Himachal's Mini Israel: ବୁଲାବୁଲି: ହିମାଚଳର ମିନି ଇସ୍ରାଏଲ୍
"ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ପ୍ରବାହିତ ପାର୍ବତୀ ନଦୀ କୂଳରେ ରହିଛି "ମିନି ଇସ୍ରାଏଲ୍"!
ସ୍ବଳ୍ପ ପରିଚିତ ପର୍ଯ୍ୟଟନସ୍ଥଳୀ ହେଲେ ବି ପାହାଡ଼ୀ ଗାଁ ଚଲଲ୍କୁ ସମଗ୍ର ବିଶ୍ବରୁ ଛୁଟିଆସନ୍ତି ପର୍ଯ୍ୟଟକ।
ଅଧିକସଂଖ୍ୟକ ଇସ୍ରାଏଲୀ ପର୍ଯ୍ୟଟକ ଆସୁଥିବାରୁ ଚଲଲ୍ "ମିନି ଇସ୍ରାଏଲ୍" ନାମରେ ବିଖ୍ୟାତ।
ଏଠାରେ ଥିବା କାଫେ, ଚାରୁକଳା ଓ ସଂଗୀତରେ ମଧ୍ୟ ଇସ୍ରାଏଲୀ ପ୍ରଭାବ ସୁସ୍ପଷ୍ଟ।
ଏକଦା ଏ ଗ୍ରାମକୁ "ହିପ୍ପିଙ୍କ ଅମରାବତୀ" ବି କୁହାଯାଉଥିଲା।Advertisment Maa Rambhadevi: ମା" ରମ୍ଭାଦେବୀଙ୍କ ଯାତ୍ରା ଜନାକୀର୍ଣ୍ଣ କସୋଲ୍ ନଗରୀ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏ ଗଁା"କୁ ଆସିଲେ ମନେହୁଏ ଏଠାରେ ଯେମିତି ସମୟର ଗତି ମନ୍ଥର ହୋଇଯାଇଛି।
କସୋଲ୍ରୁ ବାହାରି ପ୍ରାୟ ଦୁଇ କିଲୋମିଟର୍ ଶିଳା-ବନ୍ଧୁର ରାସ୍ତାରେ ଚାଲି ଚାଲି ଗଲେ ଦିଶେ ଅପୂର୍ବ ପ୍ରାକୃତିକ ଦୃଶ୍ୟାବଳି।
ସେଠାରୁ ଚଲଲ୍ ଯିବା ପାଇଁ ପ୍ରଥମେ ଗୋଟାଏ ଝୁଲାପୋଲ ଦେଇ ଖରସ୍ରୋତା ପାର୍ବତୀ ନଦୀ ଅତିକ୍ରମ କରିବାକୁ ପଡ଼େ।
ତା"ପରେ ସୁଶୋଭିତ ପାଇନ୍ ଅରଣ୍ୟ ମଧ୍ୟ ଦେଇ ଗଲେ ସୁରମ୍ୟ ଚଲଲ୍ରେ ପହଞ୍ଚିହୁଏ।
ପ୍ରକୃତିପ୍ରେମୀ ଓ ଟ୍ରେକିଙ୍ଗ୍-ସଉକୀଙ୍କ ପାଇଁ ଚଲଲ୍ ଏବଂ ତା" ଚାରିପଟେ ଥିବା ଅଞ୍ଚଳ ଖୁବ୍ ଆମୋଦଦାୟକ।
ଏଠାକାର ପାହାଡ଼ିଆ ରାସ୍ତାରେ ଗଲାବେଳେ ଦୂରରେ ଥିବା ତୁଷାର ଆବୃତ ପର୍ବତଶୃଙ୍ଗ, ନିଘଞ୍ଚ ଦେବଦାରୁ ବନ ଏବଂ ଉପତ୍ୟକାରେ ଗୁଡ଼େଇତୁଡ଼େଇ ହୋଇ ବହିଯାଉଥିବା ପାର୍ବତୀ ନଦୀ ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଦିଏ।
