Hockey India League: ଜାନୁଆରିରେ ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୭ରେ ଖେଳାଳି ନିଲାମ

Nov 26, 2026 - 15:48
Hockey India League: ଜାନୁଆରିରେ ହକି ଇଣ୍ଡିଆ ଲିଗ୍‌: ଡିସେମ୍ବର ୭ରେ ଖେଳାଳି ନିଲାମ

ନୂଆଦିଲ୍ଲୀ: ହକି ଇଣ୍ଡିଆ ଲିଗ୍‌ (ଏଚ୍‌ଆଇଏଲ୍‌)ର ୨୦୨୬-୨୭ ସଂସ୍କରଣ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହରୁ ଖେଳାଯିବ।

ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଖେଳାଳିଙ୍କ ନିଲାମ ଡିସେମ୍ବର ୭ ତାରିଖରେ ନୂଆଦିଲ୍ଲୀରେ କରାଯିବ ବୋଲି ଗୁରୁବାର ହକି ଇଣ୍ଡିଆ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି।

ଏହି ସଂସ୍କରଣରେ ପୁରୁଷରେ ୬ ଓ ମହିଳାରେ ୪ ଫ୍ରାଞ୍ଚାଇଜି ଅଂଶଗ୍ରହଣ କରିବେ।

ନିଲାମ ପୂର୍ବରୁ ଚଳିତ ମାସ ୨୯ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଖେଳାଳି ଅଦଳବଦଳ ପ୍ରକ୍ରିୟା ଚାଲିବ।

ଡିସେମ୍ବର ୨ ମଧ୍ୟାହ୍ନ ୧୨ଟା ସୁଦ୍ଧା ଫ୍ରାଞ୍ଚାଇଜିଗୁଡ଼ିକୁ ଖେଳାଳି ମୁକ୍ତ କରିବା ସହ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ।

ଡିସେମ୍ବର ୩ ଅପରାହ୍ଣ ୫ଟା ସୁଦ୍ଧା ଫ୍ରାଞ୍ଚାଇଜିଗୁଡ଼ିକ ନିଲାମ ତାଲିକାରୁ ବାଦ୍‌ ଦେବାକୁ ଚାହୁଥିବା ଖେଳାଳିଙ୍କ ନାଁ ଦେବେ।ଏହି ସଂସ୍କରଣରେ ପ୍ରତି ଫ୍ରାଞ୍ଚାଇଜି ନିଲାମରେ ପୁରୁଷ ଓ ମହିଳା ବର୍ଗରେ ଯଥାକ୍ରମେ ୪ ଓ ୨ କୋଟି ଟଙ୍କା ଖର୍ଚ୍ଚ କରିପାରିବେ।

ଖେଳାଳିଙ୍କ ନିଲାମ ଦର ୩ ବର୍ଗରେ ଯଥାକ୍ରମେ ୨, ୫ ଓ ୧୦ ଲକ୍ଷ ଟଙ୍କା ରହିଛି।

Advertisment ତାମିଲନାଡ଼ୁରେ ପୁରୁଷ ସରକାରୀ କର୍ମଚାରୀଙ୍କୁ ମିଳିବ ୧୫ ଦିନିଆ ପିତୃତ୍ବ ଛୁଟି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)