Hormuz: ହର୍ମୁଜରେ ଡ୍ରୋନ୍ ଆକ୍ରମଣର ଜବାବ ଦେଲା ଆମେରିକା: ଇରାନ ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ
ୱାସିଂଟନ: ହର୍ମୁଜ ପ୍ରଣାଳୀ ଦେଇ ଯାତ୍ରା କରୁଥିବା ଏକ ବାଣିଜ୍ୟିକ ମାଲବାହୀ ଜାହାଜ ଉପରେ ଗତକାଲି ଇରାନ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଆମେରିକା ଶନିବାର ଭୋରରୁ ଇରାନର ସାମରିକ ଘାଟିଗୁଡ଼ିକ ଉପରେ ପ୍ରବଳ ବୋମା ମାଡ଼ କରିଛି। ନିକଟରେ ସଂପନ୍ନ ହୋଇଥିବା ଶାନ୍ତି ଚୁକ୍ତି ପାଇଁ ଏହା ଏକ ବଡ଼ ଝଟ୍କା ହୋଇଥିବା ବେଳେ ପୁଣି ଥରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି ହୋଇଛି। ଆଜି ପାଲଟା ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ହିଂସାର ଜବାବ ସବୁବେଳେ ହିଂସାରେ ହିଁ ଦିଆଯିବ। ଭାନ୍ସ ନିଜ ପୋଷ୍ଟରେ ଆମେରିକାର ଆକ୍ରମଣ ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି, ‘ଇରାନ ଏକ ସ୍ପଷ୍ଟ ଅସ୍ତ୍ରବିରତି ଚୁକ୍ତି ସ୍ୱାକ୍ଷର କରିଥିଲା, ଯାହାକୁ ଆମେ ସମ୍ପୂର୍ଣ୍ଣ ସମ୍ମାନ ଦେଇଛୁ। ଯଦି ଚୁକ୍ତିନାମାର କାର୍ଯ୍ୟକାରିତାକୁ ନେଇ ସେମାନଙ୍କର କୌଣସି ଅସନ୍ତୋଷ ଥିଲା, ତେବେ ସେମାନେ ଆଲୋଚନା କରିପାରିଥାନ୍ତେ। ମାତ୍ର ସେମାନେ ଯଦି ଆକ୍ରମଣର ପଥ ବାଛିବେ, ତେବେ ହିଂସାର ଜବାବ ହିଂସାରେ ହିଁ ଦିଆଯିବ।’
Murder: ଅଭିଯୁକ୍ତର ନାବାଳିକା ଝିଅ ସମେତ ଛଅ ଜଣଙ୍କୁ ପଚରାଉଚୁରା
ହିଂସାର ଜବାବ ହିଂସାରେ ଦିଆଯିବ: ଜେଡି ଭାନ୍ସ
କେହି ଆମେରିକାର ପକ୍ଷ ନିଅନାହିଁ: ତେହେରାନ
ଆମେରିକାର ସେଣ୍ଟ୍ରାଲ କମାଣ୍ଡ ସୂଚନା ଦେଇଛି ଯେ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ଇରାନ ସେନାର ଡ୍ରୋନ୍ ଆକ୍ରମଣ ସମ୍ପୂର୍ଣ୍ଣ ଭାବେ ଶାନ୍ତି ଚୁକ୍ତିର ଉଲ୍ଲଂଘନ ଅଟେ। ଏହାର କଡ଼ା ଜବାବରେ ଆମେରିକୀୟ ସେନାବାହିନୀ ଇରାନର ମିସାଇଲ୍, ଡ୍ରୋନ୍ ସଂରକ୍ଷଣ କେନ୍ଦ୍ର ସମେତ ଉପକୂଳବର୍ତ୍ତୀ ରାଡାର୍ ଷ୍ଟେସନଗୁଡ଼ିକ ଉପରେ ବୋମା ମାଡ଼ କରି ଛାରଖାର କରିଦେଇଛି। ଚୁକ୍ତିନାମାର ସମସ୍ତ ନିୟମ ଯେପରି ଠିକ୍ ଭାବେ ପାଳନ ହେବ, ସେଥିପାଇଁ ଆମେରିକା ସେନା ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିଛି ବୋଲି କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘଟଣାକୁ ଇରାନର ଏକ ମୂର୍ଖତାପୂର୍ଣ୍ଣ ଚୁକ୍ତି ଉଲ୍ଲଂଘନ ବୋଲି ଆଖ୍ୟା ଦେଇଛନ୍ତି। ଟ୍ରମ୍ପଙ୍କ ଅନୁଯାୟୀ, ଇରାନ ଏକ ମାଲବାହୀ ଜାହାଜ ଉପରକୁ ଅତିକମରେ ୪ଟି ଆତ୍ମଘାତୀ ଡ୍ରୋନ୍ ମାଡ଼ କରିଥିଲା। ସେଥିମଧ୍ୟରୁ ଗୋଟିଏ ଡ୍ରୋନ୍ ଜାହାଜର ଉପରିଭାଗ ଡେକ୍ରେ ବାଜିଥିବା ବେଳେ ଆମେରିକା ସେନା ଅନ୍ୟ ୩ଟି ଡ୍ରୋନ୍କୁ ଆକାଶରେ ହିଁ ଧ୍ୱଂସ କରିଦେଇଥିଲା।
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା
ଓମାନ ସାଗର ନିକଟରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ବାଣିଜ୍ୟିକ ସାମୁଦ୍ରିକ ପଥର ସୁରକ୍ଷାକୁ ନେଇ ପୁଣି ଥରେ ଚିନ୍ତା ବଢ଼ିଯାଇଛି। ଅନ୍ୟପଟେ ଇରାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି ଯେ ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଦେଇ ଯାଉଥିବା ସମସ୍ତ ଜାହାଜ ଚଳାଚଳକୁ ନିୟନ୍ତ୍ରଣ କରିବାର ସମ୍ପୂର୍ଣ୍ଣ ଅଧିକାର ତା’ ପାଖରେ ରହିଛି । ଉପସାଗରୀୟ ଦେଶଗୁଡ଼ିକ କୌଣସି ସ୍ଥିତିରେ ବି ଆମେରିକାର ପକ୍ଷ ନ ନେବାକୁ ଇରାନ ଚେତାବନୀ ଦେଇଛି। ବାହାରିନ ଆମେରିକା ସେନାକୁ ଲଗାତାର ସହାୟତା ଦେଉଥିବାରୁ ଆଜି ସକାଳେ ଇରାନ ବାହାରିନ ଉପରେ ଡ୍ରୋନ୍ ଆକ୍ରମଣ କରିଛି। ସାମ୍ପ୍ରତିକ ସାମରିକ ଉତ୍ତେଜନା ଯୋଗୁଁ ୬୦ ଦିନିଆ ଶାନ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।