ଏଠାକାର ସବୁଠୁ ଲୋକପ୍ରିୟ ଟ୍ରେକିଙ୍ଗ୍ ଟ୍ରାକ୍ ହେଉଛି ଚଲଲ୍-କୋସଲ୍।
ଅନାୟାସରେ ଚାଲି ହେଉଥିବା ଏ ପଥରେ ଯିବାବେଳେ ତୋଷ, ମଲନା ଓ କାଲ୍ଗା ଭଳି ଗାଁ ଦୃଶ୍ୟମାନ ହୁଏ।
ଗୋଟିଏ ଅଞ୍ଚଳ ଅନ୍ତର୍ଗତ ହୋଇଥିଲେ ବି ପ୍ରତ୍ୟେକ ଗାଁ"ର ନିଜସ୍ବ ସୌନ୍ଦର୍ଯ୍ୟ ଓ ସଂସ୍କୃତି ରହିଛି।
ଟ୍ରେକିଙ୍ଗ୍ ଟ୍ରାକ୍ ପାର୍ଶ୍ବରେ ରହିଛି କେତେଗୁଡ଼ିଏ ଭିୟୁ ପଏଣ୍ଟ୍ ଓ ନିକାଞ୍ଚନ ପିକ୍ନିକ୍ ସ୍ପଟ୍।
ଏ ବାଟେ ଗଲାବେଳେ ସ୍ଥାନୀୟ ଅଧିବାସୀଙ୍କ ଜୀବନଯାପନ ଧାରା, ଅନେକ ତରୁଲତା ଓ ପଶୁପକ୍ଷୀଙ୍କୁ ଦେଖିହୁଏ।
ଚଲଲ୍ ଅଞ୍ଚଳର ଭୋଜନ ଭାରତୀୟ, ଇସ୍ରାଏଲୀ ଓ ବିଶ୍ବର ଅନ୍ୟାନ୍ୟ ଦେଶର ବ୍ୟଞ୍ଜନ ଦ୍ବାରା ପ୍ରେରିତ।
ପଡ଼ା ସଦୃଶ କ୍ଷୁଦ୍ର ହେଲେ ବି ଚଲଲ୍ରେ ବହୁସଂଖ୍ୟକ କାଫେ ଓ ଭୋଜନାଳୟ ରହିଛି।
ସେଠାରେ ସ୍ଥାନୀୟ ହିମାଳୟ ଅଞ୍ଚଳର ବ୍ୟଞ୍ଜନ ସହ ଇସ୍ରାଏଲୀ ବ୍ୟଞ୍ଜନ ବି ମିଳେ।
ତନ୍ମଧ୍ୟରୁ କେତେକ କାଫେ ବୃକ୍ଷ ଗହନରେ ଓ ନଦୀକୂଳରେ ଅବସ୍ଥିତ।
ଚଲଲ୍ରେ ଶକ୍ଶୁକା, ହମ୍ମସ୍ ଓ ପାଉଁରୁଟି, ଫଲାେଫଲ୍ ଏବଂ ଅନ୍ୟାନ୍ୟ ସୁସ୍ବାଦୁ ମଧ୍ୟ-ପ୍ରାଚ୍ୟ ବ୍ୟଞ୍ଜନ ସହିତ ପୁରଦିଆ ପିଠା ସିଦ୍ଦୁ ମଧ୍ୟ ମିଳେ।
ତା" ସହିତ ଏଠାକାର ଗୁଳ୍ମଜ ଚା ଓ ସଦ୍ୟ ପ୍ରସ୍ତୁତ କଫି ମଧ୍ୟ କମ୍ ଉପଭୋଗ୍ୟ ନୁହେଁ।
ଏସବୁ କାଫେରେ ପର୍ଯ୍ୟଟକମାନଙ୍କ ପାଇଁ ଲାଇଭ୍ ମ୍ୟୁଜିକ୍ ନାଇଟ୍, ବନ୍ଫାୟାର୍ ଓ ଆର୍ଟ ସେସନ୍ ଆୟୋଜନ ହୁଏ। େଯାଗାଭ୍ୟାସ ଲାଗି ଅନୁକୂଳ ପରିବେଶଶାନ୍ତି ଓ ଆଧ୍ୟାତ୍ମିକ ଜାଗରଣ ଅଭିଳାଷୀଙ୍କ ନିମନ୍ତେ ଯୋଗ ଓ ଧ୍ୟାନ କରିବା ଲାଗି ଚଲଲ୍ର ପରିବେଶ ବେଶ୍ ଅନୁକୂଳ।
