନ୍ଧରେ ଫାଟ: ମାଡ଼ିଗଲାଣି ଗଛ, ଚେର