ଏଠାକାର କେତେକ ଗେଷ୍ଟ୍ହାଉସ୍ ଓ କାଫେରେ ଧ୍ୟାନ ଓ ଯୋଗ ନିମନ୍ତେ ବ୍ୟବସ୍ଥା ରହିଛି।
ତା"ଛଡ଼ା ନଦୀକୂଳରେ ଓ ବନସ୍ତ ମଧ୍ୟରେ ମଧ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ଯୋଗ ଓ ଧ୍ୟାନ ନିମନ୍ତେ ନିର୍ଦ୍ଦିଷ୍ଟ ସ୍ଥାନ ନିରୂପଣ କରାଯାଇଛି।
ଆବଶ୍ୟକସ୍ଥଳେ ସ୍ଥାନୀୟ ଅଞ୍ଚଳର କେତେକ ତାଲିମଦାତା ପର୍ଯ୍ୟଟକମାନଙ୍କୁ ଯୋଗ, ଧ୍ୟାନ ଓ ପ୍ରାଚୀନ ଭାରତୀୟ ଆଧ୍ୟାତ୍ମିକତା ସମ୍ବନ୍ଧୀୟ ତାଲିମ ଦିଅନ୍ତି।
ମାର୍ଚ୍ଚରୁ ଜୁନ୍ ମାସ ମଧ୍ୟରେ ଚଲଲ୍ ବୁଲିଯିବା ଅପେକ୍ଷାକୃତ ସୁଖକର।
ଏ ସମୟରେ ତାପମାତ୍ରା ଥାଏ ୧୫ରୁ ୨୫ ଡିଗ୍ରି ସେଲ୍ସିୟସ୍ ମଧ୍ୟରେ।
ତେଣୁ, ପ୍ରକୃତି ମଧ୍ୟରେ ନିର୍ଜନତା ଖୋଜୁଥିବା ବ୍ୟକ୍ତିଙ୍କୁ ଚଲଲ୍ ଅବଶ୍ୟ ଶାନ୍ତିପ୍ରଦ ମନେ ହେବ।
Cricket: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଜଣା କଥା କହିଦେଲେ କୁମାର ସାଙ୍ଗାକାରା ଗମନାଗମନ ଓ ରହଣିଭାରତର ଯେକୌଣସି ପ୍ରମୁଖ ସହରରୁ ବିମାନ ଯୋଗେ ଯାଇ ଭୁନ୍ତର ବିମାନବନ୍ଦରରେ ଅବତରଣ କରିହେବ।
ସେଠାରୁ କ୍ୟାବ୍ ଅଥବା ବସ୍ ଯୋଗେ ୩୧ କିଲୋମିଟର୍ ଦୂରରେ ଅବସ୍ଥିତ କସୋଲ୍ ନଗରୀରେ ପହଞ୍ଚି ହେବ।
ଦେଶର ପ୍ରମୁଖ ସହରଗୁଡ଼ିକରୁ ସଡ଼କ ପଥରେ ବସ୍ ଓ କାର୍ ଯୋଗେ ବି ମଧ୍ୟ କସୋଲ୍ ଅଭିମୁଖେ ଯାତ୍ରା କରିହେବ।
କିନ୍ତୁ, ଚଲଲ୍ ଗାଁ"କୁ ସିଧାସଳଖ ରେଳ ଯୋଗାଯୋଗ ନାହିଁ।
ତେଣୁ ରେଳଯୋଗେ ପଠାନ୍କୋଟ୍ କିଂବା ଚଣ୍ଡୀଗଡ଼ ପର୍ଯ୍ୟନ୍ତ ଯାଇ ସେଠାରୁ ଟ୍ୟାକ୍ସି ଯୋଗେ କସୋଲ୍ ସହରକୁ ଯାଇହେବ।
ଏ ଅଞ୍ଚଳରେ ପର୍ଯ୍ୟଟକଙ୍କ ନିମନ୍ତେ ଖୁବ୍ ଶସ୍ତାରେ ବାସଭବନ, ହୋଟେଲ୍, ନଦୀ କୂଳବର୍ତ୍ତୀ କ୍ୟାମ୍ପ୍, ହୋମ୍ଷ୍ଟେ ଆଦି ରହିଛି